• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତେଜ ପ୍ରତାପ ଯାଦବଙ୍କ ସୁରକ୍ଷା ବଢିଲା, Y+ କ୍ୟାଟେଗୋରୀ ସୁରକ୍ଷା ଦେଲା ଗୃହ ମନ୍ତ୍ରଣାଳୟ

by Voice of Victims
November 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
ତେଜ ପ୍ରତାପ ଯାଦବଙ୍କ ସୁରକ୍ଷା ବଢିଲା, Y+ କ୍ୟାଟେଗୋରୀ ସୁରକ୍ଷା ଦେଲା ଗୃହ ମନ୍ତ୍ରଣାଳୟ

ବିହାର : ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ପ୍ରମୁଖ ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ଜେତ ପ୍ରତାପ ଯାଦବଙ୍କ ସୁରକ୍ଷା ବଢାଇଦେଇଛନ୍ତି । ସୁରକ୍ଷା ଏଜେନ୍ସୀ ନିକଟରେ ଗୃହ ମନ୍ତ୍ରଣାଳୟରକୁ ତେଜ ପ୍ରତାପ ଯାଦବ ସୁରକ୍ଷାକୁ ନେଇ ରିପୋର୍ଟ ଦେଇଛନ୍ତି । ଏହାପରେ ହିଁ ତେଜପ୍ରତାନଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ତେଜ ପ୍ରତାପଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷାରେ ଆର୍ମଡ ପୋଲିସର ୧୧ ଜଣ କମାଣ୍ଡୋ, ୫ ଜଣ ଷ୍ଟାଟିକ ପୋଲିସ ଜବାନ ତାଙ୍କ ପାଖରେ ଏବଂ ଘରର ଆଖପାଖରେ ରହିବେ । ଏହାସହିତ ୬ ପିଏସଓ ୩ଟି ସିଫ୍ଟରେ ସୁରକ୍ଷାରେ ରହିବେ ।ନିକଟରେ ମୋକାମାରେ ଦୁଲାରଚାନ୍ଦ ଯାଦବ ହତ୍ୟା ପରେ ତେଜ ପ୍ରତାପ ଯାଦବ ନିଜ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ତେଜ ପ୍ରତାପ କହିଛନ୍ତି କି, ବିହାରରେ ଦିନକୁ ଦିନ ଅପରାଧିକ ଘଟଣା ବଢିବାରେ ଲାଗିଛି । ଏହାସହିତ ନବନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ବିପଦ ରହିଛି । ନିର୍ବାଚନୀ ସିଟ୍ ପାଇଁ ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ । କେନ୍ଦ୍ର ଏବଂ ରାଜ୍ୟ ସରକାର ତାଙ୍କ ସୁରକ୍ଷା ବଢାଇବା ଜରୁରୀ । ଏହାଦ୍ବାରା ସେ ନିର୍ଭୟରେ ନିର୍ବାଚନ ପ୍ରଚାର କରିପାରିବେ ।

ବିହାର ମହୁଆ ସିଟରେ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିବେ । ଏଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେଜ ପ୍ରତାପ ବିହାର ବିଧାନସଭା ନିର୍ବାଚନରେ ନିଜ ରଣନୀତିକୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ତାଙ୍କ ପାର୍ଟି ଜେଜେଡିକୁ ଯିଏ ସମର୍ଥନ କରିବ, ତାଙ୍କ ସରକାର ରୋଜଗାର ଦେବ । ବିହାରରେ ପରିବର୍ତ୍ତନ ଆଣିବ ତାଙ୍କ ସରକାର ।

Post Views: 80
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In