• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି

by Voice of Victims
September 1, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ‘ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ହେଉଛି ଏହାର ଆଭିମୁଖ୍ୟ ଏବଂ ଭାରତରେ ବ୍ୟାପକ ନ୍ୟାୟିକ ପ୍ରକ୍ରିୟାକୁ ପ୍ରତିଫଳିତ କରି ନ୍ୟାୟ ବିସ୍ତାର କରିବା। ସୁପ୍ରିମକୋର୍ଟ ମଧ୍ୟ ଏଦିଗରେ ନିଜ ଚେଷ୍ଟା ଜାରି ରଖିଛି। ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ଦିଗରେ ନ୍ୟାୟପାଳିକାଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ।’ ସୁପ୍ରିମକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ନ୍ୟାୟପାଳିକାର ଜାତୀୟ ସମ୍ମିଳନୀର ଅନ୍ତିମ ଦିବସରେ ଯୋଗଦେବା ପୂର୍ବକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପରି ମତବ୍ୟକ୍ତ କରିବା ସହ ସୁପ୍ରିମକୋର୍ଟ ତଥା ଦେଶର ସବୁବର୍ଗର କୋର୍ଟଙ୍କ କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ, ଜିଲ୍ଲାସ୍ତରୀୟ ଅଦାଲତଗୁଡ଼ିକ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଧାରଣାକୁ ଯଥେଷ୍ଟ ରୂପ ଦେଇଥାଏ। ସେହିପରି ବିଳମ୍ବିତ ନ୍ୟାୟ ପ୍ରସଙ୍ଗରେ ରାଷ୍ଟ୍ରପତି କହିଛନ୍ତି, ବିଚାର ପାଇଁ ପଡ଼ି ରହିଥିବା ମାମଲା ଓ ଶୁଣାଣିରେ ବିଳମ୍ବ ହେବା ନ୍ୟାୟପାଳିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସାଜିଛି। ନ୍ୟାୟ ପ୍ରଦାନ କ୍ଷେତ୍ରରେ ମାତ୍ରାଧିକ ବିଳମ୍ବ ପୀଡ଼ିତଙ୍କ ପାଇଁ କଦାପି ଉଚିତ୍ ନୁହେଁ। ହୁଏତ ଏହି କାରଣରୁ ଦେଶରେ ବିଳମ୍ବିତ ନ୍ୟାୟର ମାନେ କିଛି ନୁହେଁ ବୋଲି ବିବେଚନା କରାଯାଉଛି। କିନ୍ତୁ ଏପରି ନୁହେଁ, ବାସ୍ତବତା କିଛି ଭିନ୍ନ ରହିଛି। ଅପରାଧର ସବୁଦିଗ ଉପରେ ବିଚାର କରିବା, ସାକ୍ଷ୍ୟ ପ୍ରମାଣର ସତ୍ୟାସତ୍ୟ ଯାଞ୍ଚ କରିବା ଏବଂ ଏସବୁକୁ ଆଧାର କରି ରାୟ ଶୁଣାଇବା ନିଶ୍ଚିତ ରୂପେ ଏକ ବିଳମ୍ବିତ ପ୍ରକ୍ରିୟା। ଏସବୁ ସତ୍ତ୍ୱେ ଆମକୁ ତ୍ୱରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିବାକୁ ହେବ। ଯଥା ସମ୍ଭବ ମାମଲାଗୁଡ଼ିକୁ ଶୀଘ୍ର ଶେଷ କରିବା ଦିଗରେ ମଧ୍ୟ ପ୍ରୟାସ ଜାରି ରଖିବାକୁ ହେବ। ଆମକୁ ଅତ୍ୟନ୍ତ ବ୍ୟାପକ ଓ ଗଭୀର ଭାବେ ଏହାକୁ ଦେଖିବାକୁ ପଡ଼ିବ। ବିଳମ୍ବିତ ନ୍ୟାୟ ସମ୍ପର୍କରେ କହିବାକୁ ଯାଇ ରାଷ୍ଟ୍ରପତି ମୁର୍ମୁ କୋର୍ଟ ସେଟିଂରେ ସାଧାରଣ ନାଗରିକଙ୍କ ଦ୍ୱାରା ଉଦ୍‌ବେଗକୁ ବର୍ଣ୍ଣନା କରିବା ପାଇଁ “ବ୍ଲାକ୍‌କୋଟ୍ ସିଣ୍ଡ୍ରୋମ” ଶବ୍ଦ ବ୍ୟବହାର କରିଥିଲେ ଏବଂ ଏଭଳି ଆଚରଣକୁ ତୀବ୍ର ନିନ୍ଦା କରିଥିଲେ। ସମନ୍ୱିତ ପ୍ରୟାସ ମାଧ୍ୟମରେ ପ୍ରମାଣ ଏବଂ ସାକ୍ଷୀ ପରିଚାଳନା ସହ ଜଡିତ ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଦେଶରେ ସମ୍ପ୍ରତି ମହିଳା ବିରୋଧୀ ଅପରାଧ ବଢ଼ିଥିବା ଘଟଣା ଉପରେ ଆଲୋକପାତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ମାମଲାର ଶୁଣାଣି ବେଳେ ହେଉଥିବା ସ୍ଥଗିତ ପରାମ୍ପରାକୁ ବଦଳାଇବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଇ ତ୍ୱରିତ ନ୍ୟାୟ ଉପରେ ଫୋକସ କରାଯିବା ଦରକାର। ଦୁଃଖର କଥା ହେଉଛି ଯେ କିଛି ମାମଲାରେ ଅପରାଧ ଘଟାଇବା ପରେ ଲୋକମାନେ ବେଧଡ଼କ ବାହାରେ ବୁଲୁଛନ୍ତି। ହେଲେ ପୀଡ଼ିତା ଭୟରେ ରହୁଛନ୍ତି। ଏ କ୍ଷେତ୍ରରେ ମହିଳାମାନଙ୍କ ସ୍ଥିତି ଆହୁରି ଖରାପ। ଗୋଟିଏ ସଭ୍ୟ ସମାଜ କେବେ ହେଲେ ଏହାକୁ ସମର୍ଥନ କରେନାହିଁ ବୋଲି ସେ କହିଛନ୍ତି। ନ୍ୟାୟପାଳିକାର ଭିତ୍ତିଭୂମି, ତାଲିମ ଏବଂ ମାନବ ସମ୍ବଳରେ କ୍ରମାଗତ ଅଗ୍ରଗତି ହେବା ଉଚିତ୍‌। ସେହିପରି ନ୍ୟାୟପାଳିକା ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳା ନ୍ୟାୟିକ ଅଧିକାରୀଙ୍କ ସମ୍ପୃକ୍ତିକୁ ମଧ୍ୟ ରାଷ୍ଟ୍ରପତି ସମର୍ଥନ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାରାଗାରରେ ବିଭିନ୍ନ ଅପରାଧରେ ଦୋଷୀସାବ୍ୟସ୍ତ ହୋଇ କଏଦୀ ଜୀବନ ଅତିବାହିତ କରୁଥିବା ମା’ ଏବଂ ସେମାନଙ୍କ ପିଲା ଓ ବାଳ ଅପରାଧୀଙ୍କ ବିଷୟରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ କୋର୍ଟରେ ପଡ଼ି ରହିଥିବା ଦୁଷ୍କର୍ମ ମାମଲାକୁ ନେଇ ମଧ୍ୟ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଏଦିଗରେ ସୁପ୍ରିମକୋର୍ଟଙ୍କ ପ୍ରୟାସ ତଥା ପଦକ୍ଷେପ ପାଇଁ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ନୂଆ ପତାକା ଓ ଚିହ୍ନ ଉନ୍ମୋଚନ କରିଛନ୍ତି। ଭାରତ ମଣ୍ଡପରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅର୍ଜୁନ ରାମ ମେଘୱାଲ ମଧ୍ୟ ଯୋଗଦେଇଥିଲେ। ପ୍ରକାଶ, ଦିନକ ପୂର୍ବେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମାନ କଥା କହିଥିଲେ। ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ତ୍ୱରିତ ନ୍ୟାୟ ପ୍ରଦାନର ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମୋଦୀ କହିଥିଲେ। ସୁପ୍ରିମକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ୱତନ୍ତ୍ର ଭାବେ ନିର୍ମିିତ ଏକ ଷ୍ଟାମ୍ପ୍ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In