• About Us
  • Contact Us
Sunday, March 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

by Voice of Victims
October 16, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

ରଣପୁର, ୧୬/୧୦ : ରଣପୁର ବ୍ଲକ ମଝିଆଁଖଣ୍ଡ କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଗାଁବାଣିକିଲୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱ ଭୂଷଣ ବେହେରାଙ୍କ ତତ୍ୱାବଧାନରେ ଧୁମଧାମରେ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ କ୍ଲଷ୍ଟର ର ୧୬ଟି ବିଦ୍ୟାଳୟରୁ ମୋଟ ରେ ୨୦୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସକାଳ ୧୦ଘଟିକା ରେ ସ୍ଥାନୀୟ ବଳଭଦ୍ରପୁରର ସରପଞ୍ଚ ସଞ୍ଜୟ କୁମାର ଦାସ, ସମିତିସଭ୍ୟ ବିରଞ୍ଚି ନାରାୟଣ ପାଇକେରା ଓ ଗାଁବାଣିକିଲୋ ବିଦ୍ୟାଳୟର ସଭାପତି ଉଦଘାଟନ କରିଥିଲେ। ସମସ୍ତ ପ୍ରତିଯୋଗୀମାନେ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ।

ଅପରାହ୍ନରେ ଉଦଯାପନୀ ସମାରୋହରେ ଗୋପାଳପୁର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲଷ୍ମୀପ୍ରିୟା ତରେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲଷ୍ମୀ ଦେଇ, ଶିକ୍ଷାବିତ ଗୋପାଳ ଚନ୍ଦ୍ର ଦାସ, ନରସିଂହପୁର କ୍ଲଷ୍ଟରର ସି.ଆର.ସି.ସି. ସୁଶୀଲ କୁମାର ରଣା, ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଶତପଥୀ, ଅଜି ସ୍ୱାଇଁ, କିଶୋର ଚନ୍ଦ୍ର ବେହେରା, ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

ସେହିପରି କାଣ୍ଡପଡା କ୍ଲଷ୍ଟରର କରଡ଼ାପଲ୍ଲା ପ୍ରାଥମିକ ବିଦ୍ୟାଳୟ ଠାରେ ସି.ଆର.ସି.ସି. ରାଜୀବ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ବିଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବ ଶଙ୍କର ମିଶ୍ର, କୈଳାଶ ଚନ୍ଦ୍ର ପୃଷ୍ଟି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନ୍ନପୂର୍ଣ୍ଣା ସାହୁ, ପୂର୍ବତନ ସି.ଆର.ସି.ସି. ଦୀନବନ୍ଧୁ ଜେନା ଯୋଗ ଦେଇଥିବା ବେଳେ ଉଦଯାପନୀ ସଭାରେ କଳାମାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ମିଶ୍ର, ଯଶୋଦାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ବେହୁରା, କରଡ଼ାପଲ୍ଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ, ନରସିଂହପୁର କ୍ଲଷ୍ଟରର ସି.ଆର.ସି.ସି. ସୁଶୀଲ କୁମାର ରଣା, କରଡ଼ାପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସାମନ୍ତରାୟ, ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ | ଅକ୍ଷୟ କୁମାର ଜେନା, ଜୋଛନାରାଣୀ ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଭ୍ୟ ସଭ୍ୟା ଓ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ |

ସେହିପରି ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସି.ଆର.ସି.ସି. ଅଜୟ କୁମାର ପ୍ରଧାନ ରଣପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର, କଣ୍ଡରାସିଂ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାର୍କଣ୍ଡ ଦାଶ, ବିଦ୍ୟାଳୟ ସଭାପତି ରଙ୍ଗନାଥ ମିଶ୍ର ଓ ସଦସ୍ୟ ସତ୍ୟବାନ ସାହୁ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ | ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଶତ୍ରୁଘନ ପ୍ରଧାନ, ଶର୍ମିଷ୍ଠା ଦାସ ଙ୍କ ସମେତ କ୍ଲଷ୍ଟରର ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

Post Views: 57
Share201Tweet126Send
Voice of Victims

Voice of Victims

Recent Posts

  • ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା, ତୀବ୍ରତା ୪.୨
  • ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
  • ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ, ରଖିଲେ ଏଭଳି ପ୍ରତିକ୍ରିୟା
  • ରାତି ଅଧରେ ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା, ଘଟଣାର ତଦନ୍ତ କରୁଛି ପୋଲିସ
  • ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In