କେନ୍ଦ୍ରାପଡ଼ା: ମାସେ ପରେ ହେଲିକପ୍ଟରରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ । କଣ୍ଟେନରରେ ପଠା ଯାଇ ପାରେ ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ପାଇଁ ପହଞ୍ଚିଲା ଟେକ୍ନିକାଲ ଟିମ୍ । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜୁନ ମାସ ୯ ତାରିଖରେ ମୁଖମନ୍ତ୍ରୀ ମୋହନ ମାଝି କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ସେହିଦିନ ଠାରୁ କେନ୍ଦ୍ରାପଡାରେ ଅଟକି ରହିଛି ହେଲିକପ୍ଟର । ହେଲିକପ୍ଟରକୁ ଦେଖିବା ପାଇଁ ପ୍ରତିଦିନ ଏଠି ଭିଡ଼ ଲାଗୁଛି ।

ଜୁନ୍ ୯ ତାରିଖରେ ମୁଖମନ୍ତ୍ରୀ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ । ସେଠାରେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇ ସାରି ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରିଥିଲେ । ତେବେ ହଠାତ୍ ଦିନ ପ୍ରାୟ ୩ଟା ବେଳେ ପ୍ରବଳ ବେଗରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ମୁଖମନ୍ତ୍ରୀ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ କାର୍ ଯୋଗେ କେନ୍ଦ୍ରାପଡା ଫେରିଥିଲେ । ତେବେ ବଜ୍ରପାତ ଘଟି ହେଲିକପ୍ଟରର ପଙ୍ଖା ନଷ୍ଟ ହୋଇ ଯାଇଥିବା କୁହାଯାଉଛି । ଦିଲ୍ଲୀରୁ ଟେକ୍ନିକାଲ ଟିମ୍ ଆସି ହେଲିକପ୍ଟର ମରାମତି କରିବା ନେଇ ସୂଚନା ମିଳିଛି ।
ସୁରକ୍ଷା ଦୃଷ୍ଟିରୁ ହେଲିକପ୍ଟରକୁ ୨୪ ଘଣ୍ଟା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଜଗି ରହିଛନ୍ତି । କିନ୍ତୁ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।
