• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନି ତାଲିକାରେ ରିଲାଏନ୍ସ ସମେତ ତିନି ଭାରତୀୟ କମ୍ପାନି ସାମିଲ

by Voice of Victims
May 31, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନି ତାଲିକାରେ ରିଲାଏନ୍ସ ସମେତ ତିନି ଭାରତୀୟ କମ୍ପାନି ସାମିଲ

ଭୁବନେଶ୍ୱର: ପ୍ରସିଦ୍ଧ ଆମେରିକୀୟ ପତ୍ରିକା ଟାଇମ୍ ପକ୍ଷରୁ ୨୦୨୪ ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନିଗୁଡିକର ତାଲିକା ପ୍ରକାଶ କରାଯାଇଛି। ଶ୍ରେଷ୍ଠ ୧୦୦ କମ୍ପାନି ତାଲିକାରେ ୩ଟି ଭାରତୀୟ କମ୍ପାନି ସ୍ଥାନ ପାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ ଟାଇମର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନି ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିରେ ଅଗ୍ରଣି (ଲିଡ଼ର୍ସ), ଡିସରପଟର୍ସ, ଇନୋଭେଟର୍ସ , ଟାଇଟନ୍ସ ଏବଂ ପାୟୋନିୟର୍ସ ଭଳି ୫ଟି ବର୍ଗ ରହିଛି । ରିଲାଏନ୍ସ ଓ ଟାଟା ଗ୍ରୁପ୍ ଟାଇଟନ୍ସ ବର୍ଗରେ ସ୍ଥାନ ପାଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପାଇଓନିୟର୍ସ ବର୍ଗ ପାଇଁ ଚୟନ କରାଯାଇଛି । ପ୍ରତ୍ୟେକ ବର୍ଗରେ ୨୦ଟି କମ୍ପାନି ସ୍ଥାନ ପାଇଛନ୍ତି। ଟାଇମ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ‘ଇଣ୍ଡିଆଜ୍ ଜଗରନଟ୍‌‌’ ନାମରେ ନାମିତ କରିଛି। ଟାଇମ୍ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପରେ ଲେଖିଛି ଯେ ବସ୍ତ୍ର ଓ ପଲିଷ୍ଟର କମ୍ପାନି ଭାବରେ ଆରମ୍ଭ କରିଥିବା ରିଲାଏନ୍ସ ଆଜି ଏକ ବୃହତ ଏବଂ ଜୀବନ୍ତ ବ୍ୟବସାୟ ସମୂହ ପାଲଟିବା ସହିତ ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନିରେ ପରିଣତ ହୋଇଛି । ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନି ନିକଟରେ ଶକ୍ତି, ରିଟେଲ ଓ ଟେଲିକମ ସମେତ ଅନେକ ବ୍ୟବସାୟ ରହିଛି। ସୂଚନାଯୋଗ୍ୟ ଯେ ଭାରତର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ ତଥା ପ୍ରମୁଖ ପ୍ରଯୁକ୍ତି କମ୍ପାନି ଜିଓ ପ୍ଲାଟଫର୍ମସ ୨୦୨୧ ରେ ଏହି ତାଲିକାରେ ସ୍ଥାନ ପାଇଥିଲା। ଟାଇମ୍ ପତ୍ରିକା ରିଲାଏନ୍ସ ଏବଂ ଡିଜନି ସହଭାଗିତା ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଛି। ପତ୍ରିକା କହିଛି ଯେ ୮.୫ ବିଲିୟନ ଡଲାରର ଏହି ସହଭାଗିତା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଷ୍ଟ୍ରିମିଂ ବଜାରରେ ରିଲାଏନ୍ସର ଉପସ୍ଥିତିକୁ ସୁଦୃଢ଼ କରିବ। ଟାଇମ ପତ୍ରିକା ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ବିଶ୍ୱର ସର୍ବବୃହତ ଟିକା ନିର୍ମାତା ଭାବେ ସାମିଲ କରିଛି । କମ୍ପାନି ପ୍ରତିବର୍ଷ ୩.୫ ବିଲିୟନ ଡୋଜ ଉତ୍ପାଦନ କରୁଛି । ଟାଟା ଗ୍ରୁପ୍ ସମ୍ପର୍କରେ ଟାଇମ୍ ପତ୍ରିକା କହିଛି ଯେ ଟାଟା ଗ୍ରୁପ୍ ଭାରତର ପୁରାତନ କଂପାନି ମଧ୍ୟରୁ ଅନ୍ୟତମ । ଇସ୍ପାତ, ସଫ୍ଟୱେର, ଘଡ଼ି, ସବ-ସି କେବୁଲ ଓ ରାସାୟନିକ ଠାରୁ ଆରମ୍ଭ କରି ଲୁଣ, ଶସ୍ୟ, ଏୟାର କଣ୍ଡିସନର, ଫ୍ୟାସନ ଓ ହୋଟେଲ ପର୍ଯ୍ୟନ୍ତ ଏହାର ବିଶାଳ ପୋର୍ଟଫୋଲିଓ ରହିଛି । ଟେକ୍ ମ୍ୟାନୁଫାକ୍ଚରିଂ, ଏଆଇ ଏବଂ ସେମିକଣ୍ଡକ୍ଟର ଚିପରେ ନିବେଶ କରି ଏହି ଗ୍ରୁପ୍ ଏକ ଟେକ କମ୍ପାନିରେ ପରିଣତ ହେଉଛି । ୨୦୨୩ରେ ଏହା ପ୍ରଥମ ଭାରତୀୟ କମ୍ପାନି ଭାବେ ଆଇଫୋନ୍ ଆସେମ୍ବଲ୍ କରିଥିଲା।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In