• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧି

by Voice of Victims
December 24, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସରପଂଚ ନାଜବୁନ୍ ବେଗମ୍‌, ସୁନାକର ବେହେରା, ନିମାଇଁ ମଲ୍ଲିକ, ସୁରେନ୍ଦ୍ର ଥିଆଡି, ଚନ୍ଦନ କୁମାର ରାଉତ, ଜିତେନ୍ଦ୍ର କୁମାର ପାତ୍ର, ସୁମିତ୍ରା ସ୍ୱାଇଁ, ସରୋଜିନୀ ନାୟକ, ପ୍ରଶାନ୍ତ କୁମାର ରାଉତ, ଲତା ସେଠୀ, ସଫଳ ବେହେରା, ଫକୀର ନାରାୟଣ ମିଶ୍ର, ସୁଦାମ ଚରଣ ବେହେରା, ନର୍ମଳ କୁମାର ଦାସ, ବିକ୍ରମ ବିଶ୍ୱାଳ, ପ୍ରମୋଦ କୁମାର ଜେନା, ସୁରେଶ ଚନ୍ଦ୍ର ତରାଇ, ହୃଦାନନ୍ଦ ସାହୁଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ପଂଚାୟତ ସମିତି ସଦସ୍ୟ ସବନମ୍ ପରୱିନ୍‌, ଝିଲ୍ଲିରାଣୀ ମଲ୍ଲିକ, ଦୋଳଗୋବିନ୍ଦ ମଲ୍ଲିକ, ପୁରୁଷୋତମ ପରିଡା, ସୌଦାବିନୀ ସ୍ୱାଇଁ, ସସ୍ମିତା ନାୟକ, ସୌମ୍ୟରଞ୍ଜନ ସାହୁ, ସୁନୀତା ସ୍ୱାଇଁ, ବିଦ୍ୟାଧର ମଲ୍ଲିକ, ପବିତ୍ର ବେହେରା, ସୁଚିସ୍ମିତା ଦାସ, ସରୋଜିନୀ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, ମିତା ବେହେରା, ନିତ୍ୟାନନ୍ଦ ବିଶ୍ୱାଳ, ଅନନ୍ତ ତରାଇ, ସବିତା ସାମଲ ବିଜେଡି ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲା ବିଜୁ ଯୁବଜନତା ଦଳର ସାଧାରଣ ସମ୍ପାଦକ ଗୌତମ ସାହୁ, ସମ୍ପାଦକ ମଦନ ମୋହନ ନାୟକ, ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କୋତାପୁର ପଂଚାୟତର ବିଜେଡି ବରିଷ୍ଠ କାର୍ଯ୍ୟକର୍ତା ଅନୁଜ କୁମାର ଜେନା, ସମରେନ୍ଦ୍ର ଜେନା, କେଦାର ରାୟ, ଭୁବନ ଗ୍ରାମ ପଂଚାୟତର ବିଜେଡି ଯୁବ ସଭାପତି ରାଜେଶ ତ୍ରିପାଠୀଙ୍କ ସମେତ ଉତରପ୍ରତାପ ଓ ଚୋରାମୁହାଣ ପଂଚାୟତର ୱାର୍ଡ ମେମ୍ବରଙ୍କ ସମେତ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଜିଲ୍ଲା ସଭାପତି ଗୈାତମ ରାୟ, ବରିଷ୍ଠ ନେତା ଅଶୋକ ମିଶ୍ର, ସବିତା ନନ୍ଦ, ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ
  • ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି
  • ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ, ସଜେଇ ହୋଇଛି ରାଜଧାନୀ
  • ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରା; ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In