• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନିଷ୍ପତ୍ତି ବଦଳାଇଲେ ମୋହନ ସରକାର: କାଲି ଘୋଷଣା କଲେ, ଆଜି ଓହରିଲେ

by Voice of Victims
July 21, 2024
in ମୁଖ୍ୟ ଖବର, ରାଜ୍ୟ
ନିଷ୍ପତ୍ତି ବଦଳାଇଲେ ମୋହନ ସରକାର: କାଲି ଘୋଷଣା କଲେ, ଆଜି ଓହରିଲେ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି । ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା ପୁରସ୍କାର ଦିଆଯିବ। ରାଜ୍ୟ ପ୍ରତି ବିଜୁ ପଟ୍ଟନାୟକଙ୍କ ଅନେକ ଅବଦାନ ରହିଛି। ମୋ ସରକାର ବରପୁତ୍ରଙ୍କୁ ସମ୍ମାନ ଦିଏ ବୋଲି ରବିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଶନିବାର କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଏଣିକି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ନାମରେ ନାମିତ ହେବ ବୋଲି କୁହାଯାଇଥିଲା। ଏଥି ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ସେ ଏହି ପୁରସ୍କାର ତାଙ୍କ ପିତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଥିଲେ। ପ୍ରତିବର୍ଷ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ପ୍ରଦାନ କରାଯାଏ। ମୋଟ ୫ଟି ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ।

Post Views: 25
Tags: The Mohan government changed its decision: announced yesterday
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In