• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଲୋକଙ୍କୁ ନିରାପଦ ପରିବେଶ ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ

by Voice of Victims
November 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲୋକଙ୍କୁ ନିରାପଦ ପରିବେଶ ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର : ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପ ସଂସ୍ଥା ଦ୍ୱାରା ନିଷ୍କାସିତ ପାଉଁଶ(ଫ୍ଲାଏ-ଆଶ) ପକାଇବାର ଉପଯୁକ୍ତ ପରିଚାଳନା ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନସାଧାରଣଙ୍କୁ ସ୍ୱଚ୍ଛ ଜଳ, ବାୟୁ ଓ ନିରାପଦ ପରିବେଶ ଯୋଗାଇଦେବା ପରିପ୍ରେକ୍ଷୀରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ଫ୍ଲାଇ ଆଶ୍ ଡମ୍ପିଂ, ଫ୍ଲାଇ ଆଶ୍ ପରିବହନ, ଫ୍ଲାଇ ଆଶ୍‌ର ଉପଯୁକ୍ତ ବ୍ୟବହାର, ପାଉଁଶ ପୋଖରୀରେ ପାଉଁଶ (ଫ୍ଲାଇ ଆଶ୍‌)ର ନିଷ୍କାସନ ଆଦିର ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ସମ୍ବଲପୁର ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନରାୟଣ ନାୟକ, କେନ୍ଦ୍ର ଶିକ୍ଷ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି, ସୁନ୍ଦରଗଡ଼ର ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧି, ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର, ରେଢାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲିର ବିଧାୟକ ସୁଦର୍ଶନ ହରିପାଲ, ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନ, ଝାରସୁଗୁଡାର ବିଧାୟକ ଟଙ୍କଧର ତ୍ରିପାଠୀ, ତଳସରାର ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡର ବିଧାୟକ ଯୋଗେଶ କୁମାର ସିଂ, ରାଜଗାଙ୍ଗପୁରର ବିଧାୟକ ସିଏସ ରାଜନ ଇକ୍କା, ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରାଙ୍କ ପ୍ରତିନିଧି ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ରାଜ୍ୟ ପ୍ରଦୂଷଣ ଏବଂ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ ଏବଂ ଚିଫ ଇଞ୍ଜିନିୟର ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଇନିଗତ ଓ ପରିବେଶ ପ୍ରଭାବ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ସେଇଭଳି ଯାନ୍ତ୍ରିକ ନିର୍ଦ୍ଦେଶକ, ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମ.ସି.ଏଲ) ଉପସ୍ଥିତ ରହି ପୁରୁଣା ଖଣି ଖାଦାନର କିଭଳି ବ୍ୟବହାର କରିହେବ ତାର ବ୍ୟବସ୍ଥାଗତ ଦିଗ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ବିଧାୟକମାନେ ବର୍ତ୍ତମାନର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ଅନେକ ଉପାଦେୟ ପ୍ରସ୍ତାବ ଦେଇଥିଲେ। ଉପରୋକ୍ତ ବୈଠକରେ ଜନସାଧାରଣଙ୍କୁ ସ୍ୱଚ୍ଛ ଜଳ, ବାୟୁ ଓ ନିରାପଦ ପରିବେଶ ଯୋଗାଇଦେବା ପରିପ୍ରେକ୍ଷୀରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ଫ୍ଲାଇ ଆଶ୍ ଡମ୍ପିଂ, ଫ୍ଲାଇ ଆଶ୍ ପରିବହନ, ଫ୍ଲାଇ ଆଶ୍ ର ଉପଯୁକ୍ତ ବ୍ୟବହାର, ପାଉଁଶ ପୋଖରୀରେ ପାଉଁଶ (ଫ୍ଲାଇ ଆଶ୍‌) ର ନିଷ୍କାସନ ଆଦି ର ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଭୂତଳ ଜଳର ଗୁଣବତ୍ତା ଯାଞ୍ଚ କରିବା ସହିତ ଭୂତଳ ଜଳ ଉପରେ ଫ୍ଲାଇ ଆଶ୍ ଡମ୍ପିଂର ପ୍ରଭାବ ସମ୍ପର୍କରେ ପରୀକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ଏହି ସବୁ ଅଞ୍ଚଳରେ ଭୂତଳ ଜଳ ର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଦୁଇ ମାସ ସମୟ ଦିଆଯାଇଛି। ବେଆଇନ ଭାବେ ଫ୍ଲାଇ ଆଶ୍ ଫିଙ୍ଗିବା ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ। ଯେଉଁ ଅଞ୍ଚଳରେ ଫ୍ଲାଇ ଆଶ୍ ଫିଙ୍ଗି ଦିଆଯାଉଛି ସେଠାରେ ଜନଜୀବନ ପ୍ରତି ଯେପରି କୌଣସି ପ୍ରକାର ର ବିପଦ ସୃଷ୍ଟି ନହୁଏ ସେଥିପାଇଁ ଥିବା ନିୟମାବଳୀ କୁ ଅନୁସରଣ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି ଫ୍ଲାଇ ଆଶ୍‌ର ପରିବହନ, ଯାହାକୁ ଅନେକ ଥର ବିନା କଭରେଜ୍ ରେ ପରିବହନ କରାଗଲେ ରାସ୍ତାରେ ପଡିଯାଇଥାଏ, ଏହାର ମୁକାବିଲା ପାଇଁ ଫ୍ଲାଇ ଆସ୍ ଡମ୍ପିଂ ସମୟ ନିର୍ଦ୍ଧାରଣ କରାଗଲେ ଯାହାଦ୍ୱାରା ଏ ସମ୍ପର୍କରେ ଅଧିକ ସ୍ପଷ୍ଟ ଭାବରେ କାର୍ଯ୍ୟକାରୀ କରାଯାଇପାରିବ। କୌଣସି ଅଘଟଣ କିମ୍ବା ବେଆଇନ ଡମ୍ପିଂ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ,ଜିଲ୍ଲା ପରିବହନ ଅଧିକାରୀ, ସମ୍ପୃକ୍ତ ଜିଲ୍ଲା ଲୋକପ୍ରତିନିଧି ଙ୍କ ର ମିଳିତ ଭାବରେ ଏକ ସମନ୍ୱୟ କମିଟି ଗଠନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପାୟନ ନିମନ୍ତେ ଅନୁମତି ଠାରୁ ଫ୍ଲାଇ ଆଶ୍ ଡମ୍ପିଂ ର ପରିଚାଳନା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି ଓ ଏହି ଅଞ୍ଚଳରେ ସର୍ବାଧିକ ଶିଳ୍ପ ଗୁଡିକ ଦିଆଯାଇଥିବାରୁ ଅନ୍ୟ ଏକ ପ୍ରମୁଖ ଚିନ୍ତା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପୂଜାରୀ ଆଲୋକପାତ କରିଥିଲେ; ଯାହା ହେଉଛି ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ଏବଂ ଏହାର ନିରାକରଣ କରିବା ପାଇଁ ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ପୂର୍ବରୁ ବିଶୋଧନ କରାଯିବା ଆବଶ୍ୟକ ଏବଂ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ଉପଯୁକ୍ତ ପଦ୍ଧତି କୁ ଅନୁପାଳନ କରାଯିବା ଆବଶ୍ୟକ ବୋଲି କହିଥିଲେ। ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଅନୁଷ୍ଠିତ ଆଲୋଚନା ଏକ ବହୁତ ଭଲ ପ୍ରାରମ୍ଭ, ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି ବିକଶିତ ହେବାକୁ ଥିବା ବ୍ୟବସ୍ଥା ଫଳପ୍ରଦ ହେବ ଏବଂ ଏକ ବିକଶିତ ଦେଶ ଗଠନ ରେ ସହାୟକ ମଧ୍ୟ ହେବ। ଉକ୍ତ ବୈଠକ ରେ ରାଜସ୍ୱ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ଡିଭିଜନ, ଓଡ଼ିଶା, ସମ୍ବଲପୁର ସଚିନ କୁମାର ଯାଦବ, ପୋଲିସ ଆଇଜି ଉତ୍ତରାଞ୍ଚଳ, ସମ୍ବଲପୁର ହିମାଂଶୁ ଲାଲ, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଏବଂ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନାନ୍ୟ ସମ୍ପୃକ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Post Views: 43
Share199Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In