• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସୁଡ଼ଙ୍ଗ ଖୋଜିବ ଲେଜର ସ୍କାନିଂ: ଗଜପତି ମହାରାଜା

by Voice of Victims
July 18, 2024
in ମୁଖ୍ୟ ଖବର, ରାଜ୍ୟ
ସୁଡ଼ଙ୍ଗ ଖୋଜିବ ଲେଜର ସ୍କାନିଂ: ଗଜପତି ମହାରାଜା

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ।  ଭିତର ରତ୍ନ ଭଣ୍ଡାର ଖୋଲାଯାଇ ସାରିଥିବା ବେଳେ ପୁରୀ ଗଜପତି ମହାରାଜା ବି  ଉପସ୍ଥିତ ଥିଲେ। ସେ ପୁରୀରେ ପହଞ୍ଚିବା ପରେ  ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ଭିତର ରତ୍ନ ଭଣ୍ଡାରକୁ ଯାଇଥିଲେ ।  ତେବେ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା କୁହାଯାଉଥିବାବେଳେ  ରତ୍ନଭଣ୍ଡାରରୁ ବାହାରି ଗଜପତି ମହାରାଜା କହିଛନ୍ତି ଯେ  ସୁଡ଼ଙ୍ଗ ବା ଗୁପ୍ତ ଦ୍ୱାର ଅଛି କି ନାହିଁ ତାହା ଏଏସଆଇ ଅନୁଧ୍ୟାନ କରିବ । ଏଏସଆଇ ଲେଜର ସ୍କାନିଂ କରି ସୁଡ଼ଙ୍ଗ ଅଛି କି ନାହିଁ ତାହାର ଯାଞ୍ଚ କରିବ । ସେହିପରି ସେ କହିଛନ୍ତି ଯେ ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ନିତ୍ୟାନ୍ତ ଆବଶ୍ୟକ । କେଉଁ କାଳରୁ କେବେ ମରାମତି ହୋଇଥିଲା କେହି କେବେ ଜାଣନ୍ତିନି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ଲେଜର ସ୍କାନିଂ କରାଯିବ । ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେବା ପରେ ଏଏସଆଇକୁ ହସ୍ତାନ୍ତର କରାଯିବ । ୧୯୭୧ରୁ ଏଏସଆଇ ଦାୟିତ୍ୱ ନେବା ପରେ ରତ୍ନଭଣ୍ଡାର ଆଦୌ ମରାମତି ହୋଇନାହିଁ । ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବାକୁ ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ । ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ହିଁ ଏଏସଆଇ ମରାମତି କରିବ ବୋଲି ଗଜପତି ମହାରାଜ କହିଛନ୍ତି ।  ସେହିପରି ସେ କହିଛନ୍ତି ଯେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି ପରେ ଅଳଙ୍କାର ଗଣତି ମଣତି କରାଯିବ । ତଦାରଖ କମିଟି ଓ ପରିଚାଳନା କମିଟିର ଉପସ୍ଥିତିରେ ଗଣତି ମଣତିି କରାଯିବ । ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ନହେବା ଯାଏଁ ଗଣତି ମଣତି କରାଯିବନି ।

Post Views: 28
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In