• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଜଳେଶ୍ୱର Art Foundation ଦ୍ଵାରା ଆୟୋଜିତ ଆନ୍ତର୍ଜାତିୟ ଚିତ୍ରକଳା ଶିବିର ‘ନୀଳାଦ୍ରି’ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଅନୁଷ୍ଠିତ

by Voice of Victims
July 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଜଳେଶ୍ୱର Art Foundation ଦ୍ଵାରା ଆୟୋଜିତ ଆନ୍ତର୍ଜାତିୟ ଚିତ୍ରକଳା ଶିବିର ‘ନୀଳାଦ୍ରି’ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଅନୁଷ୍ଠିତ

ପୁରୀ (ଭିଓଭି) ତା.19/7 ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଜଳେଶ୍ୱର Art Foundation ଦ୍ଵାରା ଆୟୋଜିତ ଆନ୍ତର୍ଜାତିୟ ଚିତ୍ରକଳା ଶିବିର ‘ନୀଳାଦ୍ରି’ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରତର ବିଭିନ୍ନ ପ୍ରାନ୍ତରୁ ୨୮ ଜଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଥିଲେ । ଦୁଇଦିନିଆ ଶିବିରର ଉଦ୍ ଯାପନୀ ଉତ୍ସବରେ ଅତିଥି ରୂପେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ଏବଂ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଦିଲୀପ କୁମାର ସ୍ୱାଇଁ ଯୋଗ ଦେଇ ଚିତ୍ରକଳା ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତି ର ପରିପ୍ରକାଶ ହୋଇଥିବାରୁ ଏହାର ପ୍ରଭାବ ସୁଦୂର ପ୍ରସାରୀ ବୋଲି ମତବ୍ୟକ୍ତ କରିଥିଲେ I ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତି ରେ ଚିତ୍ରକର ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଅନବସର ସମୟରେ ଶ୍ରୀଜୀଉମାନେ ପଟିଦିଅଁ ଭାବେ ପୂଜା ପାଇଥାନ୍ତି I ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାମାଧବ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସମସ୍ତ ଶିଳ୍ପୀ ମାନଙ୍କୁ ପ୍ରସଂଶାପତ୍ର, ଟ୍ରଫି,ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ଅନେକ ଭକ୍ତ ଉପସ୍ଥିତ ରହି ଚିତ୍ର ସବୁ ବୁଲି ଦେଖିଥିଲେ I ଏଥିରେ ବରିଷ୍ଠ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରଣା, ସୁକାନ୍ତ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ I ସମସ୍ତ ଚିତ୍ରଗୁଡିକ ଶ୍ରୀଜଗନ୍ନାଥଙ୍କ ବେଶଭୂଶା କୁ ନେଇ ଅଙ୍କନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଧବ ଗୁରୁଙ୍ଗ ନେପାଳ ରୁ ଯୋଗ ଦେଇଥିବା ବେଳେ ଅଜୟ ଦେ ଏବଂ ଅନନ୍ୟା ପାଳ ଆସାମରୁ, ଅନାମିକା ଏବଂ ଆରାଧନା ମଧ୍ୟପ୍ରଦେଶ ରୁ, ରେଣୁ ପାଞ୍ଜିୱାଲ ଉତ୍ତର ପ୍ରଦେଶରୁ, ନିଲୁ ଶର୍ମା ରାଜସ୍ଥାନ ରୁ ଏବଂ ମାରିୟମ କୋଲକାତା ରୁ ଯୋଗ ଦେଇଥିବା ବେଳେ ଓଡିଶା ରୁ ‘ନୀଳାଦ୍ରି’ ଚିତ୍ରକଳା ଶିବିରର ଚିତ୍ରଶିଳ୍ପୀ ଦୁର୍ଗାମାଧବ କର, ବ୍ରଜ ଷଡ଼ଙ୍ଗୀ, ମୁକ୍ତିପଦ ନନ୍ଦୀ, ପ୍ରିୟବଲ୍ଳଭ ସାହୁ, ଭୂପତି ସୁର, ସନ୍ତୋଷ କାମିଳା, ପରମେଶ୍ୱର ମେହେର, ପ୍ରଣୟ ଜେନା, ପ୍ରସନ୍ନ ସ୍ୱାଇଁ, ସୌମ୍ୟ ରଞ୍ଜନ ପାତ୍ର, କୁଲଧୁପ ବର୍ମା, ସ୍ମିତାରାଣୀ ବିଶ୍ୱାଳ, ଶ୍ରଦ୍ଧା ସୁମନ ସାହୁ, ତନିଶା ପଣ୍ଡା, ଜିତେନ୍ଦ୍ର ସାହୁ, ମେଘାଶ୍ରୀ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Post Views: 82
Share198Tweet124Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In