• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜୀକରଣ

by Voice of Victims
September 16, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜୀକରଣ

ଭୁବନେଶ୍ୱର : ଆସନ୍ତକାଲି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ତେବେ ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀ ମଧ୍ୟ ପ୍ରଥମ କିସ୍ତି ଅର୍ଥ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଶ୍ରୀମତି ପରିଡା କହିଛନ୍ତି ଯେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କ ଆବେଦନ ଓ ପଞ୍ଜୀକରଣ ପ୍ରକ୍ରିୟା ୨୦୨୫ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନାର ପ୍ରଥମ କିସ୍ତି ଭାବେ ୫ହଜାର ଟଙ୍କା ଯିବ। ଅନ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ ନିମନ୍ତେ ସେମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ପଠାଯାଇଛି। ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇନି ସେ ଯେ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ ସେଭଳି ଦ୍ୱନ୍ଦ୍ୱରେ କେହି ନରହିବା ଉଚିତ୍‌। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ଏହାବ୍ୟତୀତ କାହାରି ପ୍ରଲୋଭନ କିମ୍ବା ଗୁଜବରେ ବିଶ୍ୱାସ ନକରିବାକୁ ଶ୍ରୀମତୀ ପରିଡ଼ା ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଏବେ ଏକ ଟଙ୍କା ଲେଖାଏଁ ପଠାଯାଇଛି। ଏହି ଟଙ୍କା ପଠାଯିବା ପରେ ହିତାଧିକାରୀଙ୍କୁ ଏସଏମଏସ ମାଧ୍ୟମରେ ଅବଗତ କରାଯାଉଛି। ଆକଉଣ୍ଟକୁ ଏକ ଟଙ୍କା ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଏକ ଟଙ୍କା ଯାଇ ନାହିଁ ସେମାନଙ୍କ ଫର୍ମ ଏବେ ବିଚାରାଧୀନ ରହିଛି। ଆବେଦନ ଫର୍ମଗୁଡ଼ିକର ଯାଞ୍ଚ ପରେ ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବ। ତେବେ ଏହି ବ୍ୟବସ୍ଥାକୁ ଆଳ କରି କିଛି ଠକ ଓ ଖଳ ପ୍ରକୃତିର ଲୋକ ବ୍ୟାଙ୍କ ନାଁରେ ଫୋନ୍ କରି ଆବେଦନକାରୀଙ୍କୁ ଗୋଟିଏ ଲିଙ୍କରେ କ୍ଲିକ୍ କରି ତଥ୍ୟ ପ୍ରଦାନ କଲେ ସେମାନଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଏକ ଟଙ୍କା ଯିବ ବୋଲି ପ୍ରଲୋଭନ ଦେଖାଉଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଓ ବ୍ୟାଙ୍କ ପକ୍ଷରୁ ଏଭଳି କୌଣସି ଫୋନ୍ ଓ ଲିଙ୍କ୍ ପଠାଯାଉନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏଭଳି ଫୋନ କଲକୁ ବିଶ୍ୱାସ ନକରିବାକୁ ଓ କୌଣସି ଲିଙ୍କରେ କ୍ଲିକ୍ ନକରିବା ନିମନ୍ତେ ସାଧାରଣ ଲୋକଙ୍କୁ ସରକାର ପରାମର୍ଶ ଦେବା ସହ ସତର୍କ କରାଇଛନ୍ତି।

Post Views: 40
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In