• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଧରିତ୍ରୀ ମାତା ପାଇଁ ‘ରବିବାର’ କାର୍ଯ୍ୟକ୍ରମ : ବୃକ୍ଷରୋପଣ, ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

by Voice of Victims
December 21, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଧରିତ୍ରୀ ମାତା ପାଇଁ ‘ରବିବାର’ କାର୍ଯ୍ୟକ୍ରମ : ବୃକ୍ଷରୋପଣ, ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ରଣପୁର, ୨୧/୧୨ : ଓଡ଼ିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦର ଆନୁକୂଲ୍ୟରେ ଧରିତ୍ରୀ ମାତାଙ୍କୁ ଆସନ୍ନ ପରିବେଶୀୟ ବିପଦରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟୋପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡ଼ି ଚତୁପାର୍ଶ୍ୱରେ ଆମ୍ବ, ବଉଳ, ବେଲ, ନିମ୍ବ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା। ସହିତେ ନିକଟସ୍ଥ ପୁଷ୍କରିଣୀରୁ ବିଲାତି ଦଳ ସଫା କରି ପରିବେଶ ସୁଚିତ୍ରତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ପରେ ପରିବେଶ ପ୍ରେମୀମାନଙ୍କୁ ନେଇ ଏକ ଜନସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ସମ୍ପାଦକ କବି ସୁକାନ୍ତ ଚନ୍ଦ୍ର ନନ୍ଦ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରି, ନିଜ ନିଜ ଅଞ୍ଚଳର ଚାଷ ଜମି, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କଲେ ହିଁ ଧରିତ୍ରୀ ମାତାଙ୍କ ସୁରକ୍ଷା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷାରେ ନିରନ୍ତର ଭାବେ ଅବଦାନ ରଖିଆସୁଥିବା ଏହି ଅଞ୍ଚଳର ପାଞ୍ଚଜଣ ବୃକ୍ଷପ୍ରେମୀଙ୍କୁ ପରିଷଦ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ସାମାଜିକ ଦାୟିତ୍ୱର ଅଂଶ ଭାବେ ନିକଟସ୍ଥ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୫୦ରୁ ଅଧିକ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପରିଷଦର କୋଷାଧ୍ୟକ୍ଷ ହୃଷିକେଶ ନନ୍ଦ, ସଭ୍ୟ ବିଶ୍ୱନାଥ ପ୍ରଧାନ, ଲଳିତ ମୋହନ ଗୁମାନସିଂହ, କୁମାର ଜନ୍ମେଞ୍ଜୟ, ଅଭିମନ୍ୟୁ ମାର୍ଥା, ଗଣେଶ୍ୱର ମାନ୍ଧାତା, ପ୍ରବୀଣ କୁମାର ଦାସ, ନୀଳକଣ୍ଠ ଦାସ, ନିରଞ୍ଜନ ମାନସିଂହ, ସୁଶିଲ ଦଳସିଂହରାୟ, ପ୍ରଦୀପ ସେନାପତି, ରଶ୍ମିତା ବେହେରା ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ।

Post Views: 128
Share214Tweet134Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In