• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା, ମ୍ୟାଚ୍‌କୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ

by Voice of Victims
December 17, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା, ମ୍ୟାଚ୍‌କୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ

ରଣପୁର, ୧୭/୧୨ : ରଣପୁରରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଖେଳଗୁଡିକ ଉତ୍ସାହପୂର୍ଣ୍ଣ ଓ କଠିନ ପ୍ରତିସ୍ପର୍ଧାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚଗୁଡିକରେ ବିଭିନ୍ନ ଜିଲ୍ଲାର ଦଳମାନେ ଦକ୍ଷତା, ସମନ୍ୱୟ ଓ ଖେଳମନୋଭାବର ପ୍ରଦର୍ଶନ କରିଥିଲେ। ବାଳକ ଓ ବାଳିକା ବିଭାଗରେ ହୋଇଥିବା ଲିଗ୍, କ୍ୱାର୍ଟର ଓ ସେମିଫାଇନାଲ ମ୍ୟାଚଗୁଡିକ ଦର୍ଶକମାନଙ୍କୁ ଭାରି ଆକର୍ଷିତ କରିଥିଲା। କେତେକ ମ୍ୟାଚ ଶେଷ ମୁହୂର୍ତ୍ତରେ ପଏଣ୍ଟ ତଫାତରେ ନିଷ୍ପତ୍ତି ହେବାରୁ ରୋମାଞ୍ଚ ଚରମକୁ ପହଞ୍ଚିଥିଲା।

ପ୍ରଥମ ଦିନ ହୋଇଥିବା ଲିଗ ମ୍ୟାଚ୍‌ଗୁଡ଼ିକରେ ବିଭିନ୍ନ ଜିଲ୍ଲା ଦଳ ଅଂଶଗ୍ରହଣ କରି ଉତ୍କୃଷ୍ଟ କ୍ରୀଡାଦକ୍ଷତା ପ୍ରଦର୍ଶନ କରିଥିଲେ। ବାଳିକା ବିଭାଗରେ ଭଦ୍ରକକୁ ୧୧–୦୩ ଗୋଲ୍‌ରେ ପରାସ୍ତ କରି କେନ୍ଦ୍ରାପଡ଼ା ବିଜୟୀ ହୋଇଥିବାବେଳେ କେଉଁଝରକୁ ୧୬–୦୭ ଗୋଲ୍‌ରେ ହରାଇ ନୟାଗଡ଼ ଦଳ ଜିତ ହାସଲ କରିଥିଲା। ଢେଙ୍କାନାଳ ୧୦–୦୭ ଗୋଲ୍‌ରେ ଖୋର୍ଦ୍ଧାକୁ ପରାସ୍ତ କରିଥିବାବେଳେ କଟକ ୧୯–୦୬ ଗୋଲ୍‌ରେ କୋରାପୁଟକୁ ହରାଇଥିଲା | ସେହିପରି ମାଲକାନଗିରି କେନ୍ଦ୍ରାପଡ଼ାକୁ ୧୨–୦୪ ଏବଂ ଭଦ୍ରକକୁ ୧୦–୦୧ ଗୋଲ୍‌ରେ ପରାଜିତ କରିଥିଲା। ଗଞ୍ଜାମ ୧୬–୦୯ ଗୋଲ୍‌ରେ ନୟାଗଡ଼କୁ ଏବଂ ୧୨–୦୩ ଗୋଲ୍‌ରେ କେଉଁଝରକୁ ପରାସ୍ତ କରିଥିଲା। ଧେନକାନାଳ ୧୪–୦୦ ଗୋଲ୍‌ରେ ନୂଆପଡ଼ାକୁ ହରାଇଥିବାବେଳେ ଖୋର୍ଦ୍ଧା ୦୬–୦୦ ଗୋଲ୍‌ରେ ନୂଆପଡ଼ାକୁ ପରାଜିତ କରିଥିଲା।

ବାଳିକା ସେମିଫାଇନାଲ ପର୍ଯ୍ୟାୟର ଫିକ୍ସଚର୍ ଅନୁଯାୟୀ, ପ୍ରଥମ ମ୍ୟାଚ୍‌ରେ ମାଲକାନଗିରି ଓ କୋରାପୁଟ ଦଳ ମୁହାଁମୁହିଁ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଗଞ୍ଜାମ ଓ ଖୋର୍ଦ୍ଧା ମଧ୍ୟରେ ହୋଇଥିବା ମୁକାବିଲା ଖେଳପ୍ରେମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା। ତୃତୀୟ ମ୍ୟାଚ୍‌ରେ ଢେଙ୍କାନାଳ ଓ ନୟାଗଡ଼ ଏବଂ ଚତୁର୍ଥ ମ୍ୟାଚ୍‌ରେ କଟକ ଓ କେନ୍ଦ୍ରାପଡ଼ା ଦଳ ପରସ୍ପର ମଧ୍ୟରେ ମୁକାବିଲା ହୋଇଥିଲା।

ପ୍ରଥମ ଦିନ ବାଳକ ବିଭାଗରେ ମୋଟ ୧୩ଟି ମ୍ୟାଚ୍ ଖେଳାଯାଇଥିବାବେଳେ କଟକ, ନୟାଗଡ଼ ଓ ଧେନକାନାଳ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କଟକ ଦଳ ନୂଆପଡ଼ାକୁ ୨୨–୦ ଏବଂ ଗଞ୍ଜାମକୁ ୧୫–୦ ଗୋଲ୍‌ରେ ପରାଜିତ କରି ନିଜ ଶକ୍ତି ପ୍ରମାଣ କରିଛି। ନୟାଗଡ଼ ଦଳ ବୌଦ୍ଧକୁ ୧୫–୦ ଓ ଜୟପୁରକୁ ୧୭–୦ ଗୋଲ୍‌ରେ ପରାଜିତ କରି ଦୃଢ଼ ଦାବି ରଖିଛି। ଢେଙ୍କାନାଳ ଦଳ କେନ୍ଦ୍ରାପଡ଼ାକୁ ୯–୫ ଏବଂ ଭଦ୍ରକକୁ ୧୧–୫ ଗୋଲ୍‌ରେ ହରାଇଥିବାବେଳେ ଖୋର୍ଦ୍ଧା ଦଳ ଗଜପତିକୁ ୧୦–୨ ଗୋଲ୍‌ରେ ପରାଜିତ କରିଥିଲା। ମାଲକାନଗିରି ଦଳ ଗଜପତିକୁ ୭–୨ ଗୋଲ୍‌ରେ ହରାଇଥିବାବେଳେ ନବରଙ୍ଗପୁର ଦଳ କେଉଁଝରକୁ ୯–୫ ଗୋଲ୍‌ରେ ପରାଜିତ କରିଥିଲା। ଭଦ୍ରକ କେନ୍ଦ୍ରାପଡ଼ାକୁ ୮–୪, ଜୟପୁର ବୌଦ୍ଧକୁ ୧୨–୦ ଓ ଗଞ୍ଜାମ ନୂଆପଡ଼ାକୁ ୧୩–୨ ଗୋଲ୍‌ରେ ପରାଜିତ କରିଥିଲା।

ବାଳକା ବିଭାଗ ସେମିଫାଇନାଲ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌ରେ କଟକ ଓ ଭଦ୍ରକ ଦଳ ମୁହାଁମୁହିଁ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ମାଲକାନଗିରି ଓ ଯାଜପୁର ମଧ୍ୟରେ ହୋଇଥିବା ମୁକାବିଲା ଖେଳପ୍ରେମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା। ତୃତୀୟ ମ୍ୟାଚ୍‌ରେ ନୟାଗଡ ଓ ଗଞ୍ଜାମ ଏବଂ ଚତୁର୍ଥ ମ୍ୟାଚ୍‌ରେ ନବରଙ୍ଗପୁର ଓ ଖୋର୍ଦ୍ଧା ଦଳ ପରସ୍ପର ମଧ୍ୟରେ ମୁକାବିଲା ହୋଇଥିଲା।

ବିଭିନ୍ନ ଜିଲ୍ଲାରୁ ଆସିଥିବା ବାଳିକା ଖେଳାଳିମାନେ ଉଚ୍ଚମାନର କ୍ରୀଡାଦକ୍ଷତା, ଶୃଙ୍ଖଳା ଓ ଖେଳଭାବନା ପ୍ରଦର୍ଶନ କରୁଥିବାବେଳେ ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିବାରେ ଆୟୋଜକ ସମିତି, ରେଫେରୀ ଓ ସ୍ଥାନୀୟ ପ୍ରଶାସନର ସହଯୋଗ ଉଲ୍ଲେଖନୀୟ ରହିଛି। ତୃତୀୟ ଦିନରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍‌କୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ପ୍ରତିଯୋଗିତା ପରିଚାଳନା ସମିତି ପକ୍ଷରୁ ଖେଳାଳିମାନଙ୍କୁ ଶିଷ୍ଟାଚାର ଓ ନିୟମ ମାନି ଖେଳିବାକୁ ଆହ୍ୱାନ କରାଯାଇଥିଲା। ଆସନ୍ତାକାଲି ଫାଇନାଲ ମ୍ୟାଚ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

ରଞ୍ଜିତ ଦାଶ, ଆଶିଷ କୁମାର ଜେନା, ପ୍ରଶାନ୍ତ ଦାଶ, ଶିଶିର ଦାଶ, ରବିନାରାୟଣ ରାୟ, ଖଗେଶ୍ୱର ରାଉତ, ଦିଲ୍ଲୀପ ପାଲ, ନରେନ୍ଦ୍ର ଗୋଛାୟତ, ବିଶ୍ୱଜିତ ସେଠି, ବିଶ୍ୱରଂଜନ ଇନ୍ଦ୍ରଜିତ, ନୀଳକଣ୍ଠ ବେହେରା ପ୍ରମୁଖ ଷ୍ଟେଟ ଅଫିସିଆଲ ବାଳକ ବିଭାଗ ଖେଳକୁ ପରିଚାଳନା କରିଥିବା ବେଳେ ଅପର୍ଣ୍ଣା ମହାନ୍ତି, ରଶ୍ମିତା ଦେହୁରୀ, ପ୍ରଜ୍ଞା ପାରମିତା ଦଳାଇ, ଏମ. ଡି. ଆସିକ ପ୍ରମୁଖ ବାଳିକା ବିଭାଗ ଖେଳକୁ ପରିଚାଳନା କରିଥିଲେ | ଅପରାହ୍ନରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବରିଷ୍ଠ ଆଇନୀଜୀବୀ ସୁରେଶ ମିଶ୍ର, ସମାଜସେବୀ ତ୍ରିନାଥ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ |

ସନ୍ଧ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତ୍ୟନ୍ତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା | ଏହି ସାଂସ୍କୃତିକ ମଞ୍ଚକୁ ଜ୍ୟୋତି ରଂଜନ ଦାଶ, ବିଦେଶିନୀ ପତି, ଅଜୟ କୁମାର ପ୍ରଧାନ, ସୁଶୀଲ କୁମାର ରଣା ପ୍ରମୁଖ ପରିଚାଳନା କରିଥିଲେ | ବରିଷ୍ଠ ଶିକ୍ଷକ ବିପିନ ତ୍ରିପାଠୀ, ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ କର, ପବିତ୍ର ମୋହନ ସାମନ୍ତରାୟ, ଶତ୍ରୁଘ୍ନ ପାଇକରାଇ, ସୁଶୀଲ କୁମାର ରଣା, ଚିତ୍ତ ରଞ୍ଜନ କୁଣ୍ଡ, ରାଜୀବ ବେହେରା, ସନ୍ତୋଷ କୁମାର ବେହେରା, ସୁଧାକର ମିଶ୍ରଙ୍କ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳାର ଖାଦ୍ୟ ବିଭାଗ କାର୍ଯ୍ୟ ପରିଚାଳିତ ହେଉଛି |

Post Views: 317
Share211Tweet132Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In