• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

by Voice of Victims
October 19, 2024
in ମୁଖ୍ୟ ଖବର, ରାଜ୍ୟ
୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ତଥା  ବ୍ୟବସ୍ଥାବଳୀକୁ ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି ।  ବୈଠକରେ ନିଷ୍ପତ୍ତି ଅନୁସାରେ, ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ପହଞ୍ଚିବାର ଦେଢ଼  ଘଣ୍ଟା ପୂର୍ବରୁ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ କରାଯିବ । ସେଦିନର ବିଶେଷ ନୀତି  ନିର୍ଘଣ୍ଟ ଅନୁସାରେ, ୨୩ ତାରିଖରେ ରାତ୍ର ୧୧ଟାରେ ପହୁଡ଼ ନୀତି ସମାପନ ପାଇଁ ସ୍ଥିର  ହୋଇଛି । ୨୪ ତାରିଖ ଭୋର୍‌ ୩ଟାରୁ ଦ୍ୱାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ  ୧୧ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ଦିନ ୧୧ଟାଠାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର  ପ୍ରବେଶ ଅନୁମତି ଦିଆଯିବ ନାହିଁ । ରାଷ୍ଟ୍ରପତି ଶ୍ରୀଜିଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା  ପରେ ଅବଶିଷ୍ଟ ଦୈନଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ  ହେବ । ଦିନ ୧୧ଟା ୪୫ ସୁଦ୍ଧା ବାଳଧୂପ ଶେଷ ହେବ ଓ ଭୋଗମଣ୍ଡପ ଉଠିବା ସହ  ବେଶ ଶେଷ ପାଇଁ ସମୟ ଧାର୍ୟ୍ୟ ହୋଇଛି । ରାଷ୍ଟ୍ରପତି ଦିନ ୧୨ଟା ୩୦ରୁ ଦିନ ୧ଟା  ୧୫ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତି ଗର୍ଭଗୃହରେ ଠାକୁର ଦର୍ଶନ ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ  ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ରହିବେ ନାହିଁ  ବୋଲି ମୁଖ୍ୟ  ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।

Post Views: 95
Share210Tweet131Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In