• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ: ମୁଖ୍ୟମନ୍ତ୍ରୀ

by Voice of Victims
November 28, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିଲାମାନେ ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ ବୋଲି ମୁଖ୍ୟମନ୍ତ୍ରୀ ମାନଙ୍କର ଭରପୁର ପ୍ରତିଭା ଅଛି। ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ। ଯଦି ସୂର୍ଯ୍ୟରେ ପହଞ୍ଚିବାପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ଅତି କମ୍‌ରେ ଚନ୍ଦ୍ରରେ ପହଞ୍ଚିପାରିବା। ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୬୫ଟି ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୫୮୦ ପିଲା ଯୋଗଦେଇଛନ୍ତି। ଏହି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଗତ ୨୬ ଓ ୨୭ ତାରିଖରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କର କ୍ରୀଡା ମହୋତ୍ସବ ‘ଉତ୍ସାହ’ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ କହିଥିଲେ ବଡ ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ। ତାହେଲେ ଯାଇ ସ୍ବପ୍ନ ଚରିତାର୍ଥ ହେବ। ଜଙ୍ଗଲର ରାଜା ସିଂହକୁ ମଧ୍ୟ ଶିକାର ପାଇଁ ପରିଶ୍ରମ କରିବାକୁ ପଡିଥାଏ। ତେଣୁ ସ୍ବପ୍ନ ଦେଖିବା ସହିତ କଠୋର ପରିଶ୍ରମ କରିବାକୁ ପଡିବ। ତାହେଲେ ଯାଇ ତୁମେ ମାନେ ନିଜ ନିଜ କ୍ଷେତ୍ରରେ ସଫଳତା ପାଇବ। ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ହେଉଛି ତୁମ ମାନଙ୍କୁ ଆଗକୁ ବଢିବା ପାଇଁ ଗୋଟିଏ ଗୋଟିଏ ପାହାଚ। ତୁମ ମାନଙ୍କ ପ୍ରତିଭା ଓ ସୃଜନଶୀଳତାର ସଠିକ୍ ଉପଯୋଗକର। ଆମ ଦେଶର ପ୍ରତ୍ୟେକ କୁନି କୁନି ପିଲାଙ୍କ ମଧ୍ୟରେ ରହିଛି ଏକଲବ୍ୟଙ୍କ କୌଶଳ, ଅଭିମନ୍ୟୁଙ୍କ ଦୁଃସାହସ, ପ୍ରହଲ୍ଲାଦଙ୍କ ଭକ୍ତି ଓ ଅଷ୍ଟବକ୍ରଙ୍କ ପାଣ୍ଡିତ୍ୟ। ଅଲମ୍ପିକ୍ ବିଜେତା ନିରୋଜ ଚୋପ୍ରାଙ୍କ ଠାରୁ ଆରମ୍ଭ କରି କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ କଠିନ ପରିଶ୍ରମ ଓ ସେମାନଙ୍କ ସଫଳତାକୁ ଉଦାହରଣ ଭାବେ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସେ ପୁଣି କହିଥିଲେ ଯେ କ୍ରୀଡାର ବିକାଶ ପାଇଁ କେବଳ ଅର୍ଥର ବ୍ୟବସ୍ଥା ଯଥେଷ୍ଟ ନୁହେଁ ଏଥିପାଇଁ ଆନ୍ତରିକତାର ଆବଶ୍ୟକତା ରହିଛି। କଳିଙ୍ଗ ଷ୍ଟାଡିୟମ ସହିତ ବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ୍ ଜରିଆରେ ଆମେ ଗ୍ରାମାଞ୍ଚଳ ପ୍ରତିଭା ମାନଙ୍କର ପାଠାପଢା ସହିତ କ୍ରୀଡାର ବିକାଶ ମଧ୍ୟ କରୁଛୁ। ଆମ ରାଜ୍ୟର ବହୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ମାନେ ଏହି ସ୍ପୋର୍ଟସ ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ତାଙ୍କ କ୍ୟାରିଅର ଗଢିଛନ୍ତି। ତେଣୁ ତୁମ ମାନଙ୍କୁ ମୋର ଅନୁରୋଧ ଗଭୀର ଆତ୍ମ ବିଶ୍ବାସର ସହ ଆଗକୁ ବଢ। ଯାହାର ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ରହିଛି ସେଥିରେ ଆତ୍ମ ବିଶ୍ବାସର ସହ ମନୋନିବେଶ କର। କଠିନ ପରିଶ୍ରମ କର ଦେଖିବ ସଫଳତା ତୁମ ପଛରେ ପଡିବ। ଆଗାମୀ ଦିନରେ ତୁମ ମାନଙ୍କୁ ନେଇ ଆମେ ଲକ୍ଷ୍ୟ ରଖିଛୁ ଓଡିଶାକୁ କ୍ରୀଡାର ପାୱାର ହାଉସ କରିବା ପାଇଁ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ରାଜ୍ୟର ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ପିଲାମାନଙ୍କ ବାପା ମାଆ ହେଉଛନ୍ତି ସରକାର। ସରକାରଙ୍କ ହାତ ସବୁବେଳେ ସେମାନଙ୍କ ମୁଣ୍ଡ ଉପରେ ଅଛି ଓ ରହିବ। ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ଶିଶୁଯତ୍ନ କେନ୍ଦ୍ରର ପିଲାମାନଙ୍କ ମଧ୍ୟରେ ଏକ ଫୁଟବଲ ମ୍ୟାଚ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପଞ୍ଚାୟତି ରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In