• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମାଛଧରା ଉପରେ କଟକଣା ଜାରି

by Voice of Victims
November 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମାଛଧରା ଉପରେ କଟକଣା ଜାରି

ଭୁବନେଶ୍ୱର : ଶୁକ୍ରବାରଠାରୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ଉପରେ ରୋକ୍ ଲାଗିଛି। ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗିଛି। ନଭେମ୍ବର ୧ ତାରିଖ ଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଅଲିଭ ରିଡଲ କଇଁଛ ସେମାନଙ୍କ ବଂଶ ବିସ୍ତାର ପାଇଁ ଆସିଥାନ୍ତି। କଇଁଛ ମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଳକୁ ଫେରିଯାଇଥାନ୍ତି। ଟ୍ରଲର ଚଳାଚଳ ଯୋଗୁ କଇଁଛ ମରୁଥିବାରୁ ବନ ବିଭାଗ ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିଛି। ପ୍ରକାଶ ଯେ ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ଋତୁ ଆସିଛି। ଉପକୂଳ ଓଡ଼ିଶାର ବିଭିନ୍ନ ନଦୀମୁହାଣ ବେଳାଭୂମିରେ ବସା କରିବେ କଇଁଛ। ଏହି ବସାରେ ଅଣ୍ଡା ଦେଇ ଛୁଆ ଜନ୍ମ ହେବା ପରେ ପୁଣି ସମୁଦ୍ରକୁ ଫେରିଯିବେ ଅଲିଭ ରିଡ଼ଲେ। ଏହି ବିରଳ କଇଁଛଙ୍କ ଆଗମନ କିଭଳି ସୁରକ୍ଷିତ ରହିବ ସେ ନେଇ ପ୍ରତିବର୍ଷ ନଭେମ୍ବର ମାସରୁ ମେ ମାସ ୩୧ତାରିଖ ଯାଏ ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ସବୁ ଯାନ୍ତ୍ରିକ ଡଙ୍ଗା, ଟ୍ରଲର ଚଳାଚଳ ଉପରେ କଟକଣା ଲାଗିଥାଏ। ଏନେଇ ଆଜିଠାରୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In