• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

by Voice of Victims
September 21, 2024
in ମୁଖ୍ୟ ଖବର, ରାଜ୍ୟ
କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସଂଘ ମାଧ୍ୟମରେ ଜିଲ୍ଲାର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ଏକଜୁଟ୍ ହୋଇ ପାରିଛନ୍ତି। ୧୯୮୧ ମସିହାରୁ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଆପଣମାନେ ଏହି ସଂଘ ଆରମ୍ଭ କରିଛନ୍ତି। ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ସରକାରୀ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆପଣମାନେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ଆପଣମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ଜଣେ ଜଣେ ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିତ୍ୱ। ଜୀବନକାଳ ମଧ୍ୟରେ ହାସଲ ହୋଇଥିବା ଅଭିଜ୍ଞତାକୁ ଆଜି ଦକ୍ଷତାର ସହ ସମାଜକଲ୍ୟାଣ କ୍ଷେତ୍ରରେ ଉପଯୋଗ କରୁଛନ୍ତି। ପ୍ରଶାସନିକ ଓ ସାମାଜିକ କ୍ଷେତ୍ରରେ ଆପଣମାନଙ୍କ ଜ୍ଞାନ ଓ ଅଭିଜ୍ଞତା ସମାଜ ପାଇଁ ଅମୂଲ୍ୟ ପୁଞ୍ଜି। ଏହି ପୁଞ୍ଜି ଆଗାମୀ ଦିନରେ ସମାଜକୁ ନିଶ୍ଚିତ ରୂପେ ସୁଦୃଢ ଓ ସମୃଦ୍ଧ କରିବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ ସରକାରୀ କର୍ମଚାରୀ ମାନଙ୍କୁ ପବ୍ଲିକ ସର୍ଭେଣ୍ଟ କୁହାଯାଇଥାଏ। ସେମାନେ ଜନସାଧାରଣଙ୍କ ସେବା କରିଥାନ୍ତି, ନାଗରିକ ମାନଙ୍କ ସେବା କରିଥାନ୍ତି। ଏହା ଏକ ଗୌରବର କଥା । ଅବସର ପରେ ମଧ୍ୟ ଆପଣମାନେ ଯେ କୌଣସି କ୍ଷେତ୍ରରେ ଜନସେବା ଜାରି ରଖିଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି। ଲୋକଙ୍କୁ ସାଇବର ଠକାମୀରୁ ବଞ୍ଚିବା ପାଇଁ ସଚେତନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିବା ସହିତ ସ୍ବାସ୍ଥ୍ୟ ଶିବିର ଆୟୋଜନ ଓ ବୃକ୍ଷ ରୋପଣ ଆଦି ସମାଜସେବା କାର୍ଯ୍ୟକ୍ରମ ଜରିଆରେ ସମାଜ ପ୍ରତି ଆପଣଙ୍କ ଦାୟିତ୍ବବୋଧକୁ ଆପଣମାନେ ସଠିକ୍‌ ଭାବେ ତୁଲାଉଛନ୍ତି। ଏହା ଖୁବ ପ୍ରଶଂସନୀୟ। କେନ୍ଦୁଝରର ବିକାଶ ପାଇଁ ମଧ୍ୟ ସୁଚିନ୍ତିତ ପରାମର୍ଶ ଦେଉଛନ୍ତି। ନୂଆ ସରକାର ଆସିବା ପରେ କେନ୍ଦୁଝର ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି। କେନ୍ଦୁଝର ଜିଲ୍ଲାର ଖଣିଜ ସମ୍ପଦର ସୁବିନିଯୋଗରେ ଆମକୁ ଆମ ପର ପିଢି ପାଇଁ ଜିଲ୍ଲାର ବିକାଶ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ସେ କହିଥିଲେ ଯେ ବୟସାଧିକ ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଏହାକୁ ଦୃଷ୍ଟିରେ ରଖି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ୭୦ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହାୟତାର ବ୍ୟବସ୍ଥା କରିଛନ୍ତି। ସେ ପୁଣି କହିଥିଲେ ଯେ ପରିବେଶ ସୁରକ୍ଷା ପାଇଁ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ‘ଏକ ପେଡ୍ ମା କେ ନାମ୍‌’ ର ଆହ୍ବାନ ଦେଇଛନ୍ତି। ଆମ ସମସ୍ତଙ୍କୁ ଏହାକୁ ଗୁରୁତ୍ବର ସହ ନେଇ ପରିବେଶ ପ୍ରଦୁଷଣ ରୋକିବା ପାଇଁ ବୃକ୍ଷ ରୋପଣ କରିବାକୁ ପଡିବ। ଶେଷରେ ଗାଁ ଗହଳିରେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରିବା ପାଇଁ ସେ ଉପସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକ, କେନ୍ଦୁଝର ପୌରପାଳିକା ଅଧ୍ୟାକ୍ଷା ଶ୍ରୀମତୀ ନିକୁ ସାହୁ, ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ ଚନ୍ଦ୍ର ମହାନ୍ତି, ସଂଘର ସଭାପତି ଶ୍ରୀ ଅକ୍ଷୟ କୁମାର ନାୟକ ଓ ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Post Views: 29
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In