• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଏଚଓଡି ଓ ପ୍ରିନ୍ସିପାଲ ସସପେଣ୍ଡ ପରେ ଗିରଫ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

by Voice of Victims
July 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଏଚଓଡି ଓ ପ୍ରିନ୍ସିପାଲ ସସପେଣ୍ଡ ପରେ ଗିରଫ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : AIIMS ରେ ଛାତ୍ରୀଙ୍କୁ ଭେଟି ଫେରିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । AIIMS ରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ପୀଡିତା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

ଉଚ୍ଚଶିକ୍ଷା ମନ୍ତ୍ରୀ ପହଞ୍ଚି ପୀଡିତାଙ୍କୁ ଭେଟିବାକୁ ଯିବାବେଳେ କହିଛନ୍ତି ଅଭିଯୁକ୍ତଙ୍କ ଉପରେ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ ।  ଏ ଏକ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟ ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ଗ୍ରହଣ କରିଛନ୍ତି । Hod ଓ ପ୍ରିନ୍ସିପାଲ ଉଭୟଙ୍କୁ ସସପେଣ୍ଡ କରାଯାଇଛି । ଅଧ୍ୟାପକଙ୍କୁ ଗିରଫ କରାଯାଇଛି ।  ସେକ୍ରେଟାରୀ ସ୍ତରର ଜଣେ ଉଚ୍ଚସ୍ତରୀୟ ମହିଳା ଅଧିକାରୀ, ଜଣେ ସିନିୟର ଏକାଡେମିସିଆନ, ଅନ୍ୟ ଏକ କଲେଜର ବରିଷ୍ଠ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ ହେଉଛି ।

ଯେଉଁଭଳି ଘଟଣା ଜଣାପଡୁଛି ଏ କଥାରେ ଆମେ କଠୋରରୁ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଚିନ୍ତା କରୁଚୁ  ।  ଯେମିତି ଆଗକୁ ଏଭଳି ଘଟଣା ଘଟିବ ନାହିଁ । ପ୍ରିନ୍ସିପାଲ ଅଫିସରୁ ଆସିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଯେଉଁ ସମୟରୁ ଝିଅଟି ଅଭିଯୋଗ କରିଛି ସେସବୁ ଦିଗକୁ ଧ୍ୟାନ ଦିଆଯାଇଛି । aiims ସହ ଆଲୋଚନା କରିବି ତ୍ୱରିତ ଚିକିତ୍ସା ପାଇଁ ।  ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

Post Views: 170
Share200Tweet125Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In