• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶୁଭାଂଶୁ ଶୁକ୍ଲା, ଅନ୍ତରୀକ୍ଷରୁ ଆଣିଥିବା ଫଟୋକୁ ଦେଲେ ଉପହାର

by Voice of Victims
August 19, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶୁଭାଂଶୁ ଶୁକ୍ଲା, ଅନ୍ତରୀକ୍ଷରୁ ଆଣିଥିବା ଫଟୋକୁ ଦେଲେ ଉପହାର

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଶୁଭାଂଶୁଙ୍କୁ ଭେଟିଛନ୍ତି । ଆକ୍ସିଅମ-୪ ମହାକାଶ ମିଶନରୁ ଫେରି ସୁସ୍ଥ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଶୁଭାଂଶୁ । ମୋଦିଙ୍କୁ ଭେଟିବା ପରେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫକୁ ଦେଇଥିଲେ ଶୁଭାଂଶୁ ।

ପ୍ରଥମେ ମୋଦି ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ସହିତ ତାଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ସିୟମ-୪ ମିଶନ ପ୍ୟାଚ୍ ଦେଇଥିଲେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫ୍ ମଧ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଉଭୟଙ୍କ ସାକ୍ଷାତକାରର ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘‘ଶୁଭାଂଶୁ ଶୁକ୍ଳାଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା । ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ । ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ ” ।

ପୂର୍ବରୁ ରବିବାର ଭାରତ ଫେରିଥିବା ଶୁଭାଂଶୁଙ୍କୁ ଶୁକ୍ଲାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସୋମବାର ଶୁଭାଂଶୁଙ୍କୁ ଲୋକସଭାରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଲୋକସଭାରେ ଆକ୍ସିଅପ-୪ ମିଶନ ସଫଳତା ପାଇଁ ଶୁଭାଂଶୁଙ୍କୁ ଅନେକ ପ୍ରଶଂସା କରାଯାଇଥିଲା ।

ଶୁଭାଂଶୁ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯାଇଥିବା ଦ୍ବିତୀୟ ଭାରତୀୟ । ଶୁଭାଂଶୁ ଜୁଲାଇ ୧୬ରେ ମିଶନ ଜାରି ପ୍ଥିବୀକୁ ଫେରିଥିଲେ । ଏହାପରେ ସେ ଆମେରିକାର ରିହାବିଲିଟେସନରେ ରହିଥିଲେ । ପାଖାପାଖି ମାସେ ରହିବା ପରେ ୧୭ ଅଗଷ୍ଟରେ ଦିଲ୍ଲୀ ଫେରିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମେତ ଅନେକ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Post Views: 155
Share204Tweet128Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In