• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ମୃତି, ସ୍ନେହ ଓ ସଂକଳ୍ପର ସାକ୍ଷୀ ହେଲା ୧୯୮୧ ବ୍ୟାଚର ଚତୁର୍ଥ ବନ୍ଧୁମିଳନ : ବଦଳିଲା ସମୟ, ବଦଳିଲାନି ବନ୍ଧୁତ୍ୱ

by Voice of Victims
January 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସ୍ମୃତି, ସ୍ନେହ ଓ ସଂକଳ୍ପର ସାକ୍ଷୀ ହେଲା ୧୯୮୧ ବ୍ୟାଚର ଚତୁର୍ଥ ବନ୍ଧୁମିଳନ : ବଦଳିଲା ସମୟ, ବଦଳିଲାନି ବନ୍ଧୁତ୍ୱ

ରଣପୁର, ୧୧/୦୧ : ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ରଘୁନାଥପୁର ସ୍ଥିତ ମା ସିମୁଳିଙ୍କ ପୀଠରେ ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟାଚ ଛାତ୍ରମାନଙ୍କର ଚତୁର୍ଥ ବନ୍ଧୁମିଳନ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ବନ୍ଧୁମିଳନ ଅବସରରେ ଚାଳିଶରୁ ଅଧିକ ପୁରୁଣା ବନ୍ଧୁ ଏକତ୍ରିତ ହୋଇ ଛାତ୍ରଜୀବନର ସୁମଧୁର ସ୍ମୃତି, ପାଠଶାଳାର ଦିନ, ଶିକ୍ଷକମାନଙ୍କ ସ୍ନେହ ଓ ସମୟର ସଂଗ୍ରାମକୁ ସ୍ମରଣ କରିଥିଲେ। ଦୀର୍ଘ ବର୍ଷ ପରେ ପୁଣିଥରେ ମିଳିବାର ଆନନ୍ଦ ସମସ୍ତଙ୍କ ମୁହଁରେ ପ୍ରକାଶ ପାଇଥିଲା। ବନ୍ଧୁମିଳନ ସମୟରେ ଆସନ୍ତା ବର୍ଷମାନଙ୍କରେ ପରସ୍ପର ମଧ୍ୟରେ ସହଯୋଗ, ସମ୍ପର୍କ ଓ ଭାତୃଭାବ ବୃଦ୍ଧି କରିବା ସହ ରଣପୁର ଅଞ୍ଚଳର ଶିକ୍ଷା, ସାମାଜିକ କାର୍ଯ୍ୟ ଓ ସାର୍ବିକ ଉନ୍ନତି ପାଇଁ ସମିଳିତ ଉଦ୍ୟମ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଶେଷରେ ମା ସିମୁଳିଙ୍କ ଆଶୀର୍ବାଦ କାମନା କରି ସମସ୍ତେ ଆଗାମୀ ଦିନରେ ଏଭଳି ବନ୍ଧୁମିଳନକୁ ଆହୁରି ସକ୍ରିୟ ଓ ନିୟମିତ କରିବା ନିଷ୍ପତ୍ତି ନେଇଥିଲେ। ବନ୍ଧୁମିଳନ ସଫଳ କରିବାରେ ସମସ୍ତ ଉପସ୍ଥିତ ବନ୍ଧୁମାନଙ୍କ ସହଯୋଗ ଅପରିସୀମ ଥିଲା।

Post Views: 53
Share203Tweet127Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In