• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସିଲା ନିର୍ବାଚନ, ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଶେଷ ହେଲା ପାଞ୍ଚଦିନିଆ ତାଲିମ

by Voice of Victims
March 2, 2024
in ମୁଖ୍ୟ ଖବର, ରାଜ୍ୟ
ଆସିଲା ନିର୍ବାଚନ, ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଶେଷ ହେଲା ପାଞ୍ଚଦିନିଆ ତାଲିମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନଙ୍କ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ସ୍ଥାନରୁ ବଦଳୀ ହୋଇ ଆସିଥିବା ଓ ପୂର୍ବ ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ କାରଣରୁ ଅନୁପସ୍ଥିତ ଥିବା ଅବଶିଷ୍ଟ ରିଟର୍ଣ୍ଣିଙ୍ଗ୍‌ / ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ଥିରୁମାଳା ନାୟକ ଓ ଶତ୍ରୁଘ୍ନ କର ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଫେବୃଆରୀ ୨୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖରେ ଶେଷ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ମୋଟ ୫୬ ଜଣ ରିଟର୍ଣ୍ଣିଙ୍ଗ୍‌ ଏବଂ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି। ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ସବ୍ୟସାଚୀ ହୋତା, ଶ୍ରୀ ସୁଶାନ୍ତ କୁମାର ମିଶ୍ର ଓ ଶ୍ରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର, ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ, ଇଭିଏମ୍‌/ ଭିଭିପ୍ୟାଟ୍‌ ମାଧ୍ୟମରେ ଭୋଟ ଗ୍ରହଣର ପ୍ରକ୍ରିୟା, ନିର୍ବାଚନୀ ଖର୍ଚ୍ଚ ତଦାରଖ, ପୁଲିଙ୍ଗ୍‌ ପାର୍ଟି ଗଠନ, ଭୋଟ ଦିନର ପ୍ରସ୍ତୁତି, ଭୋଟ ଗ୍ରହଣ କେନ୍ଦ୍ରର ପରିଚାଳନା, ଭୋଟ ଗଣନା ଓ ନିର୍ବାଚନ ଫଳାଫଳ ଘୋଷଣା ସଂପର୍କରେ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି।

Post Views: 42
Tags: The election came
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In