• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏଣିକି ସାଟେଲାଇଟ୍ ଟେଲିମେଟ୍ରି ଜରିଆରେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ରଖାଯିବ ନଜର

by Voice of Victims
December 20, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏଣିକି ସାଟେଲାଇଟ୍ ଟେଲିମେଟ୍ରି ଜରିଆରେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ରଖାଯିବ ନଜର

ଭୁବନେଶ୍ବର: ଅଲିଭ୍ ରିଡଲେ ବା ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ-୨୦୨୪-୨୫ ଗତ ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି। ଅଲିଭ୍‌ ରିଡଲେ  କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛମାନଙ୍କର ଗତିବିଧି ଉପରେ ନଜର ରଖାଯିବା, ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଂଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଫୋରର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ ।  ବିଗତ ବର୍ଷଗୁ଼ଡ଼ିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସମସ୍ତ  ସହଯୋଗ ଦିଆଯାଉଛି  ଓ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଏହି ବିରଳ ସାମୁଦ୍ରିକ ପ୍ରାଣୀ  ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଣ୍ଡା ଦେବାକୁ ଆସିଥା’ନ୍ତି ।  ବୈଠକରେ ସ୍ୱରାଷ୍ଟ୍ର(ଗୃହ) ତଥା  ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଟଙ୍କ  ସମେତ କମିଟିର  ସଦସ୍ୟ ଥିବା ବିଭିନ୍ନ  ଅନୁଷ୍ଠାନ ଓ ପ୍ରତିଷ୍ଠାନର ଉଚ୍ଚ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଲୋକସେବା ଭବନରେ  ଅନୁଷ୍ଠିତ ଏହି ବୈଠକରେ  ପ୍ରଥମେ ଗତ ୨୦୨୩  ଡିସେମ୍ବର ମାସରେ ହୋଇଥିବା ବୈଠକର ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ଏବଂ ୨୦୨୪-୨୫  ବର୍ଷ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ୍ ସୂଚନା ଦିଆଯାଇଥିଲା । ବିଗତ ୧୦ ବର୍ଷରେ ଅଣ୍ଡାଦାନ ସଂଖ୍ୟା ଅନୁଧ୍ୟାନ କରାଯାଇଥିଲା। ୨୦୨୨-୨୩ ବର୍ଷରେ ଗହୀରମଥା ଉପକୂଳ ଓ  ଋଷିକୂଲ୍ୟାଠାରେ  ସର୍ବାଧିକ ୧୧.୪୯ ଲକ୍ଷ ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ହୋଇଥିଲା। ଗଣ  ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ ବରାବର କଡା ନଜର  ରଖାଯାଇଥିଲା। ଗତ ୨୦୨୩-୨୪ ବର୍ଷରେ  ସମୂହ ଅଣ୍ଡାଦାନ ହୋଇ ନ ଥିବା ବେଳେ ବିଭିନ୍ନ ଉପକୂଳରେ  ମାତ୍ର ୩ ଲକ୍ଷ ଅଣ୍ଡାଦାନ ହୋଇଥିଲା। ଏହି ସଂଖ୍ୟାରେ ବିଭିନ୍ନତାର କାରଣ ସଂପର୍କରେ ଆଲୋଚନା କରାଯାଇଥିଲା। ତେବେ ଏହାର ସଠିକ୍ କାରଣ ଏବେବି ରହସ୍ୟାବୃତ୍ତ ବୋଲି ଆଲୋଚନା ପ୍ରକାଶ ପାଇଥିଲା। ତେବେ ୨୦୨୪-୨୫ ବର୍ଷ ନିମନ୍ତେ  ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗତ ନଭେମ୍ବର ପହିଲାରୁ ଋତୁକାଳୀନ କାର୍ଯ୍ୟ ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ  ମୁଖ୍ୟାଳୟରେ କାର୍ଯ୍ୟ କରୁଛି।ଏଥିପାଇଁ  ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି। ଗତ ନଭେମ୍ବର ୮ ତାରିଖରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ  ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂସ୍ଥାମାନଙ୍କ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଏ ସଂପର୍କରେ ସଚେତନ କରାଯାଇଛି। ନଭେମ୍ବର, ୨୦୨୪ରୁ ଆଗାମୀ ମେ ୨୦୨୫ ପର୍ଯ୍ୟନ୍ତ ସମ୍ପୃକ୍ତ ଉପକୂଳ ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପୁଲିସ  ଫୋର୍ସ ମୁତୟନ ପାଇଁ ସହଯୋଗ ନିମନ୍ତେ ଗୃହ ବିଭାଗକୁ ଅନୁରୋଧ କରାଯାଇଛି । ଏଥିପାଇଁ ସମୁଦ୍ରକୂଳ ପୁଲିସ୍  ଥାନାକୁ ମଧ୍ୟ ସହଯୋଗ ପାଇଁ ନିର୍ଦ୍ଦେଶ ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବ ଭଳି ରାଜନଗର ବନ୍ୟପ୍ରାଣୀ, ଭଦ୍ରକ ବନ୍ୟପ୍ରାଣୀ ଓ ବ୍ରହ୍ମପୁର ( ସହର ) ଡିଭିଜନରେ ଅଲିଭ୍ ରିଡଲେ  ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ହାଇସ୍ପିଡ ବୋଟ୍ ମୁତୟନ କରାଯାଇଛି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୬୬ଟି ପାଟ୍ରୋଲିଂ କ୍ୟାମ୍ପ (୬୧ଟି ଅନ୍ ସୋର୍ ଓ ୫ଟି ଅଫ୍ ସୋର୍ )  ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବା ନେଇ  ସମନ୍ୱୟ ବୈଠକ କରାଯାଉଛି। ମିଳିତ ସମୁଦ୍ର ପାଟ୍ରୋଲିଂ ଏବଂ ଆଲୋକ ନିୟନ୍ତ୍ରଣ ଆୟୋଜନ ପାଇଁ ସମସ୍ତ ଉପକୂଳ ଡିଏଫ୍ଓମାନଙ୍କ ଦ୍ୱାରା ଆଇଟିଆର, ଡିଆରଡିଓ କର୍ତ୍ତୃପକ୍ଷ ,ଚାନ୍ଦିପୁର, ବିଭିନ୍ନ ଉପକୂଳରେ ଥିବା ଅନୁଷ୍ଠାନ, ମତ୍ସ୍ୟ ବିଭାଗ ଅଧିକାରୀ, ବନ୍ଦର କର୍ତ୍ତୃପକ୍ଷ,ତଟରକ୍ଷୀ ବାହିନୀ ଏବଂ ଉପକୂଳ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ  ସହିତ ନିୟମିତ ଭାବରେ ସମନ୍ୱୟ ବୈଠକ ଅନୁଷ୍ଠିତ କରାଯିବା ଉପରେ  ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିବର୍ଷ ନଭେମ୍ବର ପହିଲାରୁ ପରବର୍ତ୍ତୀ ବର୍ଷ ମେ’ ୩୧ ତାରିଖ  ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ୨୦ କିଲୋମିଟର ମଧ୍ୟରେ ମୋଟରଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା ବ୍ୟବସ୍ଥାରେ ମାଛ ଧରିବା ନିଷେଧ କରିବାକୁ ମତ୍ସ୍ୟ ଓ ପ୍ରାଣୀ ସଂପଦ  ବିଭାଗ ପକ୍ଷରୁ  ବିଜ୍ଞପ୍ତି ରହିଛି। ଗହୀରମଥା  ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି। ଏ ସଂପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଡିଏଫ୍ଓମାନେ ନିୟମିତ ଭାବେ ସଚେତନତା ବୈଠକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଇତ୍ୟାଦି ସମୁଦ୍ର ଯାତାୟାତ ପାଟ୍ରୋଲିଂର ଘାଟି ହେବ। ଜବତ ମାଛଧରା ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାଜନଗର ହେନ୍ତାଳ ବନ ଜଙ୍ଗଲ  ଡିଭିଜନର ବରୁଣେଇ, ଗୁପ୍ତି, ଶାସନପେଟା ଓ କୃଷ୍ଣପ୍ରିୟାପୁରରେ ବର୍ଥିଂ ସ୍ଥାନ ରହିଛି। ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ସଂପୃକ୍ତ ଡିଏଫ୍ଓମାନଙ୍କୁ ପୂର୍ବ ବର୍ଷ ଭଳି ଆବଶ୍ୟକ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ ବ୍ୟତୀତ ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ସହ ମିଳିତ ପାଟ୍ରୋଲିଂ କରିବା ସହ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ସ୍ୱାଧୀନ ଭାବେ ପାଟ୍ରୋଲିଂ କରିପାରିବ। ସେହି ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ଧରିବା ପାଇଁ ସେମାନେ ଓଏମ୍ଏଫ୍ଆରଏ ଅଧୀନରେ ମାମଲା ରୁଜୁ କରିପାରିବେ। ଆଇନ୍ ଉଲ୍ଲଙ୍ଘନ କରୁଥିବା କ୍ଷେତ୍ରରେ  ଜରିମାନା ଆଦାୟ ବ୍ୟବସ୍ଥା ସହିତ ଏହି ଋତୁରେ ଯେଉଁ ମାଛଧରାଳି ବା ଧିବରମାନେ କ୍ଷତିଗ୍ରସ୍ତ  ହେଉଛନ୍ତି, ସେମୋନଙ୍କୁ ସରକାରୀ ଅନୁମୋଦନ ମୁତାବକ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉଥିବା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ  ପ୍ରମୁଖ ଶାସନ ସଚିବ ପ୍ରକାଶ କରିଥିଲେ। ବିଭାଗ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ “ନୋ-ଫିସିଂ ଜୋନ୍” ବିଷୟରେ ସତର୍କ କରାଇବା ପାଇଁ ବିକଶିତ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ  (ଏଫଏଫଏମଏ) ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ର କଳ ନିରୀକ୍ଷଣ କରିବା ପାଇଁ ବନ କର୍ମଚାରୀଙ୍କ ଦ୍ୱାରା ଋତୁଭିତ୍ତିକ  ଶିବିର ପାଇଁ ଆଉଟର ହ୍ୱିଲର ଦ୍ୱୀପ (ନାସି-୨)ରେ ସ୍ଥାନର ବ୍ୟବସ୍ଥା କରାଯିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ନୂଆ ପଦକ୍ଷେପ ସ୍ୱରୂପ ଅଣ୍ଡାଦାନ ଋତୁରେ ପାଣି ଭିତରେ ଭିଡ଼ିଓ ଗ୍ରାଫିକୁ ଗୁରୁତ୍ୱ  ଦିଆଯାଉଛି। ସାଟେଲାଇଟ୍ ଟେଲିମେଟ୍ରି ଅଧ୍ୟୟନ ଜରିଆରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରହିବାକୁ ପଦକ୍ଷେପ ନିଆଯାଇଛି। ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ) ତରଫରୁ ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ଏକ ୩ ବର୍ଷିଆ ଅଧ୍ୟୟନ ପାଇଁ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏହାଦ୍ୱାରା ଓଡ଼ିଶା ଉପକୂଳରେ ଅଲିଭ୍ ରିଡଲେ କଇଁଛଙ୍କର  ସ୍ଥାନ ପରିବର୍ତ୍ତନ ଜନିତ ବ୍ୟବହାର, ସମୁଦ୍ର କୂଳରେ ଗତିବିଧି, ସମ୍ଭାବ୍ୟ ଅଣ୍ଡାଦାନ ସ୍ଥାନ, ସେମାନଙ୍କର ଅନ୍ୟତ୍ର ଗତିବିଧି ସଂପର୍କିତ  ପ୍ରବାସୀ ଆଚରଣ ସଂପର୍କରେ ନଜର ରହିବ,  ଯଦ୍ୱାରା ଏହି ବିରଳ  ସାମୁଦ୍ରିକ ଜୀବର ସୁରକ୍ଷା ଓ ସଂରକ୍ଷଣ ଦିଗରେ ପରିଚାଳନା ଅଧିକ ସହଜ ହୋଇପାରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In