• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଢାକାରେ ଭୟଙ୍କର ବିମାନ ଦୁର୍ଘଟଣା; ସ୍କୁଲ ଛାତ ଉପରେ ଖସିପଡ଼ିଲା ବିମାନ, ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା

by Voice of Victims
July 21, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଢାକାରେ ଭୟଙ୍କର ବିମାନ ଦୁର୍ଘଟଣା; ସ୍କୁଲ ଛାତ ଉପରେ ଖସିପଡ଼ିଲା ବିମାନ, ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା

ଢାକା : ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ବଢିଚାଲିଛି ମୃତକଙ୍କ ସଂଖ୍ୟା । ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପିଲା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୬ଟି ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି । ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି । ଦୁର୍ଘଟଣା ସମୟରେ କଲେଜରେ ପିଲାମାନେ ଉପସ୍ଥିତ ଥିବା କୁହାଯାଉଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ବିମାନଟି ଦିନ ପ୍ରାୟ ୧:୦୬ରେ ଉଡ଼ାଣ ଭରିଥିଲା ଏବଂ ଏହାର ତୁରନ୍ତ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ସ୍କୁଲ୍ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏଫ-୭ ବିମାନଟି ଚୀନର ଚେଙ୍ଗଡୁ ଏୟାରକ୍ରାଫ୍ଟ କର୍ପୋରେସନ ଦ୍ୱାରା ତିଆରି କରାଯାଇଛି । ଏହା ସୋଭିଏତ୍ ୟୁନିଅନର ମିଗ-୨୧ର ଏକ ଶସ୍ତା ଚୀନ ସଂସ୍କରଣ, ଯାହାକୁ ଚୀନ୍ ଶସ୍ତାରେ ଏବଂ ଦ୍ରୁତ ଉତ୍ପାଦନ ଆଧାରରେ ଅନେକ ଦେଶକୁ ବିକ୍ରି କରିଥିଲା।

Post Views: 60
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In