• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

by Voice of Victims
December 29, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରଣପୁର (ଭିଓଭି) : ଗତ ୨୦ ତାରିଖରେ ରଣପୁର ଅଞ୍ଚଳରେ ହୋଇଥିଲା ଅଦିନିଆ ବର୍ଷା । ଏହି ଅଦିନିଆ ବର୍ଷାରେ ଧାନ ଚାଷୀଙ୍କର ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଏହି କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବାଚସ୍ପତି ସୁରମା ପାଢ଼ୀ ରଣପୁର ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରି ସ୍ଥିତି ପରଖିଛନ୍ତି । ଆଜି ପୂର୍ବାହ୍ନରେ ରଣପୁର ଜେଲ ଛକ ନିକଟରେ ଥିଵା ପଡିଆରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଅବତରଣ କରିଥିଲେ । ସେଠାରୁ କାରରେ ରାଜସ୍ବ ମନ୍ତ୍ରୀ, ବାଚସ୍ପତି, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କାଣ୍ଡପଡା ପଞ୍ଚାୟତକୁ ଯାଇଥିଲେ ।

ପାଣି ବିଭାଗ ରିପୋର୍ଟ ଅନୁସାରେ ନୟାଗଡ ଜିଲ୍ଲା ରଣପୁରରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ହୋଇଥିଲା । ଏହି ବର୍ଷାରେ ଦୁଇ ଦିନ ପରେ ପୁଣି ଲଗାଣ ବର୍ଷା ଲାଗି ରହିଥିଲା, ଯାହା ଫଳରେ ଚାଷୀମାନଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା | ବିଲରେ ଯେଉଁ ଧାନ ପଡିଥିଲା କେଉଁଠାରେ ଗଜା ହୋଇଥିଲା ତ କେଉଁଠାରେ ଦୀର୍ଘ ଦିନ ଧରି ପାଣି ମାଡିଚାଲି ଥିଲା, ଯାହା ଫଳରେ ଧାନ ନଷ୍ଟ ହୋଇ ଯାଇଥିଲା । ରଣପୁରରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିବାରୁ ଚାଷୀମାନେ କ୍ଷତି ଗ୍ରସ୍ତ ହୋଇଥିଲେ। ରଣପୁର ବ୍ଳକର ଚାଷୀ ମାନେ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ସାରା ରଣପୁର ବ୍ଳକ ରେ ୩୯୦୦ ହେକ୍ଟର ଥିବାବେଳେ କାଣ୍ଡପଡ଼ା, ମହତପଲ୍ଲା ପଞ୍ଚାୟତ ସମେତ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳ ଜମିର ପ୍ରାୟ ଶତକଡା ୮୦ ରୁ ୯୦ ଭାଗ ଧାନ ଫସଲ ନଷ୍ଟ ହୋଇଛି। ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର କାଣ୍ଡପଡା ପଞ୍ଚାୟତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଓ ବାଚସ୍ପତି ସୁରମା ପାଢୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ପାଇଁ ସ୍ଥିତି ଆକଳନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ।

କାଣ୍ଡପଡା ପଞ୍ଚାୟତରେ ରଣପୁର ବ୍ଳକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ନିଜ ନିଜର କ୍ଷୟକ୍ଷତି ହୋଇଥିବା ଧାନ ଚାଷ, ଗଜା ଧାନକୁ ହାତରେ ଧରି ରାସ୍ତା କଡରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ କ୍ଷୟକ୍ଷତି ପାଇଁ ସହାୟତା ପ୍ରଦାନ କରିବା ପାଇଁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଚାଷ ଜମିରେ ପଶି ସ୍ଥିତି ପରଖିବା ସହ ଚାଷୀଙ୍କ ମୁଖ୍ୟ ଅଭିଯୋଗ କ୍ରମେ ଶତକଡା ୮୦ରୁ ୯୦ ଭାଗ ଅମଳ ଧାନ କ୍ଷୟକ୍ଷତି, ଭାଗଚାଷୀଙ୍କୁ ପ୍ରକୃତ ଦେୟ ମିଳିବା ଏବଂ ବୀମା କ୍ଷେତ୍ରରେ ସହାୟତା ମିଳିବାକୁ ବ୍ଳକର ସମସ୍ତ ପ୍ରସାଶନିକ ଅଧିକାରୀ ଯଥା ବିଡିଓ, ତହସିଲ, କୃଷି ଅଧିକାରୀ ଓ ଆରଆଇଙ୍କୁ ଲିଖିତ ଅଭିଯୋଗ କରିଵା ପାଇଁ ପରାମର୍ଶ ଦେଇଥିଲେ । କାଣ୍ଡପଡା ପଞ୍ଚାୟତର ଚକ୍ରଧର ମାଝୀ, ସନ୍ତୋଷ ମୁଦୁଲି, ଲକ୍ଷ୍ମୀଧର ସାମଲ, ପ୍ରହ୍ଲାଦ ବେହେରା, ବସନ୍ତ ମହାପାତ୍ର, ଭୀମସେନ ମହାପାତ୍ର ପ୍ରମୁଖ ଚାଷୀଙ୍କ ସହ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ଆଲୋଚନା କରିଥିଲି । ଆଜି ଆବେଦନ କରିବାର ଶେଷ ଦିନ ହୋଇଥିବାରୁ ରାତି ୧୨ଟାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେବାସହ ଏକ ଟୋଲ ଫ୍ରି ନମ୍ବର ୧୪୪୪୭ରେ କଲ୍‌ କରି ଚାଷୀମାନେ କ୍ଷୟକ୍ଷତିର ଅଭିଯୋଗ କରିପାରିବେ ଏବଂ ସମସ୍ତ ପ୍ରକାର ଚାଷୀକୁ ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Views: 50
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In