• About Us
  • Contact Us
Wednesday, March 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପଦ୍ମ ଧରିଲେ ଅନୁଭବ

by Voice of Victims
April 1, 2024
in ମୁଖ୍ୟ ଖବର, ରାଜ୍ୟ
ପଦ୍ମ ଧରିଲେ ଅନୁଭବ

ଭୁବନେଶ୍ୱର: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜେଡି ଛାଡ଼ିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଶେଷରେ ପଦ୍ମ ପୋଖରୀକୁ ଡେଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଛନ୍ତି । ତେବେ ଅନୁଭବ ବିଜେପିରେ ସାମିଲ ହେଲା ପରେ ସେ ଓଡ଼ିଶାର କେଉଁ ଆସନରୁ ଲଢିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ପ୍ରକାଶ ଯେ ଗତ ୩୦ ତାରିଖ ଦିନ ଅନୁଭବ ବିଜେଡି ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଥିଲେ । ନିଜ ଇସ୍ତଫାପତ୍ରରେ ଅନୁଭବ ମହାନ୍ତି ଲେଖିଥିଲେ, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି । ମୋ’ ବାପା ଓ ବଡ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚାଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି । ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ରାଜନୀତି ମୁଁ କେବେ ଛାଡିବି ନାହିଁ । ଅନୁଭବ ଆହୁରି ଲେଖିଥିଲେ, ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବିନାହିଁ । ସବୁ କ୍ଷେତ୍ରରେ ମୋ ଓଡିଶାବାସୀଙ୍କ ପ୍ରତିନିଧିତ୍ୱ କରିବି । ଏଥିପାଇଁ ବିଜେଡି ଛାଡିବା ମୋ ପାଇଁ ଜରୁରୀ ହୋଇପଡିଲା । କେବଳ ବ୍ୟକ୍ତିଗତ ଭାବେ ନୁହେଁ, ମୋ ଜନ୍ମମାଟି ମଧ୍ୟ ଏହି ପଦକ୍ଷେପ ନେବାର ଆବଶ୍ୟକତା ପଡିଲା ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଅନୁଭବ ମହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ତା’ ପୂର୍ବରୁ ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ ।

Post Views: 28
Share197Tweet123Send
Voice of Victims

Voice of Victims

Recent Posts

  • ବିକାଶର ବହୁ ଦୂରରେ, ସାହାରା ଖୋଜୁଛି ଜରାଜୀର୍ଣ୍ଣ ଖଙ୍କର ଯାତ୍ରୀ ବିଶ୍ରାମଗାର
  • “ଆଖିରେ ତୁ” – ଏକ ସୁନ୍ଦର ରୋମାଣ୍ଟିକ ଗୀତ ବିଶ୍ୱବ୍ୟାପି ମୁକ୍ତିଲାଭ
  • ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି, ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବେ ହରିଶ ରାଣା
  • ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା, ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର
  • OAS ବାବୁଙ୍କ ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା, ଏବେ ସୁଦ୍ଧା ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In