• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବଢିଲା ପାକିସ୍ତାନର ଟେନସନ୍, ଭାରତକୁ ସମର୍ଥନ କଲା ଆଫଗାନିସ୍ତାନ

by Voice of Victims
May 16, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବଢିଲା ପାକିସ୍ତାନର ଟେନସନ୍, ଭାରତକୁ ସମର୍ଥନ କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସପକ୍ଷରେ ବଢୁଛି ମୁସଲିମ୍ ରାଷ୍ଟ୍ରର ସମର୍ଥନ । ଗୋଟେ ପଟେ ପାକିସ୍ତାନ ପାଇଁ କରଜ ଓ ପାଣି ସମସ୍ୟା ବଢିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତା ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପହଲଗାମ ଘଟଣାରେ ଭାରତର ସମର୍ଥନ କରିଥିବାରୁ ଆଫଗାନିସ୍ତାନକୁ ଧନ୍ୟବାଦ ଜଣାଇଲା ଭାରତ । ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁସ୍ତାକିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।

ଏହି ଐତିହାସିକ କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନ ଜନତାଙ୍କ ସହିତ ଭାରତର ପାରମ୍ପରିକ ବନ୍ଧୁତା ସହିତ ବିକାଶ ପାଇଁ ନିରନ୍ତର ସମର୍ଥନ ବିଷୟରେ କହିଛନ୍ତି । ତାଲିବାନ ସରକାର ପହଲଗାମ ଆକ୍ରମଣକୁ ସାର୍ବଜନୀନ ଭାବେ ନିନ୍ଦା କରିଛନ୍ତି ।

ଭାରତ ଓ ତାଲିବାନ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା । ପହଲଗାମ ଆକ୍ରମଣକୁ ଆଫଗାନିସ୍ତାନ ନିନ୍ଦା କରିବା ସହ ଭାରତର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲା । ପୂର୍ବରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂପର୍କକୁ ଦୃଢ କରିବା ପାଇଁ ୩ ଥରରୁ ଅଧିକ କଥାବାର୍ତ୍ତା ହୋଇଛନ୍ତି । ତେବେ ପହଲଗାମ ଆକ୍ରମଣ ପରେ ଏହା ଦ୍ବିତୀୟ ଥର ପାଇଁ କଥାବାର୍ତ୍ତା ।

ଅପରେସନ ସିନ୍ଦୂର ସମୟରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଖରାପ କରିବାକୁ ଗୁଜବ ସୃଷ୍ଟି କରିଥିଲା ପାକିସ୍ତାନ । ଭାରତର ଏକ ମିସାଇଲ୍ ଆଫଗାନିସ୍ତାନରେ ପଡ଼ିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଯାହାକୁ ଆଫଗାନିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇଥିଲା । ତେବେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ମଧ୍ୟ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In