ସତ୍ୟବାଦୀ (ଭିଓଭି): ଡେଲାଙ୍ଗ ବ୍ଲକଠାରୁ ମାତ୍ର ୫୦ରୁ ୧୦୦ ମିଟର ଦୂରତାରେ ପଟ୍ଟନାୟକିଆ-ଖୋର୍ଦ୍ଧା ରାସ୍ତାର ବେଗୁନିଆପଡା ଗାଁ ମୁଣ୍ଡ ଓ ଜଗଦଳପୁର ଗାଁ ମୁଣ୍ଡର ମା’ ପାଦୁକାଇ ଠାକୁରାଣୀଙ୍କ ସାମ୍ନା ମରଣଯନ୍ତା ପାଲଟିଛି। ରାସ୍ତାଟି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ବାଟୋଇମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ସ୍ଥାନ ମରାମତି କରିବାପାଇଁ ଅନୁରୋଧ କରାଯାଇଛି।
