ସୁନ୍ଦରଗଡ଼ : ଜୀବନ ହାରିଲେ ଆତ୍ମାହୁତି ଉଦ୍ୟମ ପୀଡ଼ିତା । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁକ୍ତତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିଲା । ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ବର୍ଣ୍ଣ ସେଣ୍ଟରରେ ଛାତ୍ରୀଙ୍କ ଚିକିତ୍ସା ଚାଲିଥିଲା ।
ସ୍ବାସ୍ଥାବସ୍ଥା ସ୍ଥିର ରହିଥିଲେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥାନ୍ତା । ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଶୁକ୍ରବାର ରାତିରେ ସେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପୀଡ଼ିତା ଛାତ୍ରଙ୍କ ପରିବାର ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।
