• About Us
  • Contact Us
Saturday, February 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନାବାଳିକା ଗର୍ଭବତୀ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଗର୍ଭାବସ୍ଥାର ୩୦ ସପ୍ତାହରେ ବି ଗର୍ଭପାତ କରିପାରିବେ

by Voice of Victims
February 7, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଫ୍ରିବିଜ୍ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ, ‘ମାଗଣା ଯୋଜନା ଯୋଗୁ କାମ କରିବାକୁ ବିମୁଖ ଲୋକେ’

ନାବାଳିକା ଗର୍ଭବତୀ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।  ଯଦି ପୀଡ଼ିତା ଛୁଆ ଜନ୍ମ କରିବାକୁ ଚାହୁଁ ନ ଥିବେ ତେବେ ତାଙ୍କୁ ବାଧ୍ୟ କରଯାଇପାରିବ ନାହିଁ ।  ଏମିତିକି ଗର୍ଭବସ୍ଥାର ୩୦ ସପ୍ତାହ ଅର୍ଥାତ ଶେଷ ସମୟରେ ବି ସ୍ବଇଚ୍ଛାରେ ଗର୍ଭପାତ କରିପାରିବେ। ଜଣେ ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ବିଚାରପତି ବିଭି ନାଗାରତ୍ନ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।  କହିଛନ୍ତି, ଜଣେ ନାବାଳିକା ଗର୍ଭଧାରଣ ଜାରି ରଖିବେ କି ନାହିଁ ଓ ସନ୍ତାନକୁ ଜନ୍ମଦେବେ କି ନାହିଁ ତାହା ପୀଡ଼ିତାଙ୍କ ସତ୍ତ୍ବାଧିକାର ଉପରେ ନିର୍ଭରଶୀଳ ।  ସେହିପରି ଗର୍ଭଧାରଣ ଜାରି ରହିଲେ ମା’ କିମ୍ବା ଶିଶୁର କୌଣସି କ୍ଷତି ନାହିଁ ବୋଲି ମେଡିକାଲ ରିପୋର୍ଟରେ ଦର୍ଶାଯାଇଥିଲା ।

ଯାହାର ବିଚାର କରି ମେଡିକାଲ ବୋର୍ଡକୁ ମଧ୍ୟ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।  କହିଛନ୍ତି, ନାବାଳିକା ଗର୍ଭବତୀଙ୍କ ସତ୍ତ୍ବାଧିକାରକୁ ସମ୍ମାନ ଦିଆଯିବା ଉଚିତ ।  ତେବେ ପୂର୍ବରୁ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି (MTP) ଆକ୍ଟ, ୨୦୨୧ ଅନୁଯାୟୀ ଗର୍ଭପାତ ଆଇନ ଅନୁଯାୟୀ ବୈଧ ।

ଏହି ଆଇନ ଅନୁଯାୟୀ ଜଣେ ଡାକ୍ତରଙ୍କ ପରାମର୍ଶରେ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ବୈଧ ।  ନାବାଳିକା, ଦୁଷ୍କର୍ମ ପୀଡ଼ିତା, ଅକ୍ଷମ ମହିଳାଙ୍କ ସମେତ ଅବିବାହିତାଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇଥାଏ । ଏହାବାଦ ଆହୁରି କେତେକ ସ୍ବତନ୍ତ୍ର ତଥା ଗୁରୁତ୍ବପୂର୍ଣ୍ଣ ମାମଲାରେ ମହିଳାଙ୍କ ସୁରକ୍ଷା, ଅଧିକାର ଓ ସମ୍ମାନକୁ ଭିତ୍ତି କରି ପଦକ୍ଷେପ ନିଆଯାଇଥାଏ ବୋଲି ଅଦାଲତ ଜଣାଇଛନ୍ତି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ନାବାଳିକା ଗର୍ଭବତୀ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଗର୍ଭାବସ୍ଥାର ୩୦ ସପ୍ତାହରେ ବି ଗର୍ଭପାତ କରିପାରିବେ
  • ୨୫% ରୁଷିଆ ତେଲ ପେନାଲଟି ଶେଷ, ଆଜି ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଛି ନୂଆ ନିୟମ
  • ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ବଡ଼ ଆକ୍ରମଣ, ୨୪ ମୃତ
  • ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In