ରଣପୁର, ୦୮/୦୭ : ଓଡିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବିନେଇ ରାଜ୍ୟ ବ୍ୟାପି ଧାରଣା ନିଷ୍ପତି କୁ ସମର୍ଥନ ଜଣାଇ ରଣପୁର ଡ୍ରାଇଭର ସଂଘ ତରଫରୁ କରଡ଼ାପଲ୍ଲୀ ଛକ ନିକଟରେ ଧାରଣା ଦିଆଯାଇଥିବା ଜଣାଯାଇଛି l ସାତ ଦଫା ଦାବି ସମ୍ବଳିତ ନିଷ୍ପତି କୁ ସମର୍ଥନ ଜଣାଇ ଏହି ଧାରଣା ରଣପୁରରେ ଜାରିରହିଛି l
ରଣପୁର ଡ୍ରାଇଭର ସଂଘ ର କର୍ମକର୍ତ୍ତାଙ୍କ ସହ ସଂଘର ସମସ୍ତ ସଦସ୍ୟ ଏହି ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଜଣାଯାଇଛି l
