• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁମୁହିଁ

by Voice of Victims
July 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁମୁହିଁ

ଭୁବନେଶ୍ବର: ଶେଷ ହୋଇଛି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରାରେ ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ବାହୁଡା଼ ଯାତ୍ରାରେ ରଥ ଉପରେ ଅନଧିକୃତ ସେବାୟତ ଚଢ଼ିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅଣ ସେବାୟତଙ୍କୁ ରଥରେ ଚଢାଇବା ପାଇଁ ସହଯୋଗ କରିଥିବା ଜଣେ ବରିଷ୍ଠ ଦଇତାପତି ସେବାୟତଙ୍କ ବିରୋଧରେ ଗତକାଲି କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସାତ ଦିନ ଭିତରେ ଏହାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉକ୍ତ ସେବାୟତଙ୍କ ପ୍ରାପ୍ୟ ପାଉଣା ବନ୍ଦ ପାଇଁ ଦଇତାପତି ନିଯୋଗର ସମ୍ପାଦକଙ୍କୁ ଚିଠିରେ ଅବଗତ କରାଯାଇଛି । ସେପଟେ ଦଇତାପତି ନିଯୋଗ ସହ ଆଲୋଚନା କରାନଯାଇ ଏଭଳି ନୋଟିସ ଜାରି ହେବା ନିଷ୍ପତ୍ତିକୁ ନିନ୍ଦା କରିଛି ନିଯୋଗ । ବାହୁଡା଼ ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ଅନଧିକୃତ ସେବାୟତ ଚଢ଼ିବା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଉକ୍ତ ଅନଧିକୃତ ସେବାୟତଙ୍କୁ ରଥରେ ଚଢ଼ାଇବା ପାଇଁ ସହଯୋଗ କରିଥିବା ଜନୈକ ବରିଷ୍ଠ ଦଇତାପତି ସେବାୟତ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରାର ସମସ୍ତ ନିୟମାବଳୀକୁ ଉଲ୍ଲଙ୍ଘନ କରି ଅଣ ସେବାୟତଙ୍କୁ ଜଣେ ଦଇତାପତି ସେବାୟତ ରଥରେ ଚଢାଇବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରାର ନିୟମାବଳୀ ଉଲ୍ଲଙ୍ଘନ କରାଯାଇଥିବାରୁ ଉକ୍ତ ଦଇତାପତି ସେବାୟତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ନିଆଯିବ ସେନେଇ ସାତ ଦିନ ଭିତରେ ଉତ୍ତର ଦେବାକୁ ନୋଟିସ ଜାରି କରାଯାଇଛି । ସେହିପରି ଏ ସଂକ୍ରାନ୍ତରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଉକ୍ତ ଦଇତାପତି ସେବାୟତଙ୍କ ସମସ୍ତ ପ୍ରାପ୍ୟ ପାଉଣା ସ୍ଥଗିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଚିଠି କରାଯାଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ୍ ନିଯୋଗ ସମ୍ପାଦକଙ୍କ ନିକଟରେ ପହଞ୍ଚିନଥିବା ବେଳେ ଚିଠି ଆସିବା ପରେ ଏ ସଂକ୍ରାନ୍ତରେ ଦଇତାପତି ନିଯୋଗ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିଯୋଗ ସମ୍ପାଦକ ଓ ବରିଷ୍ଠ ଦଇତାପତି ସେବାୟତ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନୋଟିସ୍ ଜାରି ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଓ ସେବାୟତ ବିନାୟକ ଦାସ ମହାପାତ୍ର । ବିନାୟକ ଦାସ ମହାପାତ୍ର କହିଛନ୍ତି ପ୍ରତିବର୍ଷ ରଥଯାତ୍ରାରେ ଦଇତାପତିଙ୍କୁ ସହାୟକ ପାସ୍ ଜାରି କରାଯାଇଥାଏ । ସହାୟକମାନେ ବିଭିନ୍ନ କାର୍ଯ୍ୟରେ ଦଇତାପତିମାନଙ୍କୁ ସହଯୋଗ କରିଥାନ୍ତି । ଏଣୁ ଯେଉଁ ବ୍ୟକ୍ତି ସୁଭଦ୍ରାଙ୍କ ରଥ ଉପରେ ଚଢ଼ିଥିଲେ ତାଙ୍କ ନିକଟରେ ସହାୟକ ପାସ୍ ଥିଲା । ତେଣୁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସହାୟକ ପାସ୍ ଉକ୍ତ ବ୍ୟକ୍ତିଙ୍କ ପାଖରେ ଥିବାବେଳେ ଏହାକୁ ନେଇ ଜନୈକ ଦଇତାପତିଙ୍କୁ ନୋଟିସ ଜାରି କରିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ବରିଷ୍ଠ ଦଇତାପତି ତଥା ନିଯୋଗର ସମ୍ପାଦକ କହିଛନ୍ତି । ଏହି ପ୍ରସଙ୍ଗରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ କୌଣସି ଆଲୋଚନା ନକରି ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ । ତେବେ ଆଗକୁ ଚିତାଲାଗି ଅମାବାସ୍ୟା ନୀତି ଥିବାବେଳେ ଏହା ପୂର୍ବରୁ ଦଇତାପତି ନିଯୋଗର ବୈଠକ ବସି ଏହି ନୋଟିସ୍ ଉପରେ ଆଲୋଚନା ହେବ । ରଥଯାତ୍ରାରେ ଦଇତାପତି ନିଯୋଗ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଏଭଳି ଏକ ଛୋଟ ଘଟଣାକୁ ନେଇ ଦଇତାପତି ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ଠିକ୍ ନୁହେଁ ଏବଂ ଏହାର ତୁରନ୍ତ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରାଯିବ ବୋଲି କହିଛନ୍ତି ବିନାୟକ ଦାସ ମହାପାତ୍ର । ରଥ ଉପରେ ଅଣ ସେବାୟତ ଚଢ଼ିବା ପ୍ରସଙ୍ଗକୁ ନେଇ ଏବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁମୁହିଁ ହୋଇଛନ୍ତି । ଏନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଏବେ ଦେଖିବାର ଅଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଦଇତାପତି ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛି ନା ସେବାୟତଙ୍କ ଚାପରେ ମୁଣ୍ଡ ନୁଆଁଉଛି ।

Post Views: 24
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In