ବାଲେଶ୍ଵର (ଭିଓଭି) ୧୯/୯ : – ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଆଜି ରେମୁଣା ବ୍ଲକ୍ ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ପୋଷଣ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ଶ୍ରୀମତୀ ମହାନ୍ତି ପୂର୍ବାହ୍ନ ରେ ସୁତେଇ ପଞ୍ଚାୟତ ର ବଡଘାଇ ପହଞ୍ଚି ପୋଷଣ କାର୍ଯ୍ୟକ୍ରମ ସଂପର୍କରେ ପଚାରିବା ସହିତ ପିଲାମାନଙ୍କ ର ରନ୍ଧାଖାଦ୍ୟ , ପାଠପଢ଼ା , ଇତ୍ୟାଦି ବିଷୟ ରେ ବୁଝିଥିଲେ । ପରେ ବଡପାଳ ପଞ୍ଚାୟତର ର ୧,୨,୩ ନଂ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଅଭିଭାବକ ଏବଂ କେନ୍ଦ୍ର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ମଧ୍ୟାହ୍ନ ରେ ଏନ୍ ଏ ସି ର ୪ ନଂ ଓ୍ୱ।ର୍ଡର ଗୈାଡଦାଣ୍ଡ ଅଙ୍ଗନବାଡ଼ି କେନ୍ଦ୍ରର ଯାଞ୍ଚ କମିଟି , କେନ୍ଦ୍ର କର୍ମଚାରୀ , ଏବଂ ଅଭିଭାବକଙ୍କୁ ସ୍ବାସ୍ଥ୍ୟ ସମ୍ଵନ୍ଧୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ପୋଷଣ , ସୁସ୍ଥ ନାରୀ – ସଶକ୍ତ ନାରୀ ସମ୍ପର୍କରେ ବୁଝାଇଥିଲେ । ରେମୁଣା ସିଡିପିଓ ସ୍ମିତା ପଣ୍ଡା ଙ୍କ ସହିତ ସୁପରଭାଇଜର ଉପସ୍ଥିତ ଥିଲେ ।
