• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୂଜା ଖେଡକରଙ୍କୁ ଆଶ୍ବସ୍ତି, ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

by Voice of Victims
January 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୂଜା ଖେଡକରଙ୍କୁ ଆଶ୍ବସ୍ତି, ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ନୂଆଦିଲ୍ଲୀ : ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଗିରଫ ହେବେନି ପୂଜା ।  ବହିଷ୍କୃତ ଆଇଏଏସ  ଅଧିକାରୀ ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ ।  ସିଭିଲ ସର୍ଭିସ ପରୀକ୍ଷାରେ ବେଆଇନ ଭାବେ ଅନ୍ୟ ପଛୁଆ ବର୍ଗ ଓ  ଦିବ୍ୟାଙ୍ଗ କୋଟା ହାତେଇବା ଅଭିଯୋଗରେ ପୂଜାଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ତାଙ୍କର ଗିରଫଦାରୀ ସମ୍ଭାବନା ବଢିଥିଲା ।  ପୂଜା ଖେଡକର ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ବିଭି ନାଗରତ୍ନା ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ପୂଜାଙ୍କ ଗିରଫଦାରୀ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ କେନ୍ଦ୍ର ଲୋକସେବା ଆୟୋଗ ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।  ଫେବୃୟାରୀ ୧୪ ତାରିଖ ସୁଦ୍ଧା ଖେଡକରଙ୍କ ଜାମିନ ଆବେଦନ ନେଇ କେନ୍ଦ୍ର ଲୋକସେବା ଆୟୋଗ ଓ  ଦିଲ୍ଲୀ ସରକାର ଜବାବ ଦେବେ ।  ୨୦୨୨ ମସିହା ସିଭିଲ ସର୍ଭିସ ପରୀକ୍ଷାରେ ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ କେନ୍ଦ୍ର ଲୋକସେବା ଆୟୋଗ ଆଇଏଏସ ଅଧିକାରୀ ଭାବେ ପୂଜା ଖେଡକରଙ୍କ ଚୟନକୁ ରଦ୍ଦ କରିବା ସହ ଭବିଷ୍ୟତରେ ସିଭିଲ ସର୍ଭିସ ପରୀକ୍ଷା ଦେବାରୁ ବାରଣ କରିଥିଲେ । ଏହାସହିତ କେନ୍ଦ୍ର ଲୋକସେବା ଆୟୋଗ ପୂଜା ଖେଡକରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଅପରାଧ ମାମଲା ରୁଜୁ କରିଥିଲେ ।  ପୂର୍ବରୁ ଏହି ମାମଲାରେ ଗିରଫଦାରୀ ଏଡାଇବା ପାଇଁ ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଦିଲ୍ଲୀ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ପୂଜା ଖେଡକର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Post Views: 64
Share201Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In