• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମହତାବଙ୍କ ଜୟନ୍ତୀ ପାଇଁ କେନ୍ଦ୍ର ଗଢ଼ିଲା କମିଟି

by Voice of Victims
November 20, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମହତାବଙ୍କ ଜୟନ୍ତୀ ପାଇଁ କେନ୍ଦ୍ର ଗଢ଼ିଲା କମିଟି

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ହରେକୃଷ୍ଣ ମହାତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ କେନ୍ଦ୍ର ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୨୩ଜଣ ସଦସ୍ୟ ଅଛନ୍ତି। ରାଜ୍ୟର ଅବସରପ୍ରାପ୍ତ ପ୍ରଶାସକଙ୍କ ସମେତ ପ୍ରତିଷ୍ଠିତ ସାହିତ୍ୟିକ ଓ ରାଜନେତାମାନେ ଏହି କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଜାତୀୟସ୍ତରରେ ମହତାବ ଜୟନ୍ତୀ ପାଳନ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏକ୍ସ-ଅଫିସୋ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ଲାଇବ୍ରେରୀ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏକ୍ସ-ଅଫିସିଓ ସଦସ୍ୟ ଓ ସଂସ୍କୃତି ସଚିବ ଅରୁନିଶ୍ ଚାୱାଲା କମିଟିର ସଦସ୍ୟ ସଚିବ ଅଛନ୍ତି। କମିଟିରେ ସଦସ୍ୟ ଭାବେ ବିଜେପି ନେତା ମନମୋହନ ସାମଲ, ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଓ ସ୍ୱପନ ଦାସଗୁପ୍ତାଙ୍କ ସମେତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅର୍ଥନୀତିକ ଉପଦେଷ୍ଟା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ, ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର କିଶୋର ବାସା, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ କୁମାର ରାଏ, ଅବସରପ୍ରାପ୍ତ ଆଇଏଏସ୍ ଯୁଗଳ କିଶୋର ମହାପାତ୍ର, ଅବସରପ୍ରାପ୍ତ ଆଇଏଫଏସ୍ ଲଳିତ ମାନସିଂ, ଅବସରପ୍ରାପ୍ତ ଆଇଆରଏସ୍ ସିଦ୍ଧାର୍ଥ ପ୍ରଧାନ, ଓଡ଼ିଆ ଲେଖିକା ଡଃ ପ୍ରତିଭା ରାୟ, ଗୌରହରି ଦାସ, ଡଃ ରାଜେନ୍ଦ୍ର କିଶୋର ପଣ୍ଡା, ଡଃ ହରପ୍ରସାଦ ଦାସ ଓ ଓଡ଼ିଆ ଲେଖକ ତରୁଣକାନ୍ତି ମିଶ୍ର(ପୂର୍ବତନ ମୁଖ୍ୟ ସଚିବ)ଙ୍କୁ ଏହି କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି। ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତ କରିବା ସହ ନୀତିଗତ ନିଷ୍ପତ୍ତି ଓ ଗାଇଡଲାଇନ୍ ଏହି କମିଟି ସ୍ଥିର କରିପାରିବେ। ଅନ୍ୟପକ୍ଷରେ ଆସନ୍ତାକାଲିଠୁ ରାଜ୍ୟ ସରକାରଙ୍କ ଦ୍ୱାରା ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀର ୩ଦିନିଆ ସ୍ମରଣୋତ୍ସବ ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ୩ଦିନ ଧରି ପାଳନ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In