• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କୁଦୋପାଲି ଘଟଣା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କୌଣସି ଗୁଣରେ କମ ନଥିଲା: ଧର୍ମେନ୍ଦ୍ର ପ୍ରଧାନ

by Voice of Victims
December 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କୁଦୋପାଲି ଘଟଣା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କୌଣସି ଗୁଣରେ କମ ନଥିଲା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:୧୮୫୭ର ସମ୍ବଲପୁର କୁଦୋପାଲିଘଟଣା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଘଟଣା ଠାରୁ କମ ନଥିଲା ବୋଲି ରବିବାର ସମ୍ବଲପୁର ଠାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ଇଂରାଜୀ ପୁସ୍ତକ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ତଥା ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାର ଅବ୍ୟବହିତ ପୂର୍ବରୁ ଆଜି ଗଣମାନ୍ୟ ବ୍ୟକ୍ତିବିଶେଷଙ୍କ ଗହଣରେ ପୁସ୍ତକର ଇଂରାଜୀ ସଂସ୍କରଣକୁ ଉନ୍ମୋଚନ କରି ଗୌରବାନ୍ୱିତ ହୋଇଥିବା କହିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ସମ୍ବଲପୁର ମାଟିରେ ସଂଗଠିତ ଏହି କୁଦୋପାଲି ମହାସଂଗ୍ରାମରେ ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ଆଦି ଅଞ୍ଚଳର ଅନେକ ପରିବାର ସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ମାତ୍ର ଏହି ଇତିହାସ ଅନେକଙ୍କ ପାଇଁ ଅଜଣା ଥିଲା । ଗତବର୍ଷ ଡିସେମ୍ବର ୩୦ରେ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ବିଷୟରେ ସେ ଅବଗତ ହେବା ସହ କୁଦୋପାଲିର ଇତିହାସ ଉପରେ ଗବେଷଣା ସହ ତାହାକୁ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଆଇସିଏଚଆର୍ ଓ ଏନବିଟିକୁ ଦାୟିତ୍ୱ ଦେଇଥିଲେ ।  ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ସେହି କ୍ରମରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । କୁଦୋପାଲିର ବୀରମାନଙ୍କ ସ୍ମୃତିରେ ଏଭଳି ଏକ ଐତିହାସିକ ପୁସ୍ତକ ସଙ୍କଳନ ଓ ପ୍ରକାଶନ ପାଇଁ ଶ୍ରୀ ପ୍ରଧାନ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏବଂ ଆଇସିଏଚଆର ଏବଂ ପୁସ୍ତକ ପ୍ରକାଶନ କରିବାରେ ସହଯୋଗୀ ହୋଇଥିବା ସମସ୍ତଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏନବିଟି ତରଫରୁ ଆୟୋଜିତ ହେଉଥିବା ସର୍ବବୃହତ ପୁସ୍ତକ ମେଳା ଅବସରରେ ଲୋକାର୍ପିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ କରିବା ପାଇଁ ଯୋଜନା ରହିଛି । ପୁସ୍ତକଟିକୁ ଓଡ଼ିଆ ସମେତ ୧୦ଟି ପ୍ରମୁଖ ଭାରତୀୟ ଭାଷାରେ ପ୍ରକାଶିତ କରିବା ପାଇଁ ଏନବିଟିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଆଜିର ପୁସ୍ତକ ଦ୍ୱାରା କୁଦୋପାଲିର ବଳିଦାନ ଓ ବୀରଗାଥା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ । ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ଗୌରବକୁ ଏହି ପୁସ୍ତକ ଏକ ଜାତୀୟ ସ୍ୱୀକୃତି ଆଣିଦେବ । ଏ ପ୍ରକାର ଐତିହାସିକ ତଥ୍ୟ ନିରନ୍ତର ଆସିବା ଦରକାର ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଦେବ୍ରୀଗଡ଼ ସହ ଥିବା ସମ୍ପର୍କ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ସମ୍ବଲପୁର କାନ୍ତି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିୱେ ଓଡ଼ିଶାରେ ଏମିତି କେଉଁ ଜିଲ୍ଲା ନାହିଁ ଯେଉଁ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ପ୍ରେରଣାର କାହାଣୀ ନଥିବ ।  ଆଉ ପ୍ରାୟ ଦୁଇ ବର୍ଷରେ ସମ୍ବଲପୁର କ୍ରାନ୍ତିର ୨୦୦ ବର୍ଷ ପୂର୍ତ୍ତି ପାଳନ ହେବ । ଏବେଠାରୁ ଆମ ମାଟିର ସଂଘର୍ଷ ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ପଡିବ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In