• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

by Voice of Victims
August 31, 2024
in ଦେଶ ବିଦେଶ, ମୁଖ୍ୟ ଖବର
୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମେରଠ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ନାଗରକୋଇଲ ଭଳି ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ। ଏହି ଟ୍ରେନ୍ ଗୁଡ଼ିକ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଦୁରାଇ-ବେଙ୍ଗାଲୁରୁ, ଚେନ୍ନାଇ-ନାଗରକୋଇଲ ଏବଂ ମେରଠ-ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ଆଜି ପତାକା ଦେଖାଇ ଶୁଭାରମ୍ଭ ଯିବା ସହିତ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଲେଖାଯାଉଛି। ଦେଶରେ ବନ୍ଦେ ଭାରତ ଟ୍ରେନ୍ ର ଆଧୁନିକୀକରଣ ଓ ସମ୍ପ୍ରସାରଣ ସହିତ ଦେଶ ବିକଶିତ ଭାରତ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ। ଆଜି ଠାରୁ ୩ଟି ନୂଆ ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ଗୁରୁତ୍ୱପୂର୍ଣ୍ଣ ସହର ତଥା ଐତିହାସିକ ସହରଗୁଡ଼ିକୁ ଯୋଗାଯୋଗ ପ୍ରଦାନ କରିଛି। ‘‘ମନ୍ଦିର ନଗରୀ ମଦୁରାଇ ବର୍ତ୍ତମାନ ଆଇଟି ନଗର ବେଙ୍ଗାଲୁରୁ ସହିତ ଯୋଡ଼ି ହୋଇଛି’’, ବୋଲି ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଯୋଗାଯୋଗକୁ ସହଜ କରିବ ନାହିଁ, ବରଂ ବିଶେଷ ଭାବେ ସପ୍ତାହାନ୍ତ ଓ ପର୍ବପର୍ବାଣୀ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ। ଚେନ୍ନାଇ-ନାଗରକୋଇଲ ମାର୍ଗ ଛାତ୍ରଛାତ୍ରୀ, କୃଷକ ଏବଂ ଆଇଟି ପ୍ରଫେସନାଲମାନଙ୍କୁ ବ୍ୟାପକ ଭାବେ ଉପକୃତ କରିବ। ବନ୍ଦେ ଭାରତ ଟ୍ରେନ୍ ସହ ଜଡ଼ିତ ସ୍ଥାନରେ ପର୍ଯ୍ୟଟନର ଅଭିବୃଦ୍ଧି ଉପରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହା ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଏବଂ ନିଯୁକ୍ତି ସୁଯୋଗର ଅଭିବୃଦ୍ଧିକୁ ସୂଚିତ କରେ। ୩ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡ଼ିକର ଦ୍ରୁତ ବିକାଶ ଜରୁରୀ। ସମଗ୍ର ଦକ୍ଷିଣ ଭାରତ ସହିତ ତାମିଲନାଡୁର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଦକ୍ଷିଣ ଭାରତ ହେଉଛି ପ୍ରଚୁର ପ୍ରତିଭା, ସମ୍ବଳ ଏବଂ ସୁଯୋଗର ଦେଶ’’। ସେ କହିଛନ୍ତି ଯେ ରେଳବାଇର ବିକାଶ ଯାତ୍ରା ସରକାରଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ। ଚଳିତ ବର୍ଷ ତାମିଲନାଡୁର ରେଳ ବଜେଟ ପାଇଁ ୬୦୦୦ କୋଟି ରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି, ଯାହା କି ୨୦୧୪ ତୁଳନାରେ ୭ ଗୁଣ ଅଧିକ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ପରେ ତାମିଲନାଡୁରେ ମୋଟ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା ୮କୁ ବୃଦ୍ଧି ପାଇବ। ସେହିପରି କର୍ଣ୍ଣାଟକ ପାଇଁ ଚଳିତ ବର୍ଷର ବଜେଟରେ ୭୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି, ଯାହା କି ୨୦୧୪ ତୁଳନାରେ ୯ ଗୁଣ ଅଧିକ। ଆଜି କର୍ଣ୍ଣାଟକକୁ ୮ଟି ବନ୍ଦେ ଭାରତ ଟ୍ରେନ୍ ସଂଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଅତୀତର ବଜେଟ୍ ସହିତ ତୁଳନା କରି କହିଛନ୍ତି ଯେ ବଜେଟରେ ବହୁଗୁଣ ବୃଦ୍ଧି ତାମିଲନାଡୁ ଏବଂ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ରେଳ ଚଳାଚଳକୁ ଆହୁରି ସୁଦୃଢ଼ କରିଛି। ରେଳ ଧାରଣାର ଉନ୍ନତିକରଣ, ବିଦ୍ୟୁତୀକରଣ କରାଯିବା ସହ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଲୋକଙ୍କ ସହଜ ଜୀବନଧାରଣରେ ସୁଧାର ଆଣିଛି ଏବଂ ବ୍ୟବସାୟିକ ସୁଗମତା ମଧ୍ୟ ସୃଷ୍ଟି କରିଛି। ମେରଠ-ଲକ୍ଷ୍ନୌ ମାର୍ଗରେ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏଥିପାଇଁ ପଶ୍ଚିମ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିପ୍ଳବର ଭୂମି ମେରଠ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଅଞ୍ଚଳରେ ଆଜି ବିକାଶର ଏକ ନୂତନ ବିପ୍ଳବ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆରଆରଟିଏସ୍ ମେରଠକୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ସଂଯୋଗ କରିବାରେ ସାହାଯ୍ୟ କରିଥିବା ବେଳେ ଏବେ ବନ୍ଦେ ଭାରତ ପ୍ରଚଳନ ସହିତ ରାଜ୍ୟର ରାଜଧାନୀ ଲକ୍ଷ୍ନୌର ଦୂରତା ମଧ୍ୟ ହ୍ରାସ ପାଇଛି। ଆଧୁନିକ ଟ୍ରେନ୍, ଏକ୍ସପ୍ରେସ୍ ୱେର ନେଟୱର୍କ ଏବଂ ବିମାନ ସେବାର ସମ୍ପ୍ରସାରଣ ସହିତ ପ୍ରଧାନମନ୍ତ୍ରୀ ଗତିଶକ୍ତିଙ୍କ ଦୃଷ୍ଟିକୋଣ ଦେଶର ଭିତ୍ତିଭୂମିକୁ କିପରି ବଦଳାଇବ ତାହାର ଏକ ଉଦାହରଣ ପାଲଟିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ବନ୍ଦେ ଭାରତ ହେଉଛି ଭାରତୀୟ ରେଳବାଇ ଆଧୁନିକୀକରଣର ନୂଆ ଚେହେରା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ମାର୍ଗରେ ବନ୍ଦେ ଭାରତର ଚାହିଦା ଉପରେ ଆଲୋକପାତ କରି ସେ କହିଥିଲେ ଯେ ହାଇସ୍ପିଡ୍ ଟ୍ରେନ୍ ଆସିବା ଦ୍ୱାରା ଲୋକମାନେ ସେମାନଙ୍କ ବ୍ୟବସାୟ ଓ ରୋଜଗାର ଏବଂ ସେମାନଙ୍କ ସ୍ୱପ୍ନକୁ ବିସ୍ତାର କରିବା ପାଇଁ ନିଜ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିଛନ୍ତି। ଆଜି ସମଗ୍ର ଦେଶରେ ୧୦୨ଟି ବନ୍ଦେ ଭାରତ ରେଳ ଚଳାଚଳ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକ ଏହି ଟ୍ରେନରେ ଯାତ୍ରା କରିଛନ୍ତି। ଏହି ସଂଖ୍ୟା କେବଳ ବନ୍ଦେ ଭାରତ ଟ୍ରେନର ସଫଳତାର ପ୍ରମାଣ ନୁହେଁ ବରଂ ଭାରତର ଆକାଂକ୍ଷା ଓ ସ୍ୱପ୍ନର ପ୍ରତୀକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆଧୁନିକ ରେଳ ଭିତ୍ତିଭୂମି ବିକଶିତ ଭାରତର ପରିକଳ୍ପନାରେ ଏକ ଶକ୍ତିଶାଳୀ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତୀକରଣ, ନୂତନ ଟ୍ରେନ୍ ଚଳାଚଳ ଏବଂ ନୂତନ ମାର୍ଗ ନିର୍ମାଣ ବିଷୟରେ ଉଲ୍ଲେଖ କରିଥିଲେ। ଚଳିତ ବର୍ଷ ବଜେଟରେ ରେଳବାଇକୁ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି ଏବଂ ସରକାର ଭାରତୀୟ ରେଳବାଇର ପୁରୁଣା ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବା ପାଇଁ ହାଇଟେକ୍ ସେବା ସହିତ ସଂଯୋଗ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସମ୍ପ୍ରସାରଣ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନ୍ଦେ ଭାରତ ସହିତ ଅମୃତ ଭାରତ ଟ୍ରେନର ମଧ୍ୟ ସମ୍ପ୍ରସାରଣ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଦେ ଭାରତର ସ୍ଲିପର ସଂସ୍କରଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଲୋକଙ୍କ ସୁବିଧା ପାଇଁ ନମୋ ଭାରତ ଟ୍ରେନ୍ ଚଳାଚଳ କରାଯାଉଛି ଏବଂ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସହରଗୁଡ଼ିକୁ ସର୍ବଦା ସେମାନଙ୍କ ରେଳ ଷ୍ଟେସନ ଦ୍ୱାରା ପରିଚିତ ହୋଇଛନ୍ତି । ଅମୃତ ଭାରତ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନର ଉନ୍ନତି ହେବା ସହ ସହରକୁ ଏକ ନୂଆ ପରିଚୟ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଦେଶର ୧୩୦୦ରୁ ଅଧିକ ରେଳ ଷ୍ଟେସନର ନବୀକରଣ କରାଯାଉଛି ଏବଂ କେତେକ ଷ୍ଟେସନକୁ ବିମାନବନ୍ଦର ଭଳି ନିର୍ମାଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଛୋଟ ଛୋଟ ଷ୍ଟେସନଗୁଡ଼ିକୁ ମଧ୍ୟ ଅତ୍ୟାଧୁନିକ ସୁବିଧା ସହିତ ବିକଶିତ କରାଯାଉଛି, ଯାହା ଫଳରେ ଯାତ୍ରା ସହଜତା ବୃଦ୍ଧି ପାଇବ।

‘‘ଯେତେବେଳେ ରେଳ, ସଡ଼କ ପଥ ଏବଂ ଜଳପଥ ଭଳି ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ ହୁଏ, ସେତେବେଳେ ଦେଶ ସୁଦୃଢ଼ ହୁଏ’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ଦେଶର ସାଧାରଣ ନାଗରିକମାନେ ଉପକୃତ ହୋଇଥା’ନ୍ତି ସେ ଗରିବ ହୁଅନ୍ତୁ କିମ୍ବା ମଧ୍ୟବିତ୍ତ। ଦେଶରେ ଆଧୁନିକ ଭିତ୍ତିଭୂମିର ବିକାଶ ଜରିଆରେ ଆଜି ଗରିବ ଓ ମଧ୍ୟବିତ୍ତଙ୍କୁ ସଶକ୍ତ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଭିତ୍ତିଭୂମି ର ସମ୍ପ୍ରସାରଣ ସହିତ ଗ୍ରାମମାନଙ୍କରେ ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ନୂତନ ସୁଯୋଗ ପହଞ୍ଚିବାର ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗାଁରେ ନୂତନ ସମ୍ଭାବନାର ଆବିର୍ଭାବ ପାଇଁ ଶସ୍ତା ଡାଟା ଏବଂ ଡିଜିଟାଲ୍ ଭିତ୍ତିଭୂମିକୁ ଶ୍ରେୟ ଦେଇଛନ୍ତି। ରେକର୍ଡ ସଂଖ୍ୟାରେ ଡାକ୍ତରଖାନା, ଶୌଚାଳୟ ଓ ପକ୍କା ଘର ନିର୍ମାଣ ହେଲେ ଦେଶର ବିକାଶର ସୁଫଳ ଗରିବ ଲୋକ ମଧ୍ୟ ପାଇଥାନ୍ତି। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଶିଳ୍ପ ଭଳି ଭିତ୍ତିଭୂମି ବିକାଶ ହେଲେ ଏହା ଯୁବପିଢ଼ିଙ୍କ ପ୍ରଗତିର ସମ୍ଭାବନାକୁ ମଧ୍ୟ ବଢ଼ାଇଥାଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଅନେକ ପ୍ରୟାସ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇ ବର୍ଷ ବର୍ଷ ଧରି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ଲାଗି କଠିନ ପରିଶ୍ରମ କରିବା ସହ ନୂଆ ଆଶା ସୃଷ୍ଟି କରିଛି। ସେ ସ୍ୱୀକାର କରିଛନ୍ତି ଯେ ଭାରତକୁ ଏହି ଦିଗରେ ବହୁତ ଆଗକୁ ଯିବାକୁ ଅଛି ଏବଂ ଭାରତୀୟ ରେଳବାଇ ଗରିବ ହୁଅନ୍ତୁ କିମ୍ବା ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଆରାମଦାୟକ ଯାତ୍ରାର ଗ୍ୟାରେଣ୍ଟି ନଦେବା ପର୍ଯ୍ୟନ୍ତ ଅଟକିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ଭିତ୍ତିଭୂମିର ବିକାଶ ଦାରିଦ୍ର୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ତିନିଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ସେ ପୁଣି ଥରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରବି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In