• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତିରେ ଜନସାଧାରଣ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

by Voice of Victims
June 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତିରେ ଜନସାଧାରଣ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର‌୍ୟ୍ୟାଳୟ ତରଫରୁ ଏ ସମ୍ପର୍କରେ ବିଭିନ୍ନ ଉପଦେଶାବଳୀ ଦିଆଯାଇଛି। ସଂପ୍ରତି ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ, ଏଥିପାଇଁ ସମସ୍ତ ଜନସାଧାରଣ ଅତି ଉତ୍ତପ୍ତ ସମୟ ମଧ୍ୟରେ, ସାଧାରଣତଃ ଦିନ ୧୦ ଟା ବା ୧୧ ଟାରୁ ଦିନ ୩ଟା ମଧ୍ୟରେ ଯେ କୌଣସି କାମ ଯଥା, ବ୍ୟକ୍ତିଗତ କାମ ହେଉ, କୌଣସି ଠିକାଦାରଙ୍କ କାମ ହେଉ ବା କୌଣସି ବାହାର କାମକୁ ଯିବାକୁ ନିବୃତ୍ତ ରହିବାର ଆବଶ୍ୟକତା ରହିଛି। ଯଦି ଅନିବାର୍ଯ୍ୟ କାରଣ ବଶତଃ ବାହାରକୁ କାମରେ ଯିବାକୁ ପଡୁଛି, ତେବେ ପାଖରେ ଛତା, ଯୋତା ବା ଚପଲ ବ୍ୟବହାର କରିବା, ସାଙ୍ଗରେ ପାଣି ବୋତଲ ଧରିବା, ତଉଲିଆ ବା ଓଦା ଗାମୁଛା ପକାଇ ଯିବାକୁ ସେ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ଜନସଚେତନତା କାର‌୍ୟ୍ୟକ୍ରମ କରାଯାଉଛି। ଆଜି ସେ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍‌ଫରେସିଂ ଜରିଆରେ ବୈଠକ କରି ମାଇକିଂ(ଡାକବାଜି ଯନ୍ତ୍ର) ଜରିଆରେ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପ୍ରଚାରକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ରୌଦ୍ରତାପ ପ୍ରଭାବିତ ସ୍ଥିତିରେ ବା ଯଦି ଏଭଳି ଅସ୍ୱାଭାବିକ ତାପମାତ୍ରାରେ ପ୍ରଭାବିତ ଯଦି କେହି ସନ୍ଦିଗ୍ଧ ବ୍ୟକ୍ତି ଡାକ୍ତରଖାନାକୁ ଆସନ୍ତି, ତେବେ ତାଙ୍କର କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ସବିଶେଷ ନିର୍ଦ୍ଦେଶ ଆଗରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଛି। ଗତ କିଛି ଦିନରେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରାଯାଇଛି। ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖାଯାଇଛି। ଯଦି କୌଣସି କ୍ଷେତ୍ରରେ ଏପରି କୌଣସି ଅସୁସ୍ଥତା ଜନିତ ସନ୍ଦିଗ୍ନ ବ୍ୟକ୍ତି ନିକଟସ୍ଥ ଡାକ୍ତରଖାନାରେ ପହଁଚନ୍ତି, ତେବେ ଡାକ୍ତରଖାନାରେ ତୁରନ୍ତ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି। ଏହି ଗ୍ରୀଷ୍ମ ପ୍ରବାହ ଜନିତ ଉତ୍ତାପ ଆହୁରି କିଛି ଦିନ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଣୁ ଆମେ ସମସ୍ତେ ସତର୍କତା ଅବଲମ୍ବନ କରିବା, ଅଯଥାରେ ଖରାରେ ବେଶୀ ସମୟ ବୁଲାବୁଲି କରିବା ନାହିଁ, ଯୁବକମାନେ ମୋଟର ସାଇକେଲ ବା ଗାଡ଼ିରେ ବୁଲାବୁଲି କରୁଥିଲେ ସାଙ୍ଗରେ ହେଲମେଟ୍, ପାଣି ରଖିବେ, ଓଦା ତଉଲିଆ ରଖିବେ ଓ ବ୍ୟବହାର କରିବେ। ଶ୍ରମିକମାନଙ୍କୁ ଅତ୍ୟଧିକ ଖରାରେ କାମ କରିବାକୁ ବାଧ୍ୟ ନକରିବା, ଶ୍ରମିକମାନେ ମଧ୍ୟ ସିଧାସଳଖ ଖରାରେ ଦିନ ୧୧ ଟାରୁ ୩ ଟା ମଧ୍ୟରେ, ଯେତେବେଳେ ସବୁଠୁ ଅଧିକ ତାପମାତ୍ରା ଥାଏ, ସେ ସମୟରେ କାମ ନ କରିବାକୁ ସେ ଅନୁରୋଧ କରିଛନ୍ତି ଏବଂ ପ୍ରତ୍ୟେକ କାର‌୍ୟ୍ୟସ୍ଥଳରେ ଯେଉଁଠି କ୍ୟାମ୍ପ ରହିଛି, ସେଠାରେ ଠିକାଦାରମାନେ ଥଣ୍ଡାପାଣି ଏବଂ ଓଆରଏସ୍ ର ବ୍ୟବସ୍ଥା କରିବେ। ଶିଳ୍ପାଞ୍ଚଳରେ ଯେଉଁମାନେ ଟ୍ରକ୍‌ରେ ଯିବା ଆସିବା କରୁଛନ୍ତି, ଖଣି ଖାଦାନରେ ଯେଉଁମାନେ କାମ କରୁଛନ୍ତି, ସେମାନେ ୧୧ ରୁ ୩ ଟା ମଧ୍ୟରେ ମଧ୍ୟ ସେମାନଙ୍କର କାର‌୍ୟ୍ୟ କଳାପକୁ କମ୍ କରିବା ବା ବନ୍ଦ ରଖିବା, ଅଧିକ ଖରାରେ ଯେପରି କାମ ନକରିବେ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ। ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସାଙ୍ଗରେ ପାଣି ବୋତଲ ନେବା, ତଉଲିଆ ନେବାକୁ ପରାମର୍ଶ ଦେବା ସହ ବସ୍ ଚାଳକ ବା ବସ୍ ମାଲିକମାନେ ବସରେ ପର‌୍ୟ୍ୟାପ୍ତ ପରିମାଣର ଆଇସ୍ କ୍ୟୁବ୍ ବା ଥଣ୍ଡା ପାନୀୟ ଜଳ ରଖିବା, ଓଆର୍‌ଏସ୍ ପ୍ୟାକେଟ ରଖିବା ଓ ଆବଶ୍ୟକ ସମୟରେ ଓଆର୍‌ଏସ୍ ପାଣି ପିଇବା ପାଇଁ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେତେଦିନ ପର‌୍ୟ୍ୟନ୍ତ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଉଛି, ସେ ପର‌୍ୟ୍ୟନ୍ତ ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଏଥିପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।

Post Views: 32
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In