• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

“ସତ୍ୟ ଦାସଙ୍କ ମିଛ ଗଳ୍ପ” ପୁସ୍ତକ ଲୋକାର୍ପିତ

by Voice of Victims
December 24, 2024
in ମୁଖ୍ୟ ଖବର, ରାଜ୍ୟ
“ସତ୍ୟ ଦାସଙ୍କ ମିଛ ଗଳ୍ପ” ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ର ଭବନଠାରେ, ଏକ, ବର୍ଣ୍ଣାଢ୍ୟ ପରିବେଶରେ , “ସତ୍ୟ ଦାସଙ୍କ ମିଛ ଗପ” କ୍ଷୁଦ୍ରଗଳ୍ପ ସଂକଳନ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ବିରଜା ପ୍ରସନ୍ନ ଶତପଥୀ ମୁଖ୍ୟ ଅତିଥି, ବରେଣ୍ୟ ଅତିଥି ଭାବେ କବି, ଗୀତିକାର, ଔପନାସିକ, କଥାକାର ତଥା ପ୍ରଶାସକ ଦେବଦାସ ଛୋଟରାୟ , ମୁଖ୍ୟବକ୍ତା ଭାବେ ଗାଳ୍ପିକ ତଥା ସାହିତ୍ୟ ସାଧକ ବୈଷ୍ଣବ ଚରଣ ମହାନ୍ତି ଓ ବିଶିଷ୍ଟ ଅଭିନେତା ମୋହନ ମଜୀଠିଆ ସମୀକ୍ଷକ ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପାଠକାର୍ପଣ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ, ସଂଗୀତକାର, କଣ୍ଠଶିଳ୍ପୀ, ଅଭିନେତା ମାନେ ଯୋଗଦେଇ, ସତ୍ୟ ଦାସଙ୍କ ମିଛ ଗପବହିରେ ସ୍ଥାନ ପାଇଥିବା ବିଭିନ୍ନ କାହାଣୀ ଉପରେ ନିଜସ୍ୱ ମତ ରଖିଥିଲେ। ଗାଳ୍ପିକ ସତ୍ୟ ଦାସଙ୍କ ଜୀବନ୍ତ ଓ ବାସ୍ତବଧର୍ମୀ ଗଳ୍ପ ଗୁଡ଼ିକ ପାଠକଙ୍କ ହୃଦୟରେ ନିଶ୍ଚିତ ପ୍ରଭାବ ପକାଇବ ଓ ଆଗାମୀ ପିଢିଙ୍କ ପାଇଁ ମାର୍ଗଦର୍ଶକ ହେବବୋଲି ନିମନ୍ତ୍ରିତ ଅତିଥିମାନେ କହିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ମଥ ସାହୁ, ବିକାଶ ଦାସ, ଓଁ ପ୍ରକାଶ ମହାନ୍ତି, ଶରତ ନାୟକ, ଶିବୁ ଜେନା, ତୃପ୍ତି ଦାସ, ଗୀତା ପଟ୍ଟନାୟକ, ନବ କିଶୋର ମହାରଣା, ଦେବାଶିଷ ମହାପାତ୍ର, ବିବୁ ଦାସ, ଗୀତା ଖୁଣ୍ଟିଆ, ମିତ୍ରଭାନୁ ମହାନ୍ତି, ବୁଢା ମହାନ୍ତି, ସୂର୍ଯ୍ୟ ମିଶ୍ର, ଚିନ୍ମୟୀ ମହାନ୍ତି, ସନ୍ଧ୍ୟା ମିତ୍ର, କବି ଗୌର ପଟ୍ଟନାୟକ, ବସନ୍ତ ମହାନ୍ତି, ଅମିୟ ରଂଜନ ମହାପାତ୍ର, ଶୀର୍ଷାନନ୍ଦ ଦାସ କାନୁନଗୋ, ବିଜୟ କୁମାର ସାହୁ, ରାଜା ଅର୍ଦ୍ଦେନ୍ଦୁ ମହାନ୍ତି, ମୋହିତ ଚକ୍ରବର୍ତ୍ତୀ, ଜ୍ଞାନ ରଂଜନ ମିଶ୍ର, ପ୍ରେମଚାନ୍ଦ ମହାନ୍ତି, ରାଜା ପରିଜା, ଶଙ୍କର ବସୁମଲ୍ଲିକ, ସରୋଜ ସାମଲ, ଡାକ୍ତର ଅନଙ୍ଗ ମୋହନ ଦ୍ୱବେଦୀ, ରାଜ କୁମାର ସୁତାର, ରଣଜିତ୍ ପଟ୍ଟନାୟକ, ରବିଶଙ୍କର ପ୍ରଧାନଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ କୈଳାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ଦେଇଥିଲେ।

Post Views: 254
Share215Tweet134Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In