• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୨୮ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

by Voice of Victims
January 22, 2025
in ମୁଖ୍ୟ ଖବର, ରାଜ୍ୟ
୨୮ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ । ସେ ୨୮ରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡିଶା, ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ରେ ଯୋଗଦେବେ । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ୨୦ମିନିଟ୍ ରହିବେ । ପ୍ରଧାନମନ୍ତ୍ରୀ ୨୮ତାରିଖ ପୂର୍ବାହ୍ଣ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ପହଞ୍ଚିବେ । ଉକôର୍ଷ ଓଡିଶା, ମେକ୍ ଇନ୍ ଓଡିଶା କନକ୍ଲେଭ୍–୨୦୨୫ରେ ଦିନ ୧୧ଟାରୁ ଅପରାହ୍ଣ ୧୨ଟା ୩୦ ଯାଏଁ ଉପସ୍ଥିତ ରହିବେ । ଏହା ପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ । ଦିନ ୧୨ଟା ୫୫ମିନିଟ୍ରେ ଦିଲ୍ଲୀ ଫେରିଯିବେ । ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ମାନଙ୍କୁ ଉଦ୍ବୋଧନ ଦେବେ । ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡବଡ ଶିଳ୍ପସଂସ୍ଥାର ସିଇଓମାନଙ୍କ ରାଉଣ୍ଡ୍ଟେବୁଲ, ଓଡିଆ ଉଦ୍ୟୋଗୀମାନଙ୍କ ସ୍ୱତନ୍ତ୍ର ଅଧିବେଶନ ଏବଂ ମହିଳା ବିଜନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ହେବ । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । 

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In