• About Us
  • Contact Us
Tuesday, February 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା

by Voice of Victims
February 10, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା

ଇମ୍ଫାଲ : ପୁଣି ମଣିପୁରରେ ଉତ୍ତେଜନା । ମଣିପୁରର ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ଅନେକ ଘର ପୋଡ଼ି ଦେଇଛନ୍ତି ଏବଂ ଗୁଳି ଚଳାଇଛନ୍ତି । ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ଜଣାପଡିଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି ।

ସୂଚନାନୁଯାୟୀ, “ସଶସ୍ତ୍ର ଲୋକମାନେ ଲିଟାନ ସାରିଖୋଙ୍ଗରେ କିଛି ଖାଲି ଘରେ ନିଆଁ ଲଗାଇ ଗୁଳି ଚଳାଇଛନ୍ତି। ଲିଟାନ ସାରିଖୋଙ୍ଗ ଅଞ୍ଚଳରେ ଗୁଳିକାଣ୍ଡ ଏବଂ ପୋଡ଼ାଜଳା ଦୁଇଟି ତାଙ୍ଗଖୁଲ ନାଗା ସଂଗଠନ ଉଖରୁଲ ଏବଂ କାମଜୋଙ୍ଗ ଜିଲ୍ଲାରେ କୁକି ସମ୍ପ୍ରଦାୟର ଗତିବିଧି ଉପରେ କଟକଣା ଲଗାଇବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ଏହାରି ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସୁରକ୍ଷା ବାହିନୀ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।’’  ପ୍ରଶାସନ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି । ଏଥିସହ ମଣିପୁର ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉକ୍ରଳ ଜିଲ୍ଲାର ରାଜସ୍ୱ ଅଞ୍ଚଳରେ ୫ ଦିନ ପାଇଁ ବ୍ରଡବ୍ୟାଣ୍ଡ, VPN ଏବଂ V-Sat ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଗତ ୨ ଦିନ ଧରି ଲିଟାନ ଶ୍ରୀଖୋଙ୍ଗ ଏବଂ ଆଖପାଖର କୁକି-ଅଧିକୃତ ଗ୍ରାମରୁ ଶହ ଶହ କୁକି ଏବଂ ତାଙ୍ଗଖୁଲ ନାଗା ଗ୍ରାମବାସୀମାନେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି । ମଣିପୁର ମନ୍ତ୍ରୀ ଗୋବିନ୍ଦାସ କନ୍ଥୋଜାମ କହିଛନ୍ତି ଯେ, ଅତି କମରେ ଏହି ଆକ୍ରମଣରେ ୨୧ ଟି ଘର ପୋଡି ଦିଆଯାଇଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସେ ଆହୁରି କହିଛନ୍ତି ଯେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ
  • ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା
  • ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍
  • ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼
  • ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In