• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆସିଲା ରାଜ୍ୟ ଭିଜିଲାନ୍ସର ବାର୍ଷିକ ରିପୋର୍ଟ, ୨୦୨୪ରେ ୨ ଶହ ଅପରାଧିକ ମାମଲା ରୁଜୁ

by Voice of Victims
December 31, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ଆସିଲା ରାଜ୍ୟ ଭିଜିଲାନ୍ସର ବାର୍ଷିକ ରିପୋର୍ଟ, ୨୦୨୪ରେ ୨ ଶହ ଅପରାଧିକ ମାମଲା ରୁଜୁ

ଭୁବନେଶ୍ୱର : ଆସିଲା ରାଜ୍ୟ ଭିଜିଲାନ୍ସର ବାର୍ଷିକ ରିପୋର୍ଟ। ୨୦୨୪ରେ ୨ଶହ ଅପରାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ । ୨ଶହ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ।  ୩୮ ଜଣ କର୍ମଚାରୀଙ୍କ ପତ୍ନୀଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି । ସମୁଦାୟ ୧୮୧ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାମଲା ରୁଜୁ ହୋଇଥିବା ଅଫିସରଙ୍କ ମଧ୍ୟରେ ରହିଛନ୍ତି ୫୦ ଜଣ କ୍ଲାସ-1 ସରକାରୀ ଅଧିକାରୀ, ୬ ଜଣ ମୁଖ୍ୟ ଯନ୍ତ୍ରୀ, ଅବକାରୀ ବିଭାଗ ଯୁଗ୍ମ କମିସନର, ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ, ସିଟି ଜିଏସଟି ଉପକମିସନର, ଜେଲ ଅଧିକ୍ଷକ, ଜଣେ ଉପ ଜିଲ୍ଲାପାଳ, ୨ ଜଣ ତହସିଲଦାର, ୨ ଜଣ ବିଡିଓ, ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରହିଛନ୍ତି। ୬୦ଟି ଆୟ ବହିର୍ଭୁତ ମାମଲା ରୁଜ୍ଜୁ ହୋଇଥିବା ବେଳେ ମୋଟ ୧୩୧ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ୯୬ ଟି ଲାଞ୍ଚ ନେବା ମାମଲା ରୁଜ୍ଜୁ ହୋଇଥିବା ବେଳେ ୯୯ ଜଣ ସରକାରୀ ଅଧିକାରୀମାନଙ୍କ ସହ ୧୧୫ ଜଣଙ୍କ ଠାରୁ ୧୯ ଲକ୍ଷ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ବିଭିନ୍ନ ମାମଲାରେ ୪୮୩ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ୭୯୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି। ୧୯୪ ଟି ବିଲଡିଂ ଓ ପ୍ରୋଜେକ୍ଟ କୁ ୭୨ ଟି କେସ ରେ ଠାବ କରାଯାଇଛି। ଏହାର ମୋଟ ମୂଲ୍ୟ ରହିଛି ୨୭ କୋଟି ୩ଲକ୍ଷ ଟଙ୍କା। ୩୦୭ଟି କେସ ର ତଦନ୍ତ ସରିଥିବା ବେଳେ ମାମଲା ଶେଷ କରିବା ହାର ରହିଛି ୧୫୪ ପ୍ରତିଶତ। ୨୦୨୪ ମସିହାରେ ୧୦୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହାର ରହିଛି ୮୦ ପ୍ରତିଶତ। ଏହା ସହ ଦୋଷୀ ସାବ୍ୟସ୍ତ ହୋଇଥିବା ୨୫ ଜଣ ଦୋଷୀ ସାବ୍ୟସ୍ତ ଙ୍କୁ ଚାକିରି ରୁ ବହିଷ୍କାର କରାଯାଇଛି। ପ୍ରଥମ ଥର ପାଇଁ ଫରେଷ୍ଟ କେସରେ ବାଘଛାଲ ଜବତ କରାଯାଇଛି। ସେହିଭଳି ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବା ଉଦ୍ୟମରେ ଜଣଙ୍କୁ ଗିରଫ କରାଯାଇଥିଲା କହିଛନ୍ତି ଭିଜିଲାନ୍ସ ସେଲ୍ ଏସପି ଏମ. ରାଧା କ୍ରିଷ୍ଣନ।

Post Views: 90
Tags: The annual report of state vigilance came out
Share201Tweet126Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In