ନୂଆଦିଲ୍ଲୀ: ୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ୧୮ ବର୍ଷର ସ୍ୱପ୍ନକୁ ରୟାଲ ଷ୍ଟାଇଲରେ ପୂରଣ କରିଛି ଚ୍ୟାଲେଞ୍ଜର୍ସ । ଆଇପିଏଲର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତାହାସହ ଚୂରମାର୍ ହୋଇଯାଇଛି ପଞ୍ଜାବ କିଙ୍ଗସର ପ୍ରଥମ ଆଇପିଏଲ ଟ୍ରଫି ସ୍ୱପ୍ନ। ମାତ୍ର ରନରେ ଫାଇନାଲ ଫାଇଟରେ ଧରାଶାୟୀ ହୋଇଛି ଶ୍ରେୟସଙ୍କ ପଞ୍ଜାବ କିଙ୍ଗସ୍ । ବିଗ୍ ଫାଇଟରେ ବିରାଟଙ୍କ ଆରସିବି, ଫ୍ଯାନ୍ସଙ୍କ ଟ୍ରଫି ସ୍ୱପ୍ନରେ ଲଗାଇଛି ଡେଣା । ‘ଇସ ସାଲ କପ ନାମ ଦେ’ ଏବେ ବାସ୍ତବ ରୂପ ନେଇ ସାରିଛି । କୋଟି କୋଟି ପ୍ରଶଂସକଙ୍କ ମନରେ ଏବେ କେବଳ ଗୋଟିଏ କଥା ଆମେ ବି ଏବେ ଆଇପିଏଲ ଚାମ୍ପିଅନ ।

ପ୍ରକାଶଥାଉ ଯେ, ଆରସିବିର ୧୯୧ ରନକୁ ପଶ୍ଚାତଧାବନ କରୁଥିବା ପଞ୍ଜାବ କିଙ୍ଗସ୍ ଦୁର୍ଦ୍ଦଶ ପ୍ରିୟାନ୍ସ ଆର୍ଯ୍ୟାଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା । ଫିଲ୍ଡ ସଲ୍ଟ ବାଉଣ୍ଡ୍ରୀ ଲାଇନରେ ତାଙ୍କର ଅବିଶ୍ୱନୀୟ କ୍ୟାଚ ନେଇଥିଲେ । ମାତ୍ର ୨୪ ରନରେ ସେ ପ୍ଯାଭିଲିୟନ ଫେରିଥିଲେ । ଏହାପରେ ପ୍ରଭାସିମରନ ମଧ୍ଯ ୨୬ ରନ କରି ତାଙ୍କ ୱିକେଟ ସହଳ ଟେକି ଦେଇଥିଲେ ରୟାଲ ହାତରେ ନିଅ କହି । ପରେ ଦୁର୍ଦ୍ଦଶ ତଥା ଷ୍ଟାଇଲିସ ବ୍ୟାଟର ପଞ୍ଜାବ ଅଧିନାୟକ ତଥା କ୍ୱାଲିଫାୟର-୨ ହିରୋ ଶ୍ରେୟସ ଆୟର ମାତ୍ର ୧ ରନରେ ଆଉଟ ହୋଇ ଷ୍ଟାଡିୟମ ଓ ପଞ୍ଜାବ ଫ୍ୟାନ୍ସକୁ ସ୍ତବ୍ଧ କରି ଦେଇଥିଲେ । ଜୋଶ ଇଂଲିସ ମାତ୍ର ୨୩ ବଲରେ ୩୯ ରନର ବିସ୍ପୋଟକ ପାରି ଖେଳି ବିଜୟର ସୁଯୋଗ ସୃଷ୍ଟି କରିଥିଲେ ସତ, ମାତ୍ର ପଞ୍ଜାବ ଟ୍ରଫି ହାତେଇ ପାରି ନ ଥିଲା । ଶେଷ ସମୟରେ ନେହାଲ ବଡେରା ଓ ମାର୍କସ ଷ୍ଟୋଇନିସ ଯଥାକ୍ରମେ ୧୫ ଓ ୬ ରନ କରି ଲଢି ମଧ୍ଯ ପଞ୍ଜାବକୁ ବିଜୟ ଦେଇ ପାରି ନ ଥିଲେ । ବ୍ୟାଟର ଶଶାଙ୍କ ସିଂ ଶେଷ ଯାଏଁ ଲଢେଇ କରି ମଧ୍ଯ ପଞ୍ଜାବକୁ ଫାଇନାଲ ପରାଜୟରୁ ବଞ୍ଚାଇ ପାରି ନ ଥିଲେ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଲରାଉଣ୍ଡର କୃଣାଲ ପାଣ୍ଡ୍ଯା ତାଙ୍କ ୱିକେଟ ନେଇ ଆରସିବିର ୧୮ ବର୍ଷର ସ୍ୱପ୍ନକୁ ସାକାର କରିଥିଲେ । ଏହାସହ ଭୁବନେଶ୍ୱର କୁମାର ମଧ୍ଯ ୨ ଟି ୱିକେଟ ଦାଖଲ କରି ଦଳକୁ ବିଜୟୀ କରାଇଥିଲେ । ଅଲରାଉଣ୍ଡର ରୋମାରିଓ ଶେଫାର୍ଡ ଓ ଷ୍ଟାର ବୋଲର ଜୋଶ ହେଜଲହୁଡ୍ ମଧ୍ଯ ଗୋଟିଏ ଲେଖାଏଁ ୱିକେଟ ନେଇ ରୟାଲ ଷ୍ଟାଇଲରେ କିଙ୍ଗସକୁ ଧରାଶାୟୀ କରିଥିଲେ ଫାଇନାଲ ଫାଇଟରେ । ବିଗ ପାଇଟର କୁମ୍ପୁ ପାଣ୍ଡ୍ଯାଙ୍କ କୃଣାଲ ପ୍ରଭାବୀ ପ୍ରଦର୍ଶନ କରି ଟ୍ରଫି କବ୍ଜାରେ ପ୍ରମୁଖ ଭୂମିକା ନିଭାଇଥିଲେ ଆରସିବି ପାଇଁ ।
