• About Us
  • Contact Us
Thursday, March 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ତେଜିଲା ପାଟ୍ଟଶାଣୀ ବିରୋଧୀ ମେଳି

by Voice of Victims
March 22, 2024
in ମୁଖ୍ୟ ଖବର, ରାଜ୍ୟ
ତେଜିଲା ପାଟ୍ଟଶାଣୀ ବିରୋଧୀ ମେଳି

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିସାରିଛି । ୨୪ ମହାସମର ପାଇଁ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ଏବେ ପ୍ରାର୍ଥୀ ଚୟନରେ ବ୍ୟସ୍ତ । ସବୁଦଳରେ ଏକାଧିକ ଆଶାୟୀ ଥିବାବେଳେ ସମସ୍ତେ ନିଜ ନିଜର ସଙ୍ଗଠନ ଜରିଆରେ ସମର୍ଥନ ଜୁଟାଇବାରେ ଲାଗି ପଡିଛନ୍ତି । ଏଭଳି ପରିସ୍ଥିତିରେ କାହା ଭାଗରେ ଟିକେଟ୍ ପଡିବ ଓ କାହାର କଟିବ, ତାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ ମଧ୍ୟ କେହି ଆଶା ଛାଡିନାହାନ୍ତି ।  ଏହାରି ଭିତରେ ଭୁବନେଶ୍ୱରସ୍ଥ ଶଙ୍ଖ ଭବନ ସାମନାରେ ଚିଲିକା ବିଜେଡି କର୍ମୀଙ୍କ ମେଳି ଦେଖିବାକୁ ମିଳିଛି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଗ୍ରୀନ ସିଗନାଲ ମିଳିବା ପରେ ଚିଲିକା ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି । ବିଜେଡି କର୍ମୀମାନେ ଆଜି ଶଙ୍ଖଭବନ ଆଗରେ ପ୍ରତିବାଦ କରିଛନ୍ତି । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକମାନେ ପ୍ରତିବାଦ କରିଛନ୍ତି । ରଘୁନାଥଙ୍କୁ ୨୦୨୪ରେ ବିଜେଡି ଟିକେଟ ଦେଉ ବୋଲି କହିଛନ୍ତି ସମର୍ଥକ । ପ୍ରସନ୍ନ ପାଟ୍ଟଶାଣୀ ଦୀର୍ଘ ୫୦ ବର୍ଷ ହେବ ଚିଲିକା ଯାଇନାହାନ୍ତି ଭୁବନେଶ୍ୱରରେ ରହୁଛନ୍ତି । ତେଣୁ ତାଙ୍କ ବଦଳରେ ରଘୁନାଥଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି ସମର୍ଥକ । ହାତରେ ପ୍ଲାକାର୍ଡ ଧରି ରଘୁ ସାହୁଙ୍କ ସପକ୍ଷରେ ନାରା ପକାଇଛନ୍ତି ସମର୍ଥକ । ଏନେଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ କିଛି ଫରକ ପଡ଼ିବନି । ଚିଲିକା ମୋ ଘର, ଯିଏ ବି ବିରୋଧ କରିବ କିଛି ଫରକ ବଡ଼ିବନି ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି ।  ପ୍ରକାଶ ଯେ ଚିଲିକା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏନେଇ ପୂର୍ବରୁ କହିଥିଲେ ଯେ ଚିଲିକା ମୋ ଗାଁ, ପାଖ ଖୋର୍ଦ୍ଧାରୁ ମୁଁ ୪ ଥର ବିଧାୟକ ହୋଇଛି। ଦଳ ମୋତେ ଯେଉଁଠୁ ଦାୟିତ୍ୱ ଦେବ ମୁଁ ରାଜି। 

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ
  • ସଡ଼କ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକ ମୃତ
  • ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ, ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିବ!
  • ନିତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ରାଜ୍ୟସଭା ଯିବାକୁ ଚାହୁଁଛି
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In