• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ

by Voice of Victims
September 3, 2024
in ମୁଖ୍ୟ ଖବର, ରାଜ୍ୟ
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଓଡ଼ିଶାର କୌଣସି ଜାଗାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଥିଲେ। କଲିକେଶ ପଚାରିଥିଲେ, ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି। ଏଦିଗରେ କି ପଦକ୍ଷେପ ନିଆଯାଇଛି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସମ୍ପର୍କିତ ଆସିଥିବା ରାୟ ଅନୁସାରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ହେବାର ଯଥାର୍ଥତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ରାଜନୀତି ତେଜିଛି। କଲିକେଶ ଭାଜପାକୁ ଆକ୍ଷେପ କରି କହିଛନ୍ତି, ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା। ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। କଂଗ୍ରେସ ମଧ୍ୟ ସମାଲୋଚନା କରିଛି। ଭାଜପା ବିରୋଧୀ ଦଳରେ ଥିବାବେଳେ ଆନ୍ଦୋଳନକୁ ସମର୍ଥନ କରୁଥିଲା। ହେଲେ କ୍ଷମତାକୁ ଆସିବା ପରେ ବଦଳି ଗଲା। ଶାସକ ଦଳର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବିରେ ଅଟଳ ରହିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନେଇ ବହୁଦିନରୁ ଦାବି ହୋଇ ଆସୁଛି। ଗତ ବିଜେଡି ସରକାର ଅମଳରେ ଏ ପ୍ରସଙ୍ଗକୁ ନେଇ ଟାଳଟୁଳ ନୀତି ଅବଲମ୍ବନ ହେବାରୁ ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ତେବେ ୨୦୨୨ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ରାୟରେ କହିଥିଲେ, ଏବେ ଟେକ୍ନୋଲୋଜିର ଯୁଗ। ଅନ୍‌ଲାଇନ ଯୋଗେ କୌଣସି ଏକ ଜିଲା କୋର୍ଟରୁ ହାଇକୋର୍ଟ ପାଇଁ କେସ୍‌ ଫାଇଲ୍‌ ହୋଇପାରିବ। ଭର୍ଚୁଆଲରେ ଶୁଣାଣି ହୋଇପାରିବ। କୌଣସି ସ୍ଥିତିରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଆବଶ୍ୟକତା ନାହିଁ।

Post Views: 34
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In