ପୁରୀ (ଭିଓଭି): ନିର୍ବାଚନ ଋତୁ ପାଖେଇ ଆସୁଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି । ପୂର୍ବତନ ବିଧାୟକ(ବିଜେଡ଼ି) ଙ୍କୁ ସଭା ମଂଚରେ ଦେଖି ମନ୍ତ୍ରୀ ଆଉ ମଂଚ ଉପରକୁ ନଯାଇ ତଳେ ଚେୟାର ପକାଇ ବସିବା ଭଳି ଅଭାବନୀୟ ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବେଳେ ଦେଖିବାକୁ ମିଳିଛି ବିଜେଡ଼ି ନେତାଙ୍କ ହାଇପ୍ରୋଫାଇଲ୍ ଡ୍ରାମା । ଉକ୍ତ କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ ପ୍ରଶାସନ ତରଫରୁ ପୂର୍ବତନ ବିଧାୟକ ଶୁରେନ୍ଦ୍ର ଶେଠୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ବର୍ତମାନ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ସଭାସ୍ଥଳ ରେ ପୂର୍ବତନ ବିଧାୟକ ଶୁରେନ୍ଦ୍ର ଶେଠୀ ଙ୍କ ସମେତ ସ୍ଥାନୀୟ ସରପଂଚ, ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପ୍ରମୁଖ ପହଂଚି ଆସନ ଅଳଙ୍କୃତ କରିଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅସିବା ବିଳମ୍ବ ହେବାରୁ ସମର୍ଥକ ଙ୍କ ଅନୁରୋଧରେ ପୂର୍ବତନ ବିଧାୟକ ଶ୍ରୀ ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟକୁ ଉଦ୍ଘାଟନ କରିଥିଲେ । ସେତେବେଳେ ବର୍ତମାନର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ଚାପା ଉତେଜନା ଦେଖା ଦେଇଥିଲା । କିନ୍ତୁ ମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଦାନ୍ତ କାମୁଡି ଚୁପ ରହିଥିଲେ । ହେଲେ କିଛି ସମୟ ପରେ ମନ୍ତ୍ରୀ ଆସି ପହଂଚି ଘଟଣା ସଂପର୍କରେ ଅବଗତ ହେବା ପରେ ସଭା ମଂଚରେ ପୂର୍ବତନ ବିଧାୟକଙ୍କୁ ବସିଥିବାର ଦେଖି ମନ୍ତ୍ରୀଙ୍କ ମୁଣ୍ଡ ଗରମ! ରାଗରେ ଲାଲ ପଡିଗଲେ । ମନ୍ତ୍ରୀଙ୍କ ସମର୍ଥକ ମାନେ ପୂର୍ବତନ ବିଧାୟକ ଙ୍କୁ ସଭା ମଂଚରୁ ତଳକୁ ଓହ୍ଲାଇବାକୁ ଜିଦ୍ ଧରି ବସିଲେ । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ହୋ ହଲ୍ଲା ପାଟି ତୁଣ୍ଡ ଆରମ୍ଭ ହୋଇ ଯାଇଥିଲା । ମନ୍ତ୍ରୀ ଶ୍ରୀ ବେହେରା ମଧ୍ୟ ସଭା ମଂଚ ରେ ବସିବାକୁ ମନା କରି ମଂଚ ତଳେ ଏକ ଚେୟାର ପକାଇ ବସିରହିଲେ । କିଛି ସମୟ ଏପରି ଡ୍ରମା ଚାଲିବା ପରେ ଶେଷରେ ସ୍ଥାନୀୟ ବିଡ଼ିଓ, ବରିଷ୍ଠ ରାଜନେତା, ପୋଲିସ୍ ପ୍ରସାଶନ ଏବଂ ଅନ୍ୟ ଅତିଥି ମାନଙ୍କ ବାରମ୍ବାର ଅନୁରୋଧ ଏବଂ ବୁଝାସୁଝା ପରେ ମନ୍ତ୍ରୀ ମଂଚ ଉପରକୁ ଉଠି ଆସନ ଅଳଙ୍କୃତ କରିଥିଲେ । ଚର୍ଚ୍ଚା ହେଉଛି କି, ଅସ୍ତରଙ୍କ ପଂଚାୟତ ସମିତି ଟି ପୂବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଗଠିତ ହୋଇଛି ଏବଂ ତାଙ୍କ ଇସାରାରେ ହିଁ ସମସ୍ତ କାର୍ଯ୍ୟ ହେଉଛି । ଯାହାକି, ଏହି ଗୋଷ୍ଠୀ କନ୍ଦଳ କୁ ପଦାରେ ପକାଇବାର ମ୍ୟଖ୍ୟ କାରଣ ପାଲଟିଛି । ସେପଟେ କିନ୍ତୁ ଭାଷଣରେ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସରକାର ବହୁତ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ କହିଥିବା ବେଳେ ଦଳ ଭିତରେ କୌଣସି ମତଭେଦ କି ଗୋଷ୍ଠୀ କନ୍ଦଳ ନାହିଁ ଏବଂ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ରେ ଜନ ସଚେତନତା କରିବାରେ ସମସ୍ତଙ୍କର ଅଧିକାର ଅଛି ବୋଲି କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ କହିଛନ୍ତି ।
