• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗଣ ଦୌଡ଼ ଓ ଶହୀଦ ଜ୍ୟୋତି ସହ ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ, ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି ରଙ୍ଗିନ

by Voice of Victims
January 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଗଣ ଦୌଡ଼ ଓ ଶହୀଦ ଜ୍ୟୋତି ସହ ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ, ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି ରଙ୍ଗିନ

ରଣପୁର, ୦୫/୦୧ : ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା।

ଏହି ଅବସରରେ ଓଡ଼ିଶାର ବାଚସ୍ପତି ମା ମଣିନାଗଙ୍କ ମନ୍ଦିରରେ ପୂଜାର୍ଚନା କରିବା ପରେ ପତାକା ଦେଖାଇ ଗଣ ଦୌଡ଼ର ଶୁଭାରମ୍ଭ କରିଥିଲେ। ଗଣ ଦୌଡ଼ରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହା ପରେ ଗଡ଼ବାଣିକିଲୋ, ଦର୍ପଣନାରାୟଣପୁର, ମୟୂରଝାଲିଆ, ଡିମିରିଆ ଆଦି କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶହୀଦ ଜ୍ୟୋତି ଆଣି ରଣପୁର ପଞ୍ଚୁଦୋଳ ମଣ୍ଡପରେ ପହଂଚିଥିଲେ। ସେହି ସମୟରେ ଆଖପାଖ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ମଧ୍ୟ ମହୋତ୍ସବ ପଡିଆରେ ପହଂଚି ଉତ୍ସବର ଆକର୍ଷଣ ବଢ଼ାଇଥିଲେ।ପରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଶହୀଦ ଜ୍ୟୋତିଗୁଡ଼ିକୁ ମହୋତ୍ସବ ପଡିଆକୁ ନିଆଯାଇଥିଲା। ଶହୀଦମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସେଠାରେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଭକ୍ତି, ଦେଶପ୍ରେମ ଓ ସାଂସ୍କୃତିକ ଉତ୍ସାହର ସମନ୍ୱୟ ସହ ରଣପୁର ମହୋତ୍ସବର ଏହି ଉଦଘାଟନୀ କାର୍ଯ୍ୟକ୍ରମ ଉପସ୍ଥିତ ଜନସାଧାରଣଙ୍କ ମନକୁ ଆନନ୍ଦ ଓ ଗର୍ବରେ ଭରିଦେଇଥିଲା।ସନ୍ଧ୍ୟାବେଳେ ରଣପୁର ମହୋତ୍ସବ ପଡିଆ ଉତ୍ସବମୟ ପରିବେଶରେ ଗୁଞ୍ଜରି ଉଠିଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ଦେଶଭକ୍ତିମୂଳକ ଗୀତ ଓ ନାଟ୍ୟ ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛୋଟ ଛୋଟ ଶିଶୁମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଓ ଆଞ୍ଚଳିକ କଳାକାରଙ୍କ ଦକ୍ଷତା ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା।

ଏହା ପରେ ମହୋତ୍ସବର ପ୍ରଥମ ଦିବସର ସଭାକାର୍ଯ୍ୟ ମହୋତ୍ସବର ଅଧ୍ୟକ୍ଷା ତଥା ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗ ଦେଇ ରଣପୁରର ସାଂସ୍କୃତିକ ପରମ୍ପରା ଓ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ସିନେ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ଓ ଗୋପାଳପୁର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଯୋଗ ଦେଇ ମହୋତ୍ସବର ସଫଳତା କାମନା କରିଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ | ସଙ୍ଗୀତ କଳା ବିଦ୍ୟା ନିକେତନ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ |

ମଞ୍ଚାସିନ ଅତିଥିଙ୍କୁ ପ୍ରତି ଉପହାର ସ୍ୱରୂପ ଗୀତା ପୁସ୍ତକ ଓ ଇତିହାସର ମୁକସାକ୍ଷୀ ରଣପୁର ଠେଙ୍ଗାକୁ ସ୍ମୃତି ଭାବେ ଉପହାର ଦିଆ ଯାଇଥିଲା |ସଭାକାର୍ଯ୍ୟ ପରେ ପୁରୀର ପ୍ରସିଦ୍ଧ ଫିଟ୍ ଫାଇଟର ଗ୍ରୁପ ଦ୍ୱାରା ରୋମାଞ୍ଚକର ମାଲଖମ୍ବ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ସୃଷ୍ଟି କରିଥିଲା।ରାତିରେ ବିଶିଷ୍ଟ ସୁଗମ ସଙ୍ଗୀତ ଗାୟିକା ଇରା ମହାନ୍ତି ଓ ତାଙ୍କ ଟିମ୍‌ ଦ୍ୱାରା ପରିବେଷିତ ସୁମଧୁର ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନୋରଞ୍ଜନରେ ବାନ୍ଧି ରଖିଥିଲା। ତାଙ୍କର ଗୀତର ସ୍ୱର ଓ ଭାବ ମହୋତ୍ସବ ପଡିଆକୁ ଏକ ସ୍ମରଣୀୟ ସନ୍ଧ୍ୟାରେ ପରିଣତ କରିଦେଇଥିଲା।

Post Views: 65
Share206Tweet129Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In