ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତିକୁ ଚଳିତ ଆଇପିଏଲ ୨୦୨୫ ସିଜିନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଆଇପିଏଲ ସିଜିନ ୧୮ର ବାକି ଥିବା ୧୬ଟି ମ୍ୟାଚ ଆଉ ହେବନି । ଏନେଇ ବିସିସିଆଇ ସୂଚନା ଦେଇଛି ।
କେନ୍ଦ୍ର ସରକାର ଏବଂ ସମସ୍ତ ଫ୍ରାଞ୍ଚାଇଜ ସହିତ କଥା ହେବା ପରେ ପରାମର୍ଶ ନିଆଯାଇ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଆଉ ବାକି ଥିବା ଆଇପିଏଲ ମ୍ୟାଚ ହେବନି । ସ୍ଥିତି ସ୍ବାଭାବିକ ହେଲେ ହୋଇପାରେ ମ୍ୟାଚ ।ଆଇପିଏଲ ଫାଇନାଲ ମଇ ୨୫ରେ ହେବାକୁ ଥିଲା । ଉତ୍ତେଜନା ସ୍ଥିତିକୁ ଦେଇ ସ୍ଥଗିତ ରଖାଯାଇଛି ।
ପୂର୍ବରୁ ଆଇପିଏଲର ଚେୟାରମ୍ୟାନ ଅରୁଣ ଧୁମଲ କହିଥିଲେ, ଲିଗ୍ ଜାରି ରଖିବା ନିଷ୍ପତ୍ତି ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ତେବେ ଆଜି ହେବାକୁ ଥିବା ମ୍ୟାଚ ନିର୍ଦ୍ଧାରିତ ସମୟ ଅନୁସାରେ ଖେଳାଯିବ । ଏବେ ସ୍ଥିତିର ସମୀକ୍ଷା ଚାଲିଛି । ଆମକୁ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନାହିଁ । ତେବେ ସମସ୍ତ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।
ଆଇପିଏଲ୍ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଅନେକ ବିଦେଶୀ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ବର୍ତ୍ତମାନର ସୁରକ୍ଷା ସଙ୍କଟ ମଧ୍ୟରେ, ବିସିସିଆଇ ଏହି ଖେଳାଳିଙ୍କୁ ସେମାନଙ୍କ ଦେଶମାନଙ୍କୁ ଫେରାଇବା ପାଇଁ ସେମାନଙ୍କ ନିଜ ନିଜ କ୍ରିକେଟ ବୋର୍ଡ ଏବଂ ଦୂତାବାସ ସହ ମିଳିତ ଭାବେ କାର୍ଯ୍ୟ କରୁଛି ।
