• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

by Voice of Victims
February 17, 2024
in ମୁଖ୍ୟ ଖବର, ରାଜ୍ୟ
ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକ ଚୌଦ୍ୱାରରେ ନିର୍ମିତ ହେବ ୱେଲସ୍ପନ୍ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ  ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ ହେବ । ୧୦ ହଜାର ଲୋକଙ୍କୁ ମିଳିବ ପ୍ରତ୍ୟେକ୍ଷ ନିଯୁକ୍ତି । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର ୫୦କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ବେଳେ ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ୟ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ୟ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ଯୋଗାଇଦେବେ ସରକାର । ଓଟିଏମ୍ ବା ଓଡ଼ିଶା ଟେକ୍ସଟାଇଲ ମିଲ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସ୍ୱପ୍ନର ପ୍ରକଳ୍ପ ଥିଲା । କାଳକ୍ରମେ ଏହା ବନ୍ଦ ହୋଇପଡିଥିବା ବେଳେ ଏଠାରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ଛଟେଇ ହୋଇଥିଲେ । ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଥିବା ବେଳେ ନିଯୁକ୍ତିରେ ସ୍ଥାନୀୟ ଅଂଚଳର ଯୁବକ ଯୁମତୀ ମାନେ ସୁଯୋଗ ପାଇବେ । ପୂର୍ବରୁ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ଦେୟ ବାବଦକୁ ୧୫୦କୋଟି ଟଙ୍କା ବକେୟା ପ୍ରଦାନ କରାଯାଇଛି । ସେହିପରି ଦୀର୍ଘ ୧୭ ବର୍ଷ ଧରି ଏଠାରେ ରହୁଥିବା କଲୋନୀ ବାସୀଙ୍କୁ ଘର ଦେବା ସହିତ ଜମି ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସରକାର ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In