• About Us
  • Contact Us
Wednesday, February 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନୂଆ ସରକାରର ଶପଥ ଗ୍ରହଣ: ମହାପ୍ରଭୁ ଶ୍ରୀଜଗନ୍ନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

by Voice of Victims
June 11, 2024
in ମୁଖ୍ୟ ଖବର, ରାଜ୍ୟ
ନୂଆ ସରକାରର ଶପଥ ଗ୍ରହଣ: ମହାପ୍ରଭୁ ଶ୍ରୀଜଗନ୍ନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭୁବନେଶ୍ଵର ଜନତା ମୈଦାନରେ ଅପରାହ୍ନ ୪ ଟା ୪୫ ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସମୟ ନିର୍ଦ୍ଧାରଣ କରାଯାଇଛି। ଏନେଇ ପ୍ରଶାସନ ଠାରୁ ବିଜେପି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଏଥିପାଇଁ ବିଜେପି ପକ୍ଷରୁ ନିମନ୍ତ୍ରଣ ପତ୍ର ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସର୍ବପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ସେଥିପାଇଁ ଗୁଆ, ନଡିଆ, ନିମନ୍ତ୍ରଣ ପତ୍ର ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ବିଜେପି ଯାଇଛି। ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପାଇଁ ବିଜେପି ପକ୍ଷରୁ ପ୍ରଭାତୀ ପରିଡା, ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରୀତ ପଟ୍ଟନାୟକ ଯାଇଥିବା ଜଣାପଡିଛି। ସେହିଭଳି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପାଇଁ ବିଜେପି ଟିମରେ ମନମୋହନ ସାମଲ, ସୁରେଶ ପୂଜାରୀ, ସମୀର ମହାନ୍ତି, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ସାମିଲ ଅଛନ୍ତି। ସେମାନେ ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରିଥିବା ଜଣାପଡିଛି।

Post Views: 34
Tags: Swearing in of new government: Invitation to Mahaprabhu Sreejagannath
Share201Tweet126Send
Voice of Victims

Voice of Victims

Recent Posts

  • ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ
  • କାଳବୈଶାଖୀ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି କ୍ୟାସ୍
  • ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ
  • ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In