• About Us
  • Contact Us
Tuesday, February 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୧୦୦ ଶଯ୍ୟାବିଶିଷ୍ଟ କିମ୍ସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

by Voice of Victims
March 12, 2024
in ମୁଖ୍ୟ ଖବର, ରାଜ୍ୟ
୧୦୦ ଶଯ୍ୟାବିଶିଷ୍ଟ କିମ୍ସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ  କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍‌ପିଟାଲ ଅଞ୍ଚଳବାସୀଙ୍କୁ  ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ ବୋଲି କହି ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍‌ପିଟାଲ ଏକ ନୂଆ ପରିଚୟ ସୃଷ୍ଟି  କରିବ ବୋଲି କହିଥିଲେ।  ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ। କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆମେ ସମସ୍ତେ ଯଦି ନିଜ ଗାଁ ନିଜ ମାଟି ପାଇଁ ଦାୟିତ୍ୱର ସହ କାମ କରିବା ତେବେ ରୂପାନ୍ତର ଲକ୍ଷ୍ୟ ଖୁବ୍‌ ଶୀଘ୍ର ପୂରଣ ହେବ।  କିମ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି ୧୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ କରାଯାଉଥିବା ଜାଣି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଆମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଲକ୍ଷ୍ୟ ନେଇ ଆମେ କାମ କରୁଛୁ ଏବଂ ଓଡିଶାର ସବୁ ପରିବାର ଯେପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାକୁ ଆମେ ପ୍ରାଧାନ୍ୟ ଦେଇ କାମ କରୁଛୁ ବୋଲି କହିଥିଲେ। ଏ ଦିଗରେ ଆମ ହସ୍‌ପିଟାଲ, BSKY, BSKY Nabin Card ଆଦି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କ ଏହି ଉଦ୍ୟମରେ କିମ୍ସ ପରି ଘରୋଇ ସଂସ୍ଥା ଗୁଡିକର ଯୋଗଦାନ ଆମର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ବୋଲି ସେ କହିଥିଲେ।  କାର୍ଯ୍ୟକ୍ରମରେ କିମ୍ସର ପ୍ରତିଷ୍ଠାତା ଓ କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ଦୁଇଟି ଅପରିହାର୍ଯ୍ୟ ଦିଗ । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଦିଗକୁ ଗୁରୁତ୍ୱର ସହ ନେଇ ଏହାର ବିକାଶ ଜରିଆରେ ଶୀର୍ଷରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତିକୁ ସମାନ ଭାବେ ପ୍ରାଧାନ୍ୟ ଦେଇଥାନ୍ତି। ଆଜି କଲରାବାଙ୍କ ଗ୍ରାମରେ ସହର ଭଳି ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରୋତ୍ସାହନ ପ୍ରଶଂସନୀୟ ଅଟେ ବୋଲି ସେ କହିଥିଲେ।  କାର୍ଯ୍ୟକ୍ରମରେ ଉପସ୍ଥିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିଜ ଜନ୍ମ ମାଟି  ଓ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଯୋଗଦାନକୁ ପ୍ରଶଂସା କରି କହିଥିଲେ ଯେ ଅଚ୍ୟୁତବାବୁଙ୍କ ଏହି ମହାନ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ ସମୟ ଥିଲା ଓଡିଶାବାସୀ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଥିଲେ। ଆଜି ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଏଠାରେ ଚିକିତ୍ସିତ ହେବା ପାଇଁ ଓ ପାଠ ପଢିବା ପାଇଁ । ଏ ସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ପାଇଁ। କଲରାବାଙ୍କର ଏହି ଅତ୍ୟାଧୁନିକ ହସ୍‌ପିଟାଲ ଅଞ୍ଚଳବାସୀଙ୍କ ସହିତ ଜିଲ୍ଲା ତଥା ପଡୋଶୀ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଏହି ହସ୍‌ପିଟାଲରେ ୨୪ ଘଣ୍ଟିଆ ଆପାତକାଳୀନ ସେବା, ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା, ଅତ୍ୟାଧୁନିକ ରୋଗ ନିଦାନ କେନ୍ଦ୍ର, ଆଇସିୟୁ, ସିଟିସ୍କାନ, ଏଚ୍‌ଡିୟୁ, ଏମ୍‌ଆରଆଇ, କ୍ୟାବିନ୍‌, ଅଲଟ୍ରାସାଉଣ୍ଡ, ଓଟି, ଅତ୍ୟାଧୁନିକ ପରୀକ୍ଷାଗାର, ଜେନେରାଲ ୱାର୍ଡ, ଫିଜିଓଥେରାପି କେନ୍ଦ୍ର ଭଳି ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା କିମ୍ସ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ହସ୍‌ପିଟାଲ BSKY ହିତାଧିକାରୀ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।  ଭିତ୍ତି ଦିଆଯାଇଥିବା ହସ୍‌ପିଟାଲଗୁଡିକ ହେଲା ବଲାଙ୍ଗିର, କଳାହାଣ୍ଡି, ବାରିପଦା, କେନ୍ଦୁଝର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ, ସମ୍ବଲପୁର, କୋରାପୁଟ, ଶିବପୁର(ଜଗତସିଂହପୁର), ଲୁଣିବାହାଲ ଓ ମନମୁଣ୍ଡା (ବୌଦ୍ଧ), ପାଣିକୋଇଲି (ଯାଜପୁର), ବାଲିଗୁଡା, ଫୁଲବାଣୀ ଓ ଜି. ଉଦୟଗିରି (କନ୍ଧମାଳ), ଦଶପଲ୍ଲା (ନୟାଗଡ) ଏବଂ ଭଞ୍ଜନଗର ଓ ନରସିଂହପୁର (ଗଞ୍ଜାମ) । ଏହି ସମସ୍ତ ହସ୍‌ପିଟାଲ ଗୁଡିକରେ ସମ୍ପୃକ୍ତ ଜିଲ୍ଲାର ୧୫୦ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦିଆଯିବ ବୋଲି ହସ୍‌ପିଟାଲ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ମେକ୍ସିକୋରେ ହିଂସା; ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍‌ଭାଇଜାରି
  • ଆସନ୍ତା ୩ ତାରିଖ ଦୋଳ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ
  • ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ
  • ପାରାଦୀପ ହେବ ସ୍ପୋର୍ଟସ୍ ହବ୍
  • ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In